ଫ୍ଲାଇଟ୍‌ରେ ଯିବା ଏତେ ଶସ୍ତା ? ଆପଣ ବି ଭାବିବେ ଛୁଟି କଟାଇବା ପାଇଁ, ଇଣ୍ଡିଗୋ ଦେଉଛି ଅଫର ଜଲଦି କରନ୍ତୁ ବୁକିଂ

ଶସ୍ତାରେ ବିମାନ ଯାତ୍ରା କରିବା ଅଫର୍‌ ଆରମ୍ଭ ହୋଇଯାଇଛି। ଇଣ୍ଡିଗୋ ଚଳିତ ବର୍ଷ ନିଜର ପ୍ରଥମ ଦ ବିଗ୍‌ ଫ୍ଲାଟ ଇଣ୍ଡିଗୋ ସେଲ୍‌ ଆରମ୍ଭ କରିଛି। ଯେଉଁଥିରେ ଏୟାରଲାଇନ୍‌ ଡୋମେଷ୍ଟିକ ଟ୍ରାଭେଲ ପାଇଁ ଫ୍ଲାଇଟ ଟିକେଟର ଦାମ୍‌ ମାତ୍ର ୮୭୭ ଟଙ୍କା ରଖାଯାଇଛତ। ଇଣ୍ଡିଗୋ ୮୭୭ ଟଙ୍କାରେ ଫ୍ଲାଇଟ ଟିକେଟ ଅଫରର ବୁକିଙ୍ଗ୍‌ ୧୩ ଜାନୁଆରୀରୁ ଆରମ୍ଭ ହୋଇସାରିଛି ଏବଂ ୧୭ ଜାନୁଆରୀ ପର୍ଯ୍ୟନ୍ତ ଅଫର ପାଇପାରିବେ।

ଇଣ୍ଡିଗୋର ଲାଟେଷ୍ଟ ସେଲ୍‌ ଅଫରରେ କିଣିଥିବା ଟିକେଟରେ ଆପଣ ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ଭିତରେ ଯାତ୍ରା କରିପାରିବେ। ଏୟାରଲାଇନ ନିଜ ୱେବସାଇଟରେ ଏହା ବିଷୟରେ ଜଣାଇଛି। ଏହି ଅଫର ଅନୁଯାୟୀ ଆପଣ କିଛି ବଛାବଛା ସେକ୍ଟର୍ସରୁ ନନଷ୍ଟପ ଘରୋଇ ଉଡାଣର ଲାଭ ଉଠାଇପାରିବେ।

ଏୟାରଲାଇନର ବିଗ ଫ୍ଲାଟ ସେଲ୍‌ ଅଫର ଅନୁଯାୟୀ କେତେ ସିଟ୍‌ ସଂଖ୍ୟା ରହିବ ତାହା ଉଲ୍ଲେଖ କରାଯାଇନାହିଁ। ଏୟାରଲାଇନ୍‌ ଏହା ଜଣାଇଛି ଯେ ଏହି ଅଫରକୁ ଟ୍ରାନ୍ସଫର କରିପାରିବେନାହିଁ। ଅନ୍ୟ କାହା ଠାରୁ ବଦଳାଇ ପାରିବେନି ଏବଂ ଇନକ୍ୟାସେବୁଲ ବି ନୁହେଁ। ଟିକେଟ କ୍ୟାନସଲ କରିବା ଦ୍ୱାରା ପ୍ରତି ଯାତ୍ରୀ ପିଛା ୫୦୦ ଚାର୍ଜ ଦେବାକୁ ହେବ। ଅଫର ଅବଧିରେ ଯାତ୍ରାର ତାରିଖ ପରିବର୍ତ୍ତନ କରିବା ଦ୍ୱାରା ୫୦୦ ଟଙ୍କା ପ୍ରତି ଯାତ୍ରୀ ପିଛା ଚାର୍ଜ ଲାଗିବ। ଆପଣ ଅଧିକ ବିବରଣୀ ପାଇଁ ଇଣ୍ଡିଗୋ ୱେବସାଇଟ www.goindigo.in କୁ ଭିଜିଟ୍‌ କରି ଜାଣିପାରିବେ।

ସେହିପରି ଇଣ୍ଡସିଣ୍ଡ ବ୍ୟାଙ୍କ କାର୍ଡ ଏବଂ ଏଚଏସବିସି କ୍ରେଡିଟ କାର୍ଡ ବ୍ୟବହାର କରି ମଧ୍ୟ ଅନେକ ଡିସକାଉଣ୍ଟ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.