BSNLର ବଡ଼ ଖୁଲାସା! ଏହି ଦିନ ଲଞ୍ଚ୍‌ ହେବ 5G ସର୍ଭିସ୍‌; ସାରା ଦେଶରେ ମିଳିଯିବ ସେବା

ଭାରତରେ ଆନୁଷ୍ଠାନିକ ଭାବେ 5G ସେବା ଲଞ୍ଚ୍‌ ହୋଇସାରିଛି। ରିଲାଏନ୍ସ ଜିଓ (Reliance Jio) ଏବଂ ଏୟାରଟେଲ (Airtel) 5G ସେବାକୁ ଦେଶର କିଛି ସ୍ୱତନ୍ତ୍ର ସହରରେ ଜାରି କରିଛନ୍ତି। କହି ରଖୁଛୁ କି, ବର୍ତ୍ତମାନ ସୁଦ୍ଧା ଭୋଡାଫୋନ୍‌ ଆଇଡିଆ (Vodafone Idea) ତରଫରୁ ଏ ବିଷୟରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ ଯେ ଏହା କେବେ 5G ସେବା ଆରମ୍ଭ କରିବ। କିନ୍ତୁ ସରକାରୀ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ (BSNL) 5G ଲଞ୍ଚ୍‌କୁ ନେଇ ସୂଚନା କରି ଦେଇଛି।

ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ, କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କିଛି ଦିନ ତଳେ ଏହି ସୂଚନା ଦେଇଥିଲେ କି, ସରକାରୀ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ (BSNL)ର 5G ସର୍ଭିସ୍‌ କେବେ ଏବଂ କିପରି ଲଞ୍ଚ୍‌ କରାଯିବ। କହି ରଖୁଛୁ, 5G ପୂର୍ବରୁ BSNL 4Gକୁ ଜାରି କରାଯିବ।

ଏହି ଦିନ ଲଞ୍ଚ୍‌ ହେବ BSNL 5G

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, BSNL 5G ଲଞ୍ଚ୍‌ର ପ୍ଲାନ୍‌ ସେଟ୍‌ ରହିଛି ଏବଂ ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୩ ଅଗଷ୍ଟ ସୁଦ୍ଧା BSNL 5Gକୁ ସାରା ଭାରତରେ ଉପସ୍ଥାପନ କରାଯିବ। ଅଗଷ୍ଟ ୨୦୨୩ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ଵାର୍କରେ 5G ସର୍ଭିସ୍‌କୁ ଅନ୍ତର୍ଭୁକ୍ତ କରାଯିବ, ଯଦ୍ଦ୍ଵାରା ଏହି ସରକାରୀ କମ୍ପାନୀ ଘରୋଇ ଟେଲିକମ୍‌ କମ୍ପାନୀ ସହ ପ୍ରତିଯୋଗିତା କରିପାରିବ।

ପ୍ରଥମେ ଆରମ୍ଭ କରାଯିବ 4G ସେବା

କୁହାଯାଇଛି ଯେ BSNL 5G ସର୍ଭିସ୍‌କୁ ଅଗଷ୍ଟ, ୨୦୨୩ରେ ଜାରି କରାଯିବ। କିନ୍ତୁ ଏହା ପୂର୍ବରୁ ବିଏସ୍‌ଏନ୍‌ଏଲ୍‌ ୟୁଜରମାନଙ୍କୁ 4G ସେବା ବ୍ୟବହାର କରିବାକୁ ମଉକା ମିଳିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଏସ୍‌ଏନ୍‌ଏଲ୍‌ 4G ଲଞ୍ଚ୍‌ କରିବା ପଥରେ ଅଛି ଏବଂ ଜାନୁଆରୀ ୨୦୨୩ ସୁଦ୍ଧା ଏହି ସର୍ଭିସ୍‌କୁ ଜାରି କରାଯାଇପାରେ।

ଆସନ୍ତା ବର୍ଷ ଶେଷ ସୁଦ୍ଧା ବହୁତ ସହରରେ ମିଳିବ 5G ସର୍ଭିସ୍‌

Airtel 5G Plus ବର୍ତ୍ତମାନ ୮ ସହରରେ ଉପଲବ୍ଧ ରହିଛି। ଯଦିଓ ଏହି ସହରଗୁଡ଼ିକରେ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସର୍ଭିସ୍‌ ଆକ୍ଟିଭେଟ୍‌ ହୋଇନାହିଁ। ଆସନ୍ତା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ପୂରା ଦେଶରେ Airtel 5G ଉପଲବ୍ଧ ହୋଇଯିବ। ସେହିପରି ଜିଓ ବର୍ତ୍ତମାନ ୪ ସହରରେ ସର୍ଭିସ୍‌ ଲଞ୍ଚ୍‌ କରିଥିବା ବେଳେ ଡିସେମ୍ବର ୨୦୨୩ ସୁଦ୍ଧା ପାଖାପାଖି ପୂରା ଦେଶରେ ଜିଓ 5G ସର୍ଭିସ୍‌ ଲାଇଭ୍‌ ହୋଇଯିବ।

କହି ରଖୁଛୁ, ୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5G ସର୍ଭିସ୍‌କୁ ଲଞ୍ଚ୍‌ କରିଥିବା ବେଳେ ଏୟାରଟେଲ ମଧ୍ୟ ଦେଶର ୮ ସହରରେ ନିଜର 5G ସେବାକୁ ଲଞ୍ଚ୍‌ କରିଥିଲା। ଯଦି ଆପଣ ଏହି ସହରଗୁଡ଼ିକରେ ରହୁଛନ୍ତି, ତା’ ହେଲେ ପାଇ ପାରିବେ 5G ନେଟ୍‌ଓ୍ଵାର୍କ। ଏହି ନେଟ୍‌ଓ୍ଵାର୍କ ଉପରେ ଆପଣ ବଢ଼ିଆ ସ୍ପିଡ୍‌ ସହିତ କଲ୍‌ କନେକ୍ଟିଭିଟି ଏକ୍ସପେରିୟନ୍ସ ମଧ୍ୟ ଲାଭ କରି ପାରିବେ। ଏୟାରଟେଲ ଜାରି କରିଥିବା 5G ରେଡି ୧୧୬ ସ୍ମାର୍ଟଫୋନ୍‌ ତାଲିକାରେ 5G ସପୋର୍ଟ କରୁଥିବା ଅଧିକାଂଶ ଫୋନ୍‌କୁ ସାମିଲ କରାଯାଇଛି, ଯେଉଁଥିରେ Airtel 5Gର ସପୋର୍ଟ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.