BSNLର ଜବରଦସ୍ତ ଅଫର, ଥରେ ରିଚାର୍ଜ କରି ପାଆନ୍ତୁ ମାଗଣା କଲିଙ୍ଗ ସହିତ ଡାଟା ଏବଂ ଅନେକ କିଛି

ବିଏସଏନଲ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର। ମାତ୍ର ଥରେ ରିଚାର୍ଜ କରି ବର୍ଷ ସାରା କରନ୍ତୁ ଫ୍ରୀ କଲିଙ୍ଗ। ଖାଲି କଲିଙ୍ଗ ତ ନୁହେଁ ଡାଟା ସହ ଏସଏମଏସ ପର୍ଯ୍ୟନ୍ତ ସବୁକିଛି ପାଆନ୍ତୁ ମାଗଣାରେ। ସରକାରୀ ଟେଲିକମ୍‌ କମ୍ପାନୀ ବିଏସଏନଲ ନିିଜର ଆନୁଆଲ ରିଚାର୍ଜ ପ୍ୟାକର ଭ୍ୟାଲିଡିଟୀକୁ ବଢ଼ାଇ ଦେଇଛି। କମ୍ପାନୀ ୨୩୯୯ ଟଙ୍କିଆ ପ୍ଲାନକୁ ପୂର୍ବରୁ ୩୬୫ ଦିନର ଭ୍ୟାଲିଡିଟୀ ସହ ଅଫର କରୁଥିଲା। କିନ୍ତୁ ଏବେ କମ୍ପାନୀ ଏହାର ଭ୍ୟାଲିଡିଟୀକୁ ଆଉ ୬୦ ଦିନ ଅଧିକ ବଢ଼ାଇ ଦେଇଛି। ଅପଡେଟ ପରେ କମ୍ପାନୀ ନିଜର ଏହି ବାର୍ଷିକ ୨୩୯୯ ଟଙ୍କିଆ ପ୍ଳାାନର ବୈଧତାକୁ ୩୬୫ ଦିନରୁ ବଢ଼ାଇ ୪୨୫ ଦିନ ପର୍ଯ୍ୟନ୍ତ କରିଦେଇଛି।

ରିଚାର୍ଜ ପ୍ଲାନକୁ ନେଇ ଟେଲିକମ୍‌ କମ୍ପାନୀଙ୍କ ମଧ୍ୟରେ କଡା ଟକ୍କର ଚାଲୁଛି। ଗ୍ରାହକଙ୍କୁ ବଜାରରେ ଗୋଟିଏ ରୁ ବଳି ଭଲ ପ୍ଲାନର ଅଫର ଏବଂ ଅପ୍ସନ ମଧ୍ୟ ମିଳୁଛି। ଏହାରି ଭିତରେ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଏସଏନଏଲ ମଧ୍ୟ ନୂଆ ତରିକା ବାହାର କରିଛି। ସରକାରୀ ଟେଲିକମ୍‌ କମ୍ପାନୀ ବିଏସଏନଏଲ ନିଜର ଆନୁଆଲ ରିଚାର୍ଜ ପ୍ୟାକର ଭ୍ୟାଲିଡିଟୀକୁ ବଢ଼ାଇ ଦେଇଛି। କମ୍ପାନୀର ୨୩୯୯ ଟଙ୍କିଆ ପ୍ଲାନ ପୂର୍ବରୁ ୩୬୫ ଦିନର ବୈଧତା ସହ ଆସୁଥିଲା କିନ୍ତୁ ଏବେ ଏହାର ଭ୍ୟାଲିଡିଟୀକୁ ଆଉ ୬୦ ଦିନ ବଢ଼ାଇ ଦିଆଯାଇଛି।

ଅପଡେଟ ପରେ କମ୍ପାନୀ ନିଜର ବାର୍ଷିକ ୨୩୯୯ ଟଙ୍କିଆ ପ୍ଲାନର ବୈଧତାକୁ ୩୬୫ ଦିନରୁ ବଢ଼ାଇ ୪୨୫ ଦିନ ପର୍ଯ୍ୟନ୍ତ କରିଦେଇଛି। ସବୁଠୁ ଖାସ୍‌ କଥା ହେଉଛି ଏଥିରେ ଅନଲିମିଟେଡ କଲିଙ୍ଗର ଲାଭ ମିଳିଥାଏ। ଏହାସହିତ ଏଥିରେ ୧୦୦ ଏସଏମଏସ ମଧ୍ୟ ମିଳିଥାଏ।

ବିଏସଏନଏଲର ଏହି ୨,୩୯୯ ଟଙ୍କାର ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ ପ୍ରତି ଦିନ ୨ ଜିବି ଡାଟା ଦିଆଯାଇଥାଏ। କମ୍ପାନୀର ଏହି ଅଫର ୨୯ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ବୈଧତା ରହିଛି। ଯେଉଁ ଗ୍ରାହକ ଏହି ପ୍ଲାନକୁ ୧ ଏପ୍ରିଲ ପରେ ରିଚାର୍ଜ କରିଛନ୍ତି, ସେମାନେ ମଧ୍ୟ ଏହି ଅଫରର ସୁବିଧା ପାଇପାରିବେ।

Leave A Reply

Your email address will not be published.