BSNL ଲଞ୍ଚ କଲା ନୂଆ ପ୍ଲାନ, ୧୮୦ ଦିନ ପର୍ଯ୍ୟନ୍ତ ମନ ଖୋଲି କଥା ହୁଅନ୍ତୁ ଫ୍ରୀରେ

ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗତ କିଛି ମାସ ହେବ ପ୍ରାଇଭେଟ ଟେଲିକମ୍ କମ୍ପାନୀକୁ ଟକ୍କର ଦେବା ପାଇଁ ବହୁତ ପ୍ରି-ପେଡ ଏବଂ ପୋଷ୍ଟେପେଡ ପ୍ଲାନ ଜାରି କରୁଛି। କମ୍ପାନୀ ନିକଟରେ ଏକ ନୂଆ ପ୍ଲାନ ଜାରି କରିଛି, ଯାହର ଦାମ ରହିଛି ୫୯୯ ଟଙ୍କା। ଏହି ପ୍ଲାନର ବୈଧତା ହେଉଛି ୧୮୦ ଦିନ ଏବଂ ସମସ୍ତ ନେଟୱାର୍କରେ ଅନଲିମିଟେଡ କଲିଂ ମିଳିବ।

ଏହି ପ୍ଲାନ ସେହି ଗ୍ରାହକଙ୍କ ପାଇଁ ଜାରି କରିଛି ଯେଉଁମାନେ ନିଜର ନମ୍ବରର ବୈଦ୍ଧତା ବଢ଼ାଇବାକୁ ଚାହୁଁଛନ୍ତି। କାରଣ ଏହି ପ୍ଲାନ ଲମ୍ବା ବୈଦ୍ଧତା ବିଶିଷ୍ଟ ଅଟେ। ଏହି ପ୍ଲାନକୁ BSNL ର କୌଣସି ଗ୍ରାହକ କିଣିପାରିବେ। ଏହି ପ୍ଲାନକୁ ନେବା ପରେ ୧୮୦ ଦିନ ପର୍ଯ୍ୟନ୍ତ ଲୋକାଲ-ଏସିଡିଟୀ ଏବଂ ରୋମିଙ୍ଗ ଫ୍ରୀ କଲିଙ୍ଗର ସୁବିଧା ମିଳିବ। ଅବଶ୍ୟ ଦିଲ୍ଲୀ ଏବଂ ମୁମ୍ବାଇ ସର୍କଲରେ ଆପଣ ଫ୍ରୀ କଲିଂ କରିପାରିବେ ନାହିଁ। ଟେଲିକମଟକଙ୍କ ରିପୋର୍ଟ ଅନୁଯାୟୀ BSNL ର ଏହି ପ୍ଲାନ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସର୍କଲରେ ଉପଲବ୍ଧ ହୋଇଛି। ଆଗକୁ ଏହି ପ୍ଲାନ ସମସ୍ତ ସର୍କଲରେ ଜାରି କରାଯାଇପାରେ।

ଜଣାଇବାକୁ ଚାହିଁବୁ ବିଏସଏନଏଲ ନିକଟରେ ନିଜର କ୍ୟାସବ୍ୟାକ୍ ପ୍ଲାନକୁ ଅପଡେଟ କରିଛି। ଅପଡେଟ ପରେ କମ୍ପାନୀ ବ୍ରାଣ୍ଡବ୍ୟାଡ୍ ପ୍ଲାନର ରିଚାର୍ଜ ପରେ ମଧ୍ୟ ୨୫ ପ୍ରତିଶତ କ୍ୟାବ୍ୟାକ୍ ଦେଉଛି। ସେହିଭଳି ନିକଟରେ ୩୪୯ ଟଙ୍କା ବିଶିଷ୍ଟ ପ୍ରି-ପେଡ ପ୍ଲାନର ବୈଦ୍ଧତା ୫୪ ଦିନକୁ ବଢ଼ାଇ ୬୪ ଦିନ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.