BSNL ରେ ଖାଲିପଡିଛି ୧୧୭୦୫ ଜୁନିଅର ଟେଲିକମ୍‌ ଅଫିସର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଆଜିକାଲିର ଯୁବପିଢି ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଉ ଯଦି ଟେଲିକମ୍‌ରେ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ଖୁସି ଖବର । ଭାରତ ସଂଚାର ନିଗମ ଲିମିଟେଡ୍‌ (BSNL) ରେ ୧୧୭୦୫ ପଦବୀ ଖାଲିପଡିଛି । ଏଠାରେ ଜୁନିଅର ଟେଲିକମ୍‌ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ବିଏସଏନଏଲ୍‌ JTO ଭର୍ତ୍ତି ୨୦୨୩ ନୋଟିଫିକେସନ ଅଫିସିଆଲ ୱେବସାଇଟ୍‌ www.bsnl.co.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୧୭୦୫

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୦ ରୁ ୩୦ ବର୍ଷ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଆପ୍ଲାଏ କରିବାକୁ ଚାହୁଁଥିବା ପ୍ରାର୍ଥୀ କେନ୍ଦ୍ର ସରକାର/ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟରୁ ଇଂଜିନିୟରିଂ ଡିଗ୍ରୀ କିମ୍ବା ଏହା ସମକକ୍ଷ କୋର୍ସ କରିଥିବା ଜରୁରୀ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌କୁ ଯାଇ ବିଏସଏନଏଲ ଜେଟିଓ ଆବେଦନ ଫର୍ମ ପୂରଣ କରିପାରିବେ। ଏଠାରେ ଆବେଦନ କରିବାକୁ ଲିଙ୍କ ଖୁବଶୀଘ୍ର ଆକ୍ଟିଭ ହେବ । ଏଠାରେ ଆବେଦନ କରିବା ପୂର୍ବରୁ ନୋଟିଫିକେସନ ଭଲଭାବେ ପଢିନେବା ଉଚିତ ।

ଦରମା : ନିଯୁକ୍ତ ହେବା ପ୍ରାର୍ଥୀଙ୍କୁ ୧୬,୪୦୦ ରୁ ୪୦,୫୦୦ ଟଙ୍କା ମାସିକ ମିଳିବ ।

BSNL JTO ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ, ୫୦ ପ୍ରତିଶତ ପଦବୀ GATE ସ୍କୋର ମାଧ୍ୟମରେ ପୂରଣ ହେବ ଏବଂ ଅବଶିଷ୍ଟ ୫୦ ପ୍ରତିଶତ LICE ମାଧ୍ୟମରେ ସିଧାସଳଖ ନିଯୁକ୍ତି କରାଯିବ ।

GATE ମାଧ୍ୟମରେ BSNL JTO ନିଯୁକ୍ତି ସେହି ପ୍ରାର୍ଥୀମାନଙ୍କ ପାଇଁ କରାଯିବ, ଯେଉଁମାନେ ବି.ଟେକ୍ ହୋଇଥିବା ବେଳେ ଅତି କମରେ ୨ ବର୍ଷ ପାଇଁ ପ୍ରୋବେସନ୍ ଅବଧିରେ ଥିବେ । ସେହି ପ୍ରାର୍ଥୀମାନଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି କରାଯିବ । M.Tech କରିଥିବା ପ୍ରାର୍ଥୀମାନେ ମଧ୍ୟ ସିଧାସଳଖ ଭାବେ ନିଯୁକ୍ତ ହେବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://freeebook.jagranjosh.com/free-pdf-page?file=bbsnl-jto-recruitment-2023.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.