ବିଏସଏନଏଲ ଲଞ୍ଚ କଲା ଧମାକାଦାର ଅଫର, ଏଣିକି ୟୁଜର୍ସଙ୍କୁ ପ୍ରତି କଲରେ ମିଳିବ କ୍ୟାସବ୍ୟାକ

ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ଜାରି ହୋଇଥିବା ଲକ ଡାଉନକୁ ଧ୍ୟାନରେ ରଖି 6 ପଇସା କ୍ୟାସବ୍ୟାକ ଵାଲା ଅଫରକୁ ପୁଣିଥରେ ଲଞ୍ଚ କରିଛି ।  ଏହି ନୂଆ ଅଫର ଅନୁଯାୟୀ ୟୁଜର୍ସଙ୍କୁ ମେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ କଲ ଉପରେ ୬ ପଇସା ପର୍ଯ୍ୟନ୍ତର କ୍ୟାସବ୍ୟାକ ମିଳିପାରିବ ।  କହି ରଖିବା ଉଚିତ ହେବକି, ଏହି ଅଫରକୁ କମ୍ପାନୀ ତରଫରୁ ଗତ ବର୍ଷ ହିଁ ଲଞ୍ଚ କରାଯାଇଥିଲା ।  ତେବେ ଆସନ୍ତୁ ଏହି ଅଫର ବିଷୟରେ ବିସ୍ତାରରେ ଜାଣି ରଖିବା ।

କମ୍ପାନୀର ଏହି ଅଫରର ଲାଭ କେବଳ ସେହି ମାନଙ୍କୁ ମିଳିବ, ଯେଉଁମାନେ ପାଞ୍ଚ ମିନିଟରୁ ଅଧିକ ସମୟ ଯାଏଁ କଥା ହେଉଥିବେ ।  ଏହି ଅଫରକୁ ଆକ୍ଟିଭେଟ କରିବା ପାଇଁ ୟୁଜର୍ସକୁ ଆକ୍ଟ ୬ ପଇସା ଲେଖି 9478053334 ନମ୍ବରକୁ ମେସେଜ କରିବାକୁ ପଡିବ ।  କିଛି ସମୟ ଭିତରେ ହିଁ ଏହି ଅଫର ମନକୁ ମନ ଆକ୍ଟିଭେଟ ହୋଇଯିବ ।  କମ୍ପାନୀର ଏହି ଅଫର ଲ୍ୟାଣ୍ଡଲାଇନ, ଫାଇବର ଟୁ ଦ ହୋମ ଓ ବ୍ରଡ଼ବ୍ୟାଣ୍ଡ ୟୁଜର୍ସ ମାନଙ୍କ ପାଇଁ ହିଁ ଉପଲବ୍ଧ ଅଛି ।

BSNL Offering 4% Commission For Recharging Others Mobile Numbers ...

ଏହି ଲକଡ଼ାଉନ ସମୟରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ନେଇ ନିଷ୍ପତ୍ତି ନେଇଛି କମ୍ପାନୀ ।  ଯେଉଁ ମାନେ ଅନ୍ୟ ବିଏସଏନଏଲ ନମ୍ବରକୁ ରିଚାର୍ଜ କରୁଥିବେ ସେମାନଙ୍କୁ ୪ ପ୍ରତିଶତ ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳିବ ।  କମ୍ପାନୀ ତରଫରୁ ଦାବି ହୋଇଛିକି ଏହି ନୂଆ ଅଫରରେ ଗ୍ରାହକଙ୍କୁ ଫାଇଦା ମିଳିପାରିବ ।  ୟୁଜର୍ସ ମାନଙ୍କୁ ଏହି ପ୍ଲାନ ଜରିଆରେ ପ୍ରତିଦିନ ୧ ଯିବି ଡାଟା ସମେତ ୫୦୦ ଏସଏମଏସର ସୁବିଧା ମିଳିପାରିବ ।  ଏହା ସହ ୟୁଜର୍ସଙ୍କୁ ଅନ୍ୟ କୌଣସି ନେଟୱର୍କକୁ କଲିଙ୍ଗ ପାଇଁ ୨୫୦ ମିନିଟ ଦିଆଯିବ ।  ଏହି ପ୍ୟାକର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି ।

ଆପଣଙ୍କୁ କହିରଖିବା ଉଚିତ ହେବକି, କମ୍ପାନୀ ତରଫରୁ ଏହି ପ୍ଲାନର ନାଁ STV 693 ରଖାଯାଇଛି ।  ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ୩୦୦ ଯିବି ଡାଟା ସୁବିଧା ମିଳିପାରିବ ।  କିନ୍ତୁ ୟୁଜର୍ସଙ୍କୁ କଳିଙ୍ଗ ସୁବିଧା ମିଳିପାରିବ ନାହିଁ ।  ଯେବେକି ଏହି ପ୍ଲାନର ବୈଧତା ୧୮୦ ଦିନ ଯାଏଁ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.