ମାର୍କେଟରେ ଲଞ୍ଚ ହେଲା BMW X3 Shadow ଏଡିସନ୍‌, ଜାଣନ୍ତୁ ଦାମ୍‌ ଓ ଫିଚର

ଏହି ଏଡିସନରେ ମୋଚା ଏବଂ ବ୍ଲାକ୍‌ କଲରର ଡୁଆଲ୍‌-ଟୋନ୍ ଲେଦର ଇଣ୍ଟେରିୟର ରହିଛି, ଯାହାକୁ ବ୍ଲୁ କଲରରେ ଷ୍ଟିଚିଂ କରାଯାଇଛି । ଗ୍ରାହକମାନେ M ସ୍ପୋର୍ଟ ପ୍ୟାକେଜ୍ ବି ନେଇପାରିବେ, ଯେଉଁଥିରେ ଏକ ଏମ-ସ୍ପେକ୍ ଷ୍ଟିଅରିଂ ହ୍ଵିଲ୍‌ ଏବଂ ସ୍ପୋର୍ଷ୍ଟି ଇଲେକ୍ଟ୍ରିକ୍‌ ସିଟ୍‌ ରହିଛି, ଯାହା ମେମୋରୀ ଫଙ୍କସନ ସହିତ ମିଳିବ ।

BMW ଇଣ୍ଡିଆ ଭାରତୀୟ ବଜାରରେ ନୂଆ BMW X3 Shadow Edition ଲଞ୍ଚ କରିଛି । ଏହି ଗାଡ଼ିର ଏକ୍ସ-ସୋ’ରୁମ୍ ଦାମ୍‌ ୭୪.୯ ଲକ୍ଷ ଟଙ୍କା ରଖାଯାଇଛି । ଏହି ଖାସ୍‌ ଏଡିିସନରେ କିଛି କସମେଟିକ୍‌ ଚେଞ୍ଜ କରାଯାଇଛି । ଏହି କାରରେ ନୂଆ ଆଲୋଇ ହ୍ଵିଲ୍ସ ଏବଂ ନୂଆ ଇଣ୍ଟେରିୟର ଦିଆଯାଇଛି । ଆପଣ ଏହି କାରକୁ ଅନଲାଇନରେ କିମ୍ବା BMW ଡିଲରକୁ ଯାଇ ବୁକ୍‌ କରିପାରିବେ ।

BMW X3 Shadow Editionରେ ବ୍ଲାକ୍‌ କିଡନୀ ଗ୍ରୀଲ୍, ରୁଫ୍‌ ରେଲ୍ସ ଏବଂ ଟେଲପାଇପ୍ସ ଦିଆଯାଇଛି । ଏହା ସହିତ ଏଥିରେ BMWର ଲେଜର ଲାଇଟ୍ ହେଡଲାଇଟ୍ ମଧ୍ୟ ଅଛି । ଏହି ଗାଡିରେ ୧୯ ଇଞ୍ଚ୍ ର M-spec ଆଲୋଇ ହ୍ଵିଲ୍ସ ଦିଆଯାଇଛି । ଗ୍ରାହକମାନେ ଚାହିଁଲେ ପୂରା ବ୍ଲାକ୍‌ କଲରର ପ୍ୟାକେଜ୍ ନେଇପାରିବେ, ଯେଉଁଥିରେ ରିୟର M-spec ସ୍ପାଇଲର୍, ସାଇଡ୍ ଷ୍ଟ୍ରିପ୍ ଗ୍ରାଫିକ୍ସ ଏବଂ ଫ୍ରଣ୍ଟରେ ଥିବା ମଡଗାର୍ଡରେ ଏକ M ଲୋଗୋ ସାମିଲ କରାଯାଇଛି । କାର୍ବନ ଏଡିସନ୍‌ ପ୍ୟାକେଜରେ ଗିଅର ଲିଭର ଏବଂ ଡୋର ର ତଳ ଭାଗରେ କାର୍ବନ ଫାଇବର ଦିଆଯାଇଛି ।

ଏହି ଏଡିସନରେ ମୋଚା ଏବଂ ବ୍ଲାକ୍‌ କଲରର ଡୁଆଲ୍‌-ଟୋନ୍ ଲେଦର ଇଣ୍ଟେରିୟର ରହିଛି, ଯାହାକୁ ବ୍ଲୁ କଲରରେ ଷ୍ଟିଚିଂ କରାଯାଇଛି । ଗ୍ରାହକମାନେ M ସ୍ପୋର୍ଟ ପ୍ୟାକେଜ୍ ବି ନେଇପାରିବେ, ଯେଉଁଥିରେ ଏକ ଏମ-ସ୍ପେକ୍ ଷ୍ଟିଅରିଂ ହ୍ଵିଲ୍‌ ଏବଂ ସ୍ପୋର୍ଷ୍ଟି ଇଲେକ୍ଟ୍ରିକ୍‌ ସିଟ୍‌ ରହିଛି, ଯାହା ମେମୋରୀ ଫଙ୍କସନ ସହିତ ମିଳିବ । ଏହି ଗାଡିରେ ପାନୋରୋମିକ୍ ସନରୁଫ୍, ତିନୋଟି ଭିନ୍ନ ଜୋନ୍ ପାଇଁ କ୍ଲାଇମେଟ କଣ୍ଟ୍ରୋଲ, HUD ଡିସପ୍ଲେ, ଓ୍ଵାୟରଲେସ୍‌ ଆପଲ୍ କାରପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ, ୧୬-ସ୍ପିକର ହରମନ / କାର୍ଡନ୍ ସାଉଣ୍ଡ ସିଷ୍ଟମ, କନେକ୍ଟେଡ କାର ଟେକ୍ନୋଲୋଜି, ଜେଶ୍ଚର କଣ୍ଟ୍ରୋଲ ଭଳି ଫିଚର ରହିଛି ।

ଏହି ଏଡିସନ କେବଳ ଡିଜେଲ ଇଞ୍ଜିନ୍ ସହିତ ଆସିଥାଏ । ଏଥିରେ ୨.୦ ଲିଟରର ୪-ସିଲିଣ୍ଡର ଟର୍ବୋଚାର୍ଡ ଡିଜେଲ ଇଞ୍ଜିନ୍ ଅଛି ଯାହା ୧୯୦ PS ର ପାଓ୍ଵାର ଏବଂ ୪୦୦ Nm ଟର୍କ ଜେନେରେଟ୍‌ କରେ । ଏହି ଇଞ୍ଜିନ୍ ୮-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସ ସହିତ ଆସିଥାଏ । BMW ଦାବି କରିଛି ଯେ ଏହି ଏସୟୁଭି ୭.୯ ସେକେଣ୍ଡରେ ଘଣ୍ଟା ପ୍ରତି ୦ ରୁ ୧୦୦ କିଲୋମିଟର ଯାଏଁ ମାଇଲେଜ୍‌ ଦେବ ଏବଂ ଏହାର ଟପ୍‌ ସ୍ପିଡ୍‌ ଘଣ୍ଟା ପ୍ରତି ୨୨୦ କିଲୋମିଟର ରହିଛି ।

You might also like