ବିଏସଏଫରେ ଚାକିରି କରିବାର ବଢ଼ିଆ ମଉକା, ସାଢ଼େ ୩ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା

ସେନାରେ ସାମିଲ ହୋଇ ଦେଶର ସେବା କରିବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବିଏସଏଫ ଅର୍ଥାତ ସିମା ସୁରକ୍ଷା ବଳରେ ସରକାରୀ ଚାକିରି ପାଇପାରିବେ। ବିଏସଏଫ ରୋଜଗାର ସମାଚାର ମାଧ୍ୟମରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ଜାରି କରିଛି। ବିଏସଏଫ ଭର୍ତ୍ତି ୨୦୨୧ ନୋଟିଫିକେସନ୍ ଅନୁଯାୟୀ ସିମା ସୁରକ୍ଷା ବଳ ଗୃପ ଏ, ବି ଏବଂ ସି ପଦ ପାଇଁ ଆବେଦନ କରିପାରିବେ। ତେବେ ଆସନ୍ତୁ ଜାଣିବା ପଦ ସଂଖ୍ୟା ଏବଂ ପଦ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ।

ଆଶାୟୀ ପ୍ରାର୍ଥି ୩୧ ଡିସେମ୍ବର, ୨୦୨୧ ପର‌୍ୟ୍ୟନ୍ତ ଆବେଦନ ପତ୍ର ପଠାଇ ବିଏସଏଫରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ। ବିଏସଏଫ୍ ଗୃପ ଏ,ବି ଏବଂ ସି ପଦ ପାଇଁ ଆଶାୟୀ ପ୍ରାର୍ଥି ବିଏସଏଫ ଦ୍ୱାରା ଜାରି ହୋଇଥିବା ନୋଟିଫିକେସନ1/04/2020(Vol-II)-Pers/BSF/4055କୁ ପଢ଼ିପାରିବେ। ଏହାଛଡା ଅଧିକ ବିବରଣୀ ପାଇଁ ସିମା ସୁରକ୍ଷା ବଳର ଅଫିସିଆଲ ୱେବସାଇଟ bsf.gov.inକୁ ଯାଇ ମଧ୍ୟ ଚେକ୍ କରିପାରିବେ।

ପଦ ବିବରଣୀ

  • କ୍ୟାପଟେନ/ପାଇଲଟ (ଡିଆଇଜି) – ୦୫
  • କମାଣ୍ଡେଟ (ପାଇଲଟ) – ୦୬
  • ଏସଏଏମ – ୦୫
  • ଜେଏଏମ୍ – ୧୧
  • ଏଏଏମ୍ – ୧୬
  • ଫ୍ଲାଇଟ୍ ଗନର – ୦୫
  • ଫ୍ଲାଇଟ ଇଞ୍ଜିନିୟର – ୦୪
  • ଫ୍ଲାଇଟ୍ ଗନର – ୦୪
  • ମୋଟ୍ ପଦ ସଂଖ୍ୟା – ୫୩

ସମ୍ବାବିତ ଦରମା

  • କ୍ୟାପଟେନ/ପାଇଲଟ (ଡିଆଇଜି) – ୩.୨୫ ଲକ୍ଷରୁ ୩.୫୦ ଲକ୍ଷ ଟଙ୍କା
  • କମାଣ୍ଡେଟ (ପାଇଲଟ) – ୨.୮ ଲକ୍ଷରୁ ୩.୪ ଲକ୍ଷ ଟଙ୍କା
  • ଏସଏଏମ – ୧.୪୦ ଲକ୍ଷ ଟଙ୍କା
  • ଜେଏଏମ୍ – ୧.୩୦ ଲକ୍ଷ ଟଙ୍କା
  • ଏଏଏମ୍ – ୧.୨୦ ଲକ୍ଷ ଟଙ୍କା
  • ଫ୍ଲାଇଟ୍ ଗନର – ୧.୫୫ ଲକ୍ଷରୁ ୧.୬୫ ଲକ୍ଷ ଟଙ୍କା
  • ଫ୍ଲାଇଟ ଇଞ୍ଜିନିୟର ଏବଂ ଜୁନିୟର ଫ୍ଲାଇଟ ଗନର – ୧.୫ ଲକ୍ଷରୁ ୧.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ

କେମିତି କରିବେ ଆବେଦନ ଜାଣନ୍ତୁ

ଯେଉଁ ଆଶାୟୀ ପ୍ରାର୍ଥୀ ଭାରତ ସରକାର/ ରାଜ୍ୟ ସରକାର/ ସାର୍ବଜନିକ କ୍ଷେତ୍ରର ଉପକ୍ରମ, ବିଭିନ୍ନ ମନ୍ତ୍ରାଳୟ କିମ୍ବା ବିଭାଗରେ ସେବା କରୁଥିବେ କିମ୍ବା ସେବାନିବୃତ୍ତ ଥିବେ, ସେମାନେ ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି। ଇଚ୍ଛୁକ ପ୍ରାର୍ଥୀ ସଠିକ ରୂପରେ ନିଜର ଆବେଦନ ଫର୍ମ ଭରି ଆବେଦନ ପତ୍ରକୁ ଗୃପ- ଏ, ବି ଏବଂ ସି ଶ୍ରେଣୀ ପଦ ପାଇଁ ଆବେଦନ କରିବାକୁ ହେବ। ସଠିକ ଭାବରେ ଭରି ସଠିକ ଠିକଣାରେ ୩୧ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ପଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.