BYD eMax 7 ଇଲେକ୍ଟ୍ରିକ୍ MPV ର ବୁକିଂ ଆରମ୍ଭ ହୋଇଛି । ଆଗ୍ରହୀ ଗ୍ରାହକମାନେ ଦେଶରେ ଉପସ୍ଥିତ ଥିବା କୌଣସି ଡିଲରସିପରେ ଟୋକେନ ପରିମାଣର ୫୧,୦୦୦ ଟଙ୍କା ସହିତ ଆଗାମୀ MPV ବୁକ୍ କରିପାରିବେ । ଆଗାମୀ ଇଲେକ୍ଟ୍ରିକ୍ କାର୍ ପାଇଁ ସେମାନଙ୍କର ଅଫିସିଆଲ ୱେବସାଇଟ୍ରେ ଅନୁସନ୍ଧାନ କରାଯାଇପାରିବ । ଅକ୍ଟୋବର ୮,୨୦୨୪ ରେ MPV ଲଞ୍ଚ ହେବ ବୋଲି ଆଶା କରାଯାଇଛି ।
କମ୍ପାନୀ ଜଣାଇଛି ଯେ, ପ୍ରଥମ ୧୦୦୦ ଗ୍ରାହକଙ୍କୁ ଅକ୍ଟୋବର ୮ ପର୍ଯ୍ୟନ୍ତ ବିଶେଷ ସୁବିଧା ମିଳିବ । ଏହି ବିଶେଷ ସୁବିଧା ୫୧,୦୦୦ ଟଙ୍କା ହେବ । ଗ୍ରାହକଙ୍କ ପାଇଁ ଏହି ବିଶେଷ ଅଫର ସୀମିତ ରହିଛି, ଯେଉଁମାନେ ଉପରୋକ୍ତ ତାରିଖ ପୂର୍ବରୁ eMax 7 ବୁକ୍ କରୁଛନ୍ତି ଏବଂ ମାର୍ଚ୍ଚ ୨୫, ୨୦୨୫ ପୂର୍ବରୁ ଡେଲିଭରି କରନ୍ତୁ ।
ଫିଚରସ୍ :
MPV ର କ୍ୟାବିନ ଭିତରେ, ଆମେ ୧୨.୮ ଇଞ୍ଚର ବଡ ରୋଟେବଲ ଟଚସ୍କ୍ରିନ୍ ଇନଫୋଟେନେ୍ମଣ୍ଟ ସିଷ୍ଟମ୍, ୱୟାରଲେସ Apple CarPlay ଏବଂ Android Auto ସପୋର୍ଟ ପାଇଥାଉ । ସେଣ୍ଟର କନସୋଲ୍ ବହୁତ ଅପଡେଟ୍ ଦେବା ସହ ଆଧୁନିକ ଅନୁଭବ ମଧ୍ୟ ପ୍ରଦାନ କରିଥାଏ । ଇ- MPV ଦୁଇଟି ବ୍ୟାଟେରି ଅଫସନରେ ଉପଲବ୍ଧ ଯେଉଁଥିରେ, ୫୫.୪kWh ଏବଂ ୭୧.୮kWh ବ୍ୟାଟେରି ସାମିଲ ଅଛି । ପ୍ରଥମଟି ୪୨୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରୁଥିବାବେଳେ, ଦ୍ୱିତୀୟଟି ୫୩୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ ।
BYD eMax 7 ଜୁଲାଇ ୨୦୨୪ ରେ ଗାଇକିନଫୋ ଇଣ୍ଡୋନେସିଆ ଇଣ୍ଟରନେସନାଲ ଅଟୋ ସୋ (GIIAS) ରେ ଏହାର ସର୍ବଭାରତୀୟ ଡେବ୍ୟୁ କରିଥିଲା । ତେବେ ଏହି କାର୍ର ନାମ M6 ଥିଲା । ଭାରତରେ ଏହାର ଶୁଭାରମ୍ଭ ହେତୁ MPV ରେ ଆହୁରି ଅଧିକ ଫିଚରସ୍ ରହିବ ।
କାରର ବାହାରେ ନୂଆ ଏଲଇଡି DRL ଗୁଡିକ ସହିତ ଡିଜାଇନ ହୋଇଥିବା ଏଲଇଡ ହେଡଲ୍ୟମ୍ପ, ସଂଶୋଧିତ ବମ୍ପର, ନୂଆ ଆଲୟ ହ୍ୱିଲ, ସଂଶୋଧିତ ଏଲଇଡ୍ ଟେଲ ଲ୍ୟାମ୍ପ ରହିବା ସହିତ ଆହୁରି ବହୁତ କିଛି ରହିଛି ।