ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜ ଗ୍ରାହକମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆଣି ଦେଇଛି । ନିଜ ଦୁଇଟି ପ୍ରି-ପେଡ ପ୍ଲାନକୁ ଅପଡ଼େଟ କରିଛି କମ୍ପାନୀ । ଏହା ମଧ୍ୟରେ ରହିଛି କମ୍ପାନୀର STV 49 ଓ 108 ଟଙ୍କିଆ ପ୍ଲାନ । ଅପଡେଟ ସୁବିଧା ଆସନ୍ତା ଡିସେମ୍ବର ମାସରୁ ଲାଗୁ ହେବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ କମ୍ପାନୀ ଖୁବ ଶୀଘ୍ର ନିଜର ଆଉ ଏକ ପୋଷ୍ଟ ପେଡ଼ ପ୍ଲାନ ଲଞ୍ଚ କରିବାକୁ ଯାଉଛି | STV 49ର ବୈଧତା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଥିବା ବେଳେ କମ୍ପାନୀ ତରଫରୁ ଏହି ଅବଧି ବୃଦ୍ଧି କରାଯାଇଛି । ଗ୍ରାହକମାନେ ଆଗାମୀ ୯୦ ଦିନ ଯାଏଁ ଅର୍ଥାତ ଫେବ୍ରୁଆରୀ ୨୮ ତାରିଖ ଯାଏଁ ଏହି ସୁବିଧାର ଲାଭ ନେଇ ପାରିବେ । କହିରଖିବା ଉଚିତ ହେବକି, ବିଏସଏନଏଲ ଚଳିତ ବର୍ଷ ସେପ୍ଟେ ମ୍ବର ମାସରେ ୯୦ଦିନ ପାଇଁ ପ୍ରମୋଶନାଲ ପ୍ଲାନ ଭାବରେ ଏହି ଦୁଇ ପ୍ଲାନକୁ ଲଞ୍ଚ କରିଥିଲା । ଆଉ ଏହି ପ୍ଲାନଗୁଡିକରେ ମିଳୁଥିବା ସୁବିଧା ସୁଯୋଗରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ।
ଅନ୍ୟ ନେଟୱର୍କକୁ କଲିଙ୍ଗ ପାଇଁ ୧୦୦ ମିନିଟ ପର୍ଯ୍ୟନ୍ତ ସମୟ ମିଳିବ । କିନ୍ତୁ ୧୦୦ ମିନିଟର ଅବଧି ଶେଷ ହେବା ପରେ ଶୁଳ୍କ ଦେବାକୁ ପଡିଥାଏ । ଏହି ପ୍ଲାନରେ ୨ ଜିବି ଡାଟା ସମେତ ୧୦୦ ଏମଏମଏସ ସୁବିଧା ମିଳୁଥିବା ବେଳେ ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ । ଅନୁରୂପ ଭାବରେ ୧୦୮ ଟଙ୍କିଆ ପ୍ଲାନରେ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ସୁବିଧା ସହ ପ୍ରତିଦିନ ୧ ଜିବି ଡାଟା ମାଗଣା ମିଳିବ । ଏହି ପ୍ଲାନର ବୈଧତା ୯୦ ଦିନ ପର୍ଯ୍ୟନ୍ତ ଥିବା ବେଳେ ଡାଟା ସୁବିଧା କିନ୍ତୁ ୪୫ ଦିନ ଯାଏଁ ହିଁ ରହିବ । STV 49 ପରି ଏହି ପ୍ଲାନରେ ୧୦୦ ଏସଏମଏସର ସୁବିଧା ବି ରହିଛି । ପ୍ରତିଦିନ ୨୫୦ ମିନିଟ କଲ କରାଯାଇପାରିବ ।