ଛଅ ମାସ ଯାଏଁ ଉଠାନ୍ତୁ ଭରପୂର ଆନନ୍ଦ, ମାତ୍ର ୬୯୯ ଟଙ୍କା ରିଚାର୍ଜ କରି ପାଆନ୍ତୁ ଡାଟା-sms ଏବଂ ଅନଲିମିଟେଡ଼ କଲିଂର ସୁବିଧା

ନିକଟରେ ଅନେକ ବଡ ବଡ ଟେଲିକମ କମ୍ପାନୀ ନିଜର ପ୍ରିପେଡ ରିଚାର୍ଜ ପ୍ଲାନର ଦାମ ବଢ଼ାଇ ଦେଇଛନ୍ତି। ରିଚାର୍ଜ ପ୍ଲାନର ଦାମ ବଢିବା କାରଣରୁ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିଛି। ଏବେ ଗ୍ରାହକଙ୍କୁ ସେହି ସୁବିଧା ପାଇବା ପାଇଁ ଅଧିକ ଟଙ୍କା ଦେବାକୁ ପଡୁଛି। ଖାସ କରି ଏହି କାରଣରୁ ଗ୍ରାହକ ଅନ୍ୟ ରିଚାର୍ଜ ପ୍ଲାନର ବିକଳ୍ପ ଖୋଜୁଛନ୍ତି। ଯେଉଁଥିରେ ସେମାନଙ୍କୁ କମ ଦାମରେ ଭଲ ବେନିଫିଟସ ମିଳିପାରିବ। ଯଦି ଆପଣ ବି ଏମିତି ପ୍ଲାନ ସନ୍ଧାନରେ ଅଛନ୍ତି, ଯେଉଁଥିରେ ଆପଣଙ୍କୁ କମ ଦାମରେ ଅନଲିମିଟେଡ଼ କଲିଂ ଏବଂ ଇଣ୍ଟରନେଟ ସହିତ ଅଧିକ ଦିନର ଭ୍ୟାଲିଡିଟି ରହିଥିବ। ତେବେ ଆଜି ଆମେ ଆପଣଙ୍କୁ bsnl ର ଏକ ବହୁତ ଖାସ ପ୍ଲାନ ବିଷୟରେ କହିବୁ ଯେଉଁଥିରେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିପାରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ bsnlର ଏହି ରିଚାର୍ଜ ପ୍ଲାନର ବୈଧତା ୧୮୦ ଦିନର। ଆସନ୍ତୁ ଜାଣିବା ଏହି ଖାସ ରିଚାର୍ଜ ପ୍ଲାନ ବିଷୟରେ।

ବିଏସେଏନଏଲର ଏହି ରିଚାର୍ଜ ପ୍ଲାନ ର ଦାମ ରହିଛି ୬୯୯ ଟଙ୍କା। ଯଦି ଆପଣ ଏହି ପ୍ଲାନକୁ ନିଜ ଫୋନରେ ରିଚାର୍ଜ କରୁଛନ୍ତି ତାହେଲେ ଏଥିରେ ଆପଣଙ୍କୁ ମୋଟ ୧୮୦ ଦିନର ଭ୍ୟାଲିଡିଟି ମିଳିବ। ଅର୍ଥାତ ବିନା କୌଣସି ଚିନ୍ତାରେ ଆପଣ ୬ ମାସ ପର୍ଯ୍ୟନ୍ତ ପ୍ଲାନକୁ ଉପଭୋଗ କରିପାରିବେ।

ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ ପାଇଁ ପ୍ରତିଦିନ ୦.୫Gb ଡେଲି ଡାଟା ଲିମିଟ ମିଳିବ। ଡେଲି ଡାଟା ଲିମିଟ ଶେଷ ହୋଇଯିବା ପରେ ସ୍ପୀଡ଼ ୪୦kbps ହୋଇଯିବ। ଏମିତିରେ ଆପଣ ଏହି ପ୍ଲାନରେ ଇଣ୍ଟରନେଟର ବି ଭରପୁର ମଜା ଉଠାଇପାରିବେ।

ଯଦି ଆମେ କଲିଂ ବିଷୟରେ କହିବା ତାହେଲେ ପ୍ଲାନରେ ଆପଣଙ୍କୁ ଅନଲିମିଟେଡ଼ କଲିଂର ସୁବିଧା ମିଳିବ। ଏହା ବ୍ୟତୀତ ଆପଣଙ୍କୁ ପ୍ରତିଦିନ ୧୦୦ sms ସୁବିଧା ମଧ୍ୟ ମିଳିବ। କମ ମୂଲ୍ୟରେ bsnl ର ଏହି ରିଚାର୍ଜ ପ୍ଲାନ ବହୁତ ଖାସ ରହିବ ଗ୍ରାହକଙ୍କ ପାଇଁ। କାହିଁକିନା ଡାଟା, କଲିଂ ସହିତ sms ଏବଂ ୬ ମାସ ପର୍ଯ୍ୟନ୍ତ ଭ୍ୟାଲିଡିଟି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.