ବ୍ୟବସାୟ ଓ ଅର୍ଥନୀତି

୫୦୦୦ ଟଙ୍କାରେ ବୁକ୍‌ କରନ୍ତୁ ନୂଆ ହୋଣ୍ଡା ସିଟି! ଜବରଦସ୍ତ ଲୁକ୍‌ ସହିତ ବଢ଼ିଆ ଫିଚର୍ସ, ଜାଣନ୍ତୁ କେତେ ରହିଛି ଦାମ

ଯଦି ଆପଣ ନୂଆ ହୋଣ୍ଡା ସିଟି କିଣିବାକୁ ମନ କରିଛନ୍ତି ତାହେଲେ ଏବେ ଆପଣଙ୍କ ପାଇଁ କମ୍ପାନୀ ଏହାର ପ୍ରି-ବୁକିଂ ଆରମ୍ଭ କରିଦେଇଛି। କରୋନା ସଂକଟକୁ ଲକ୍ଷ୍ୟ କରି କମ୍ପାନୀ ଅନଲାଇନ ଏବଂ ଅଫଲାଇନ ଉଭୟ ଗ୍ରାହକଙ୍କ ପାଇଁ ବୁକିଙ୍ଗ୍‌ ସୁବିଧା ଦେଇଛି। ଆପଣ ଘରେ ବସି ଅନଲାଇନ ଜରିଆରେ ୫୦୦୦ ଟଙ୍କା ପେମେଣ୍ଟ କରି ନୂଆ ହୋଣ୍ଡା ସିଟି ବୁକ୍‌ କରିପାରିବେ। ନିକଟରେ ଲଞ୍ଚ ହୋଇଥିବା ଅନଲାଇନ ରିଟେଲ ପ୍ରୋଗ୍ରାମ Honda From Home ଜରିଆରେ ଏହାକୁ ବୁକ୍‌ କରିପାରିବେ। ଏହାଛଡା ଆପଣ ଆପଣଙ୍କ ନିକଟସ୍ଥ ଶୋରୁମକୁ ଯାଇ ମଧ୍ୟ ବୁକିଙ୍ଗ୍‌ କରିପାରିବେ।

ମିଳିଥିବା ସୂଚନା ଅନୁଯାୟୀ ନୂଆ ହୋଣ୍ଡା ସିଟି ଜୁଲାଇରେ ଲଞ୍ଚ ହେବ। ଏହାର ଦାମ ୧୦ ଲକ୍ଷ ଟଙ୍କାରୁ ନେଇ ୧୫ ଲକ୍ଷ ଭିତରେ ଆସିପାରେ। ଭାରତୀୟ ବଜାରରେ ହୋଣ୍ଡା ସିଟିକୁ ଟକ୍କର ଦେବେ ମାରୁତି ସିୟାଜ, ହ୍ୟୁଣ୍ଡାଇ ଭରନା, ସ୍କୋଡା ରାପିଡ ଏବଂ Volkswagen vento ଭଳି କାର।

ନୂଆ ହୋଣ୍ଡା ସିଟି ବର୍ତ୍ତମାନର ମଡେଲ ଠାରୁ ୧୦୯mm ଅଧିକ ଲମ୍ବା ଏବଂ ୫୩mm ଅଧିକ ଚଉଡା। ସେହିପରି ଏହାର ଉଚ୍ଚତା ୬mm କମ୍‌ ରହିଛି। କମ୍ପାନୀର କହିବା କଥା ଯେ ନ୍ୟୁ ଜେନେରେସନ ସିଟି ନୂଆ ପ୍ଲାଟଫର୍ମକୁ ନେଇ ଆଧାରିତ, ଯାହା ଏହାର ପୁରୁଣା ମଡେଲ ମୁକାବିଲାରେ ହାଲକା ଏବଂ ଅଧିକ ସୁରକ୍ଷିତ।

କମ୍ପାନୀର କହିବାକଥା ଯେ ନୂଆ ହୋଣ୍ଡା ସିଟିରେ ଲେନ ଓ୍ଵାଚ୍‌ ଆସିଷ୍ଟ ସିଷ୍ଟମ ସହିତ ଭେଇକିଲ ଷ୍ଟାବିଲିଟୀ ଆସିଷ୍ଟ (VSA) ଏବଂ ଏଜଲ ହ୍ୟାଣ୍ଡେଲିଙ୍ଗ ଆସିଷ୍ଟ (AHA) ଭଳି ଖାସ ସେଫ୍ଟି ଫିଚର ମିଳିବ। ଯାହା ପ୍ରଥମ ଥର ପାଇଁ ଏହି ସେଗମେଣ୍ଟର ଗାଡିରେ ଦିଆଯାଉଛି।

ମାଇଲେଜ ବିଷୟରେ କହିବା ତ ନୂଆ ହୋଣ୍ଡା ସିଟି ପେଟ୍ରୋଲ ମାନୁଆଲ ଟ୍ରାନ୍ସମିସନରେ ୧୭.୮ kmplର ମାଇଲେଜ ଦିଆଯାଇପାରେ ଏବଂ ଅଟୋମେଟିକ ଟ୍ରାନ୍ସମିସନରେ ୧୮.୪ kmplର ମାଇଲେଜ୍‌ ଦିଆଯାଇପାରେ। ସେହିପରି ଡିଜେଲରେ ମାନୁଆଲ ଟ୍ରାନ୍ସମିସନ ସହିତ ୨୪.୧ kmplର ମାଇଲେଜ୍‌ ଦେବା ପାଇଁ ଦାବି କରାଯାଉଛି।

ନୂଆ Honda Cityରେ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଅପସନ୍‌ ଦିଆଯିବ। ପେଟ୍ରୋଲ ଭେରିୟଣ୍ଟରେ ୧.୫ ଲିଟର i-VTEC DOHCର ସହିତ VTC ଇଞ୍ଜିନ ଦିଆଯିବ। ଯାହା ୧୨୧  Psର ପାଓ୍ଵାର ଏବଂ ୧୪୫Nm ଟର୍କ ଜେନେରେଟ୍‌ କରିଥାଏ। ଏଥିରେ ୬ ସ୍ପିଡ ମାନୁଆଲ ଟ୍ରାନ୍ସମିସନ ଏବଂ ଆଡଭାନ୍ସଡ  M-CVT ସହିତ ୭ ସ୍ପିଡ ପ୍ୟାଡଲ ସିଫ୍ଟ ମିଳିବ।

ସେହିପରି ଡିଜେଲ ଭେରିୟଣ୍ଟରେ ୧.୫ ଲିଟରରେ i-DTEC BS6 ଡିଜେଲ ଇଞ୍ଜିନ ଦିଆଯିବ। ଯାହା ୧୦୦ ପାଓ୍ଵାର ଏବଂ ୨୦୦Nmର ଟର୍କ ଜେନେରେଟ୍‌ କରିଥାଏ। ଏଥିରେ ୬ ସ୍ପିଡ ମାନୁଆଲ ଟ୍ରାନ୍ସମିସନର ଅପସନ୍‌ ଦିଆଯିବ। ଭାରତରେ ପ୍ରଥମ ଥର ୧୯୯୮ରେ ହୋଣ୍ଡା ସିଟି ଲଞ୍ଚ ହୋଇଥିଲା।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

5 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

24 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

32 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

48 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago