୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ବର୍ଡର ରୋଡ୍‌ ଅର୍ଗାନାଇଜେସନରେ ୫୬୭ ପଦବୀ ଖାଲି

୧୦ମ ପାସ୍‌ କରି ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବର୍ଡର ରୋଡ ଅର୍ଗାନାଇଜେସନ (BRO) ପକ୍ଷରୁ ମାଟ୍ରିକ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଏହି ଆବେଦନ ପ୍ରକ୍ରିୟା କିଛିଦିନରୁ ଚାଲିଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ୍‌ ଯାଇ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏହି ଭର୍ତ୍ତି ବର୍ଡର ରୋଡ ଅର୍ଗାନାଇଜେସନର ଜେନେରାଲ ରିଜର୍ଭ ଇଂଜିନିୟରିଂ ଫୋର୍ସ ଦ୍ୱାରା କରାଯିବ ।

ପଦବୀ ବିବରଣୀ : ୫୬୭

ଭେଇକିଲ୍‌ ମେକାନିକ : ୨୩୬
ଅପରେଟର କମ୍ୟୁନିକେସନ : ୧୫୪
MSW ସମନ : ୧୪୯
MSW ଡ୍ରିଲର : ୧୧
ଡ୍ରାଇଭର ମେକାନିକାଲ ଟ୍ରାନ୍ସପୋର୍ଟ : ୯
MSW ପେଣ୍ଟର: ୫
ରେଡିଓ ମେକାନିକ : ୨
MSW ମେସ୍‌ ୱେଟର :୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୩ ଫେବୃଆରୀ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଅତିକମରେ ୧୦ମ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ୫୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ପଦବୀରେ ଆବେଦନ କରିବାକୁ ଚାହୁଁଥିଲେ, ଅଲଗା ଅଲଗା ଶୁଳ୍କ ଦେବାକୁ ହେବ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ସହିତ ଅନ୍ୟ ପରୀକ୍ଷା ମାଧ୍ୟମରେ ହେବ। ପରୀକ୍ଷା ସମ୍ବନ୍ଧୀୟ ବିବରଣୀ ଜାଣିବା ପରେ ୱେବସାଇଟରେ ଘୋଷଣା କରାଯିବ ।

ତେବେ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଫର୍ମ ପଠାଇବାକୁ ଅନୁରୋଧ ।

13 February 2023 – Commandant, BRO School & Centre, Dighi Camp, Pune – 411015.

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

bro.gov.in

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.