ଗ୍ରାହକଙ୍କୁ ଇଦ ଭେଟି ଦେଲା BSNL, ରାତି ସାରା ମିଳିବ ଅନଲିମିଟେଡ଼ ଡାଟା

ଦେଶର ଅନ୍ୟତମ ସରକାରୀ ଟେଲିକମ କମ୍ପାନୀ BSNL ନିଜ ଗ୍ରାହକ ମାନଙ୍କ ପାଇଁ ଏକ ଜବରଦସ୍ତ ଅଫର ଲଞ୍ଚ କରିଛି । BSNL ଦ୍ୱାରା ଜାରି ହୋଇଥିବା ୫୯୯ ଟଙ୍କିଆ ପ୍ଲାନରେ ଗ୍ରାହକ ମାନଙ୍କୁ ଜୁଲାଇ ୨୧ ତାରିଖ ଠାରୁ ରାତିରେ ଅନଲିମିଟେଡ଼ ଡାଟା ସୁବିଧା ମିଳିପାରିବ । ଆଗକୁ ଇଦ ଆସୁଥିବାରୁ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଜୁଲାଇ ୨୧ ତାରିଖରୁ ଗ୍ରାହକ ମାନଙ୍କୁ ରାତି ୧୨ଟା ଠାରୁ ଭୋର ୫
ଟା ପର୍ଯ୍ୟନ୍ତ ଅନଲିମିଟେଡ଼ ଡାଟା ସୁବିଧା ମିଳିପାରିବ । ଏହି ସମୟ ମଧ୍ୟରେ ଗ୍ରାହକ ମାନେ ହାଇସ୍ପିଡ଼ ଡାଟା ବ୍ୟବହାର କରିପାରିବେ | ଆସନ୍ତୁ ଏହି ପ୍ଲାନ ବିଷୟରେ ବିସ୍ତୃତରେ ଜାଣିରଖିବା ।

ବିଏସଏନଏଲର ଏହି ପ୍ଲାନରେ ଅନଲିମିଟେଡ଼ ଭଏସ କଲିଙ୍ଗ ସୁବିଧା ମିଳିପାରିବ । ୫୯୯ ଟଙ୍କିଆ ଏହି ପ୍ଲାନରେ ପ୍ରତିଦିନ ୫ ଜିବି ଡାଟା ସୁବିଧା ମିଳିବ । ଯଦି ପ୍ରତିଦିନ ମାଗଣା ମିଳୁଥିବା ଡାଟା ସରିଯାଏ ତେବେ ଗ୍ରାହକ ମାନେ 4kbps ସ୍ପୀଡରେ ଇଣ୍ଟରନେଟ ବ୍ୟବହାର କରିପାରିବେ । ଏହି ପ୍ଲାନରେ ପ୍ରତିଦିନ ୧୦୦ ଫ୍ରି ଏସଏମଏସ ମିଳିପାରିବ । ଏହା ସହ bsnl ଟ୍ୟୁନ୍ସ ଓ ଜିଙ୍ଗ ମ୍ୟୁଜିକାଲ ଆପ ସୁବିଧା ମିଳିପାରିବ । କେବଳ ମାତ୍ର ପର୍ସନାଲ ୟୁଜ ପାଇଁ ହିଁ ଏହାକୁ ବ୍ୟବହାର କରିହେବ । କୌଣସି ପ୍ରକାର ଫ୍ରଡ ନେଇ ଅଭିଯୋଗ ଆସିଲେ କମ୍ପାନୀ ଏହି ସୁବିଧା ବନ୍ଦ କରିଦେବ ।
BSNLନିଜ ଗୁଗୁଲ ସ୍ମାର୍ଟ ଡ଼ିଭାଇସ ଗୁଡିକୁ ବି ଡ଼ିସକାଉଣ୍ଟ ରେଟରେ ବିକ୍ରି କରୁଛି । ଗୁଗୁଲ ନେଷ୍ଟ ମିନି, ଗୁଗୁଲ ନେଷ୍ଟ ହବକୁ ଶସ୍ତା କିଣା ଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.