50Mbps ସ୍ପିଡ଼ ସହ BSNL ଲଞ୍ଚ କଲା ତିନିଟି ନୂଆ ପ୍ଲାନ, ଜାଣନ୍ତୁ କଣ ରହିଛି ଫାଇଦା

ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ବ୍ରଡ଼ବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ତିନିଟି ନୂଆ ବ୍ରଡ଼ବ୍ୟାଣ୍ଡ ପ୍ଲାନ ଲଞ୍ଚ କରିଛି । କମ୍ପାନୀ ତରଫରୁ ଜାରି ହୋଇଥିବା ଏହି ନୂଆ ପ୍ଲାନରେ ଗ୍ରାହକ ମାନଙ୍କୁ 50Mbps ପର୍ଯ୍ୟନ୍ତର ଡାଟା ସ୍ପୀଡ ମିଳି ଯାଇପାରିବ । କିନ୍ତୁ ଏହି ନୂଆ ପ୍ଲାନ ଗୁଡିକରେ ୟୁଜର ମାନଙ୍କୁ କଲିଙ୍ଗକୁ ନେଇ କୌଣସି ପ୍ରକାର ସୁବିଧା ମିଳିବ ନାହିଁ ।ଏବାବଦରେ କମ୍ପାନୀ ତରଫରୁ ୱେବସାଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଗ୍ରାହକ ମାନଙ୍କୁ ଏହି ପ୍ଲାନରେ 50Mbps ସ୍ପୀଡରେ ୨୦୦GB ପର୍ଯ୍ୟନ୍ତ ଡାଟା ମିଳିପାରିବ ।

bsnl new

ଯାହାର ବୈଧତା ଏକ ମାସ ପର୍ଯ୍ୟନ୍ତ ରହିବ । କିନ୍ତୁ ଡାଟା ସରି ଆସିଲେ ସ୍ପିଡ଼ 4Mbpsକୁ ଖସି ଆସିବ । ଏହି ପ୍ଲାନର ଦର ୪୯୦ ଟଙ୍କା ରହିବ । ଯେବେକି ୩୦୦ GB ପ୍ଲାନର ଦର କମ୍ପାନୀ ତରଫରୁ ୫୯୦ ଟଙ୍କା ରଖାଯାଇଥିବା ବେଳେ ଏଥିରେ ୫୦ ଏମବିପିଏସ ସ୍ପୀଡ ମିଳିପାରିବ । ପୂର୍ବପରି ଏହି ପ୍ଲାନରେ ମଧ୍ୟ ଡାଟା ସରିଗଲେ ସ୍ପୀଡ ୪ ଏମବିପିଏସକୁ ଖସି ଆସିବ । ଆଉ ଏକ ପ୍ଲାନ ବି ଲଂଚ କରିଛି ବିଏସଏନଏଲ କମ୍ପାନୀ । ତୃତୀୟ ପ୍ଲାନରେ ୪୦୦ GB ପର୍ଯ୍ୟନ୍ତ ଡାଟା ମିଳିପାରିବ ।

ଏହାର ଦର ୬୯୦ ଟଙ୍କା ରହିଛି | ଏହି ପ୍ଲାନରେ ମଧ୍ୟ 50Mbps ସ୍ପୀଡର ଡାଟା ସୁବିଧା ମିଳିଯାଇପାରିବ । କହିରଖିବା ଉଚିତ ହେବକି, ବିଏସଏନଏଲ ନିକଟରେ ହିଁ ୩୯୯ ଟଙ୍କିଆ ଏକ ପ୍ରି-ପେଡ଼ ପ୍ଲାନ ଲଂଚ କରିଥିଲା । ଯେଉଁଥିରେ ଗ୍ରାହକ ମାନଙ୍କୁ ୮୦ ଦିନ ପର୍ଯ୍ୟନ୍ତର ଭ୍ୟାଲିଡିଟି ମିଳି ପାରିବ । ଏହି ପ୍ଲାନରେ ବି ଗ୍ରାହକ ମାନଙ୍କୁ ପ୍ରତିଦିନ ୧ ଯିବି ଡାଟା ସୁବିଧା ସହ ୨୫୦ ମିନିଟର କଲିଙ୍ଗ ସୁବିଧା ମିଳିଯାଇପାରିବ । ଅଗଷ୍ଟ ୧୫ ତାରିଖରୁ ହିଁ ଏହି ପ୍ଲାନ କାର୍ଯ୍ୟକାରୀ ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.