BSF ରେ ବମ୍ପର ନିଯୁକ୍ତି, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛକୁ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିଏସଏଫ ତରଫରୁ କନେଷ୍ଟବଳ(ଟ୍ରେଡସମ୍ୟାନ୍‌) ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି ଭର୍ତ୍ତି ଜରିଆରେ ବିଏସଏଫ କନେଷ୍ଟବଳ ୧୪୧୦ ପଦବୀରେ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ବିଏସଏଫର ଅଫିସିଆଲ ୱେବସାଇଟ୍‌ rectt.bsf.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ଆବେଦନ କରିବାର ମାସେ ପର୍ଯ୍ୟନ୍ତ ରହିବ ।

ପଦବୀ ବିବରଣୀ : ୧୪୧୦

ପୁରୁଷ : ୧୩୪୩

ମହିଳା : ୬୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୩ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ହେବା ଜରୁରୀ । ଅନୁସୂଚିତ ଜାତି ଏବଂ ଜନଜାତି, ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ପାଇବେ ।

ଦରମା : ମାସିକ ଦରମା ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ମାସିକ ଦରମା ମିଳିବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି/EWS ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଭରିବେ। ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ ଦିବ୍ୟାଙ୍ଗ କୌଣସି ଶୁଳ୍କ ଦେବାକୁ ହେବନି ।

କେମିତି କରିବେ ଆବେଦନ :

ପ୍ରାର୍ଥୀ ପ୍ରଥମେ ବିଏସଏଫର ଅଫିସିଆଲ ୱେବସାଇଟ୍‌ rectt.bsf.gov.in କୁ ଯାଆନ୍ତୁ ।

ଏହାପରେ ହୋମ ପେଜକୁ ଯାଇ Constable Tradesman Post ଲିଙ୍କରେ କ୍ଲିକ୍‌ କରନ୍ତୁ ।

ଏବେ ଆପଣଙ୍କ ସାମ୍ନାରେ ନୂଆ ପେଜ୍‌ ଓପନ ହେବ। ଏଥିରେ ପ୍ରଥମେ ରେଜିଷ୍ଟ୍ରସନ କରନ୍ତୁ ।

ଏହାପରେ ଆପ୍ଲିକେସନ ଫର୍ମ ଭରିବା ପରେ ଶେଷରେ ଆବେଦନ ଶୁଳ୍କ ଭରି ସବମିଟ୍‌ କରନ୍ତୁ ।

ଏହାପରେ ଆବେଦନ ଫର୍ମକୁ ଡାଉନଲୋଡ କରି ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

http://www.davp.nic.in/WriteReadData/ADS/eng_19110_119_2223b.pdf

Leave A Reply

Your email address will not be published.