ଚୀନ ଉପରେ ନିର୍ଭର ନହେବା ପାଇଁ BSNLକୁ ଜାରି ହେଲା ନିର୍ଦ୍ଦେଶନାମା

ଲଦାଖ ସ୍ଥିତ ଗଳବାନ ଘାଟିରେ ଚୀନ ଓ ଭାରତୀୟ ସୈନ୍ୟଙ୍କ ଭିତରେ ହିଂସାତ୍ମକ ସଂଘର୍ଷ ପରେ ଦେଶ ବ୍ୟାପୀ ଚୀନ ବିରୋଧରେ ପ୍ରଦର୍ଶନ ଲାଗି ରହିଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିବି ବୁଧବାର ସ୍ପଷ୍ଟ କରି ଦେଇଛନ୍ତିକି, ଭାରତୀୟ ସୈନ୍ୟ ମାନଙ୍କ ଏହି ବଳିଦାନ ବ୍ୟର୍ଥ ଯିବନି । ଏଭିତରେ ଦୂର ସଂଚାର ମନ୍ତ୍ରାଳୟ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲକୁ କମ୍ପାନୀକୁ ଚୀନ ଉପରେ ନିର୍ଭରତା ଯଥା ସମ୍ଭବ କମ କରିବାକୁ ନିର୍ଦ୍ଦେଶ ଦେଇଛି । ଖାଲି ବିଏସଏନଏଲ ନୁହେଁ ଅନ୍ୟ ବେସରକାରୀ କମ୍ପାନୀ ଗୁଡିକୁ ବି ଚୀନ ପ୍ରସ୍ତୁତ ସାମଗ୍ରୀ ଗୁଡିକ ଉପରେ ରୋକ ଲଗାଇବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏକ ଉଚ୍ଚ ସ୍ତରୀୟ ସୂତ୍ରରୁ ହିଁ ଏନେଇ ସୂଚନା ମିଳିଛି । ଯଦି ଏହି ନିର୍ଦ୍ଦେଶନାମା ପାଳିତ ହୁଏ ତେବେ ବିଏସଏନଏଲ ବିଶ୍ୱରେ ପ୍ରଥମ କମ୍ପାନୀ ଭାବେ ହିଁ ଚିନ ପ୍ରସ୍ତୁତ ଜିନିଷ ଗୁଡିକୁ ବର୍ଜନ କରିବ । ସୂତ୍ରରୁ ଏହା ମଧ୍ୟ ଜଣାଯାଇଛିଯେ, କୌଣସି କମ୍ପାନୀ ନିଜ ନିଜ 4g ଅପଗ୍ରେଡେସନ ନେଇ ଚୀନର ସହାୟତା ନନେବା ନେଇ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି ।

କହିରଖିବା ଉଚିତ ହେବକି, ଭାରତ ଓ ଚିନ ସୈନ୍ୟଙ୍କ ମଧ୍ୟରେ ଗତ ଦେଢ଼ ମାସ ହେବ ଲଦାଖ ଘାଟିରେ ମୁହାଁମୁହିଁ ପରିସ୍ଥିତି ବା ଏକ ପ୍ରକାର ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ଲାଗିରହିଛି ।  ସୋମବାର ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ଘଟଣା ଘଟିଯାଇଛି । ଏଥିରେ ଭାରତ ପକ୍ଷର ୨୦ ସୈନ୍ୟ ସହିଦ ହୋଇଥିବା ବେଳେ ୪୩ ଜଣ ଚିନ ସୈନ୍ୟ ପ୍ରାଣ ହରାଇଛନ୍ତି । ଏପରି ଘଟଣା ପରେ ଭାରତର ଵିଭିନ୍ନ ପ୍ରାନ୍ତରେ ଚୀନ ବିରୋଧି ପ୍ରଦର୍ଶନ ମାନ ଜାରି ରହିଛି । ଏମିତିକି ଚୀନ ପ୍ରସ୍ତୁତ ଜିନିଷ ଗୁଡିକର ବ୍ୟବହାର ବନ୍ଦ କରିବା ନେଇ ବି ଦାବି ହୋଇ ଆସୁଛି । ବୁଧବାର କିଛି ଲୋକ ଦିଲ୍ଲୀ ସ୍ଥିତ ଚୀନ ଦୂତାବାସ ବାହାରେ ଚୀନ ଦ୍ୱାରା ହୋଇଥିବା ଅତର୍କିତ ଆକ୍ରମଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.