୧୦୦ ଟଙ୍କା ତଳେ ବିଏସଏନଏଲ୍ର ୪ ପ୍ଲାନ, ମିଳିବ ଅନଲମିଟେଡ କଲ୍,ଦେଖନ୍ତୁ ଭୁଲିଯିବେ ଅନ୍ୟ ପ୍ଲାନ୍

ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଦେଶର ସବୁଠୁ ବଡ଼ ଟେଲିକମ୍ କମ୍ପାନୀ । ଦିଲ୍ଲୀ ଓ ମୁମ୍ବାଇକୁ ଛାଡି କରି ସାରା ଦେଶରେ ଗ୍ରାହକ ଏହି ପ୍ଲାନର ଲାଭ ଉଠାଇ ପାରିବେ । ବିଏସଏନଏଲ୍ ର ୧୦୦ ଟଙ୍କା ତଳେ ଏମିତି କିଛି ପ୍ରିପେଡ ପ୍ଲାନ ଅଛି ଯାହା ବହୁତ ବଢ଼ିଆ । ଆସନ୍ତୁ ଜାଣିବା ସେହି ପ୍ଲାନ ବିଷୟରେ ।
ବିଏସଏନଏଲ୍ ପ୍ରିପେଡ ପ୍ଲାନ ୧୮ ଟଙ୍କାରୁ ଆରମ୍ଭ ହୋଇଥାଏ । ବିଏସଏନଏଲ୍ ର ଅଧିକ ପ୍ଲାନ ଅନଲିମିଟେଡ ଭଏସ କଲିଂ ଅଫରରେ ଆସିଥାଏ । ଆସନ୍ତୁ ଜାଣିବା ସେହି ପ୍ଲାନ ବିଷୟରେ ।
୨୦୨୨ ପାଇଁ ବିଏସଏନଏଲ୍ ରିଚାର୍ଜ ପ୍ଲାନ୍
୧୮ ଟଙ୍କା ରିଚାର୍ଜ ପ୍ଲାନ୍
ବିଏସଏନଏଲ୍ ର ୧୮ ଟଙ୍କା ରିଚାର୍ଜ ପ୍ଲାନର ଭାଲିଡିଟି ୨ ଦିନ । ଏହି ପ୍ଲାନରେ ଅନଲିମିଟେଡ ଭଏସ କଲ ଓ ସବୁଦିନ ୧ ଜିବି ଡାଟା ମିଳିଥାଏ । ପ୍ଲାନରେ ଡାଟା ସରିଗଲେ ସ୍ପିଡ ୮୦ କେବିପିଏସ କୁ କମିଯାଇଥାଏ ।
୭୫ ଟଙ୍କା ରିଚାର୍ଜ ପ୍ଲାନ
୭୫ ଟଙ୍କା ବିଏସଏନଏଲ୍ ପ୍ରିପେଡ ରିଚାର୍ଜ ପ୍ଲାନରେ ୩୦ ଦିନର ଭାଲିଡିଟି । ଏଥିରେ ୨୦୦ ମିନିଟର ଭଏସ କଲ୍ ଅଫର ସହ ୨ ଜିବି ଡାଟା ମିଳିଥାଏ ।
୮୭ ଟଙ୍କାର ରିଚାର୍ଜ ପ୍ଲାନ
୮୭ ଟଙ୍କା ବିଏସଏନଏଲ୍ ପ୍ରିପେଡ ରିଚାର୍ଜ ପ୍ଲାନରେ ୧୪ ଦିନର ଭାଲିଡିଟି । ଏଥିରେ ଅନ୍ଲିମିଟେଡ ଭଏସ କଲ୍ ଅଫର ସହ ସବୁଦିନ ଡାଟା ମିଳିଥାଏ । ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମିଳିଥାଏ । ବିଏସଏନଏଲ ୟୁଜର୍ସଙ୍କୁ ଏିହ ପ୍ଲାନରେ ହାର୍ଡି ମୋବାଇଲ ଗେମ ସେବା ମିଳିଥାଏ ।
୯୯ ଟଙ୍କାର ରିଚାର୍ଜ ପ୍ଲାନ
୯୯ ଟଙ୍କା ବିଏସଏନଏଲ୍ ପ୍ରିପେଡ ରିଚାର୍ଜ ପ୍ଲାନରେ ୧୮ ଦିନର ଭାଲିଡିଟି । ଏଥିରେ ଅନ୍ଲିମିଟେଡ୍ ଭଏସ କଲ୍ ମିଳିଥାଏ । ପ୍ରତି ରିଚାର୍ଜରେ ଗ୍ରାହକଙ୍କୁ ଫ୍ରି କଲର ଟ୍ୟୁନ ଅଫର ମିଳିଥାଏ ।