ସ୍ୱାଧୀନତା ଦିବସ ଅବସରରେ ବିଏସଏନଏଲ୍ ଆଣିଛି ଫ୍ରିଡମ୍ ଅଫର-ଛୋଟା ପ୍ୟାକ୍

ସ୍ୱାଧୀନତା ଦିବସ ଅବସରରେ ବିଏସଏନଏଲ୍ ଆଣିଛି ଫ୍ରିଡମ୍ ଅଫର-ଛୋଟା ପ୍ୟାକ୍ । ଏଥିରେ ଦୁଇଟି ପ୍ଲାନ ରହିଛି । ପ୍ରଥମଟିରେ ୯ ଟଙ୍କା ଦେଇ ଜଣେ ଗ୍ରାହକ ଗୋଟିଏ ଦିନ ପାଇଁ ଅନଲିମିଟେଡ୍ କଲ୍ ସୁବିଧା ସହ ୨ଜିବି ଡାଟା ପାଇବେ । ଶହେଟି ଏସଏମଏସ୍ ମାଗଣା ରହିଛି। ଦ୍ୱିତୀୟ ପ୍ଲାନ୍ରେ ୨୯ ଟଙ୍କା ଦେଇ ଜଣେ ଗ୍ରାହକ ଅନଲିମିଟେଡ୍ କଲ୍ ସୁବିଧା ସହ ୭ଦିନ ପର୍ୟ୍ୟନ୍ତ ଦୈନିକ ୨ ଜିବି ଡାଟା ଓ ଶହେଟି ମାଗଣା ଏସଏମଏସ୍ ସୁବିଧା ପାଇବେ। ଏହି ଅଫର ୨୫ତାରିଖ ଯାଏଁ ରହିଛି ।