ଚାରି ମାସ ପାଇଁ ମାଗଣାରେ ଇଣ୍ଟରନେଟ ସୁବିଧା ଦେଉଛି BSNL

ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲର ପ୍ରତିଦ୍ବନ୍ଦିତା ସବୁବେଳେ ପ୍ରାଇଭେଟ କମ୍ପାନୀ ମାନଙ୍କ ସହ ହୋଇଥାଏ ।  ଆଉ ଏନେଇ ସମୟ ସମୟରେ ବିଏସଏନଏଲ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ମାନ ଲଞ୍ଚ କରିଥାଏ । ଏବେ କମ୍ପାନୀ ଆଉ ଏକ ବଡ ଘୋଷଣା କରିଛି । ଏହି ଯୋଜନା ଅନ୍ତର୍ଗତ କମ୍ପାନୀ ତରଫରୁ ଗ୍ରାହକ ମାନଙ୍କୁ ଚାରି ମାସ ପର୍ଯ୍ୟନ୍ତର ମାଗଣା ଇଣ୍ଟରନେଟ ସୁବିଧା ମିଳିପାରିବ ।  ନୂଆ ଯୋଜନା ଅନ୍ତର୍ଗତ ଭାରତ ଫାଇବର ଓ ଡିଜିଟାଲ ସବସ୍କ୍ରିପସନ ଲାଇନର ଗ୍ରାହକ ମାନଙ୍କୁ ଚାରି ମାସ ପର୍ଯ୍ୟନ୍ତ ହାଇ ସ୍ପୀଡ ଡାଟା ମିଳିପାରିବ ।  ଏହି ଅଫର ବିଏସଏନଏଲ ଲ୍ୟାଣ୍ଡଲାଇନ ଓ ବିଏସଏନଏଲ ବ୍ରଡ଼ବ୍ୟାଣ୍ଡ ଓଭର ୱାଇ-ଫାଇ ଉପରେ ଲାଗୁ ହେବ ।  କିନ୍ତୁ ଏନେଇ ଏକ ବିଶେଷ ସର୍ତ୍ତ ରଖାଯାଇଛି ।  କମ୍ପାନୀର ଏହି ସୁବିଧା ପାଇବାକୁ ହେଲେ ଗ୍ରାହକ ମାନଙ୍କୁ ୩୬ ମାସ ପର୍ଯ୍ୟନ୍ତ ବିଲ ପୈଠ କରିବାକୁ ହେବ ।  ଅନ୍ୟପକ୍ଷରେ କହିବାକୁ ଗଲେ ୩୬ ମାସର ଟଙ୍କା ବଦଳରେ ୪୦ ମାସ ପର୍ଯ୍ୟନ୍ତର ଇଣ୍ଟରନେଟ ସୁବିଧା ପାଇପାରିବେ ଗ୍ରାହକ । କମ୍ପାନୀ ପକ୍ଷରୁ ଆଉ ଏକ ସୁବିଧା ବି ରହିଛି ।

ଯଦି କୌଣସି ଗ୍ରାହକ ୨୪ ମାସର ବିଲ ପୈଠ କରୁଛନ୍ତି ସେମାନଙ୍କୁ ୩ ମାସ ପର୍ଯ୍ୟନ୍ତର ଫ୍ରି ଇଣ୍ଟରନେଟ ସୁବିଧା ମିଳିବ ।  ଆଉ ୧୨ ମାସ ପାଇଁ ଏକାଠି ପେମେଣ୍ଟ କଲେ ଗୋଟେ ମାସ ପାଇଁ ଫ୍ରି ଇଣ୍ଟରନେଟ ସୁବିଧା ଲାଭ କରିପାରିବେ ।  ଏହି ଅଫର ସୁବିଧା ଗ୍ରାହକ ମାନେ ୧୮୦୦୦୦୩୪୫୧୫୦୦ ନମ୍ବରକୁ କଲ କରି କୌଣସି ପାଖ ଷ୍ଟୋରରୁ ପାଇପାରିବେ ।  ସୂଚନା ଦେବା ଯୋଗ୍ୟକି, ନିକଟରେ ବିଏସଏନଏଲ ମାଗଣା 4G ସିମ ଅଫର ଅବଧି ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛି ।  କମ୍ପାନୀ ଏହି ଅଫର ମାତ୍ର କିଛି ଦିନ ଆଗରୁ ହିଁ ଜାରି କରିଥିଲା ।  ଯେଉଁମାନେ ପୂର୍ବରୁ ୧୦୦ରୁ ଅଧିକ ଟଙ୍କାର ରିଚାର୍ଜ କରାଇ ଆସୁଥିଲେ ସେହିମାନେ କରିପାରିବେ ଦେଶର ଅନ୍ୟତମ ଟେଲିକମ କମ୍ପାନୀ ନିଜ ଗ୍ରାହକ ମାନଙ୍କ ପାଇଁ ଏକ ଦମଦାର ପ୍ଲାନ ଲଞ୍ଚ କରିଥିଲା ।

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ନିଜ ଗ୍ରାହକ ମାନଙ୍କ ପାଇଁ ଏକ ଦମଦାର ପ୍ଲାନ ଲଞ୍ଚ କରିଥିଲା । ଆଗକୁ ଥିବା ଫେଷ୍ଟିଭ ସିଜିନକୁ ଆଖି ଆଗରେ ରଖି ଏମିତି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଏହି ଫେଷ୍ଟିଭ ସିଜନରେ ୟୁଜର୍ସଙ୍କ ପାଇଁ ଏକ ଦମଦାର ଅଫର ନେଇ ଆସିଥିଲା । ନୂଆ ଅଫରରେ କମ୍ପାନୀ କିଛି ପ୍ଲାନ ସହିତ ଏକ୍ସଟ୍ରା ଭ୍ୟାଲିଡିଟି ଅତିରିକ୍ତ ଡାଟା ଅଫର ଲଞ୍ଚ କରିଛି ।

Leave A Reply

Your email address will not be published.