ଲକ୍‌ଡାଉନ ସମୟରେ ଗ୍ରାହକଙ୍କୁ ବଡ ଧୋକା ଦେଲା ବିଏସ୍‌ଏନ୍‌ଏଲ, କମାଇଲା ଶାନଦାର ପ୍ରିପେଡ ପ୍ଲାନର ବୈଧତା

ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ୍‌ ଅର୍ଥାତ୍‌ ବିଏସ୍‌ଏନଏଲ ନିଜର ଉପଭୋକ୍ତାଙ୍କୁ ଏକ ବଡ ଝଟକା ଦେଇଛି। ଯେଉଁଥିରେ ସେ ତାର ୧,୬୯୯ ଟଙ୍କିଆ ପ୍ଲାନର ବୈଧତାକୁ କମ୍‌ କରିଦେଇଛି। ଏହାସହିତ ୧୮୬ ଟଙ୍କିଆ, ୧୮୭ ଟଙ୍କିଆ, ୯୮ ଟଙ୍କିଆ, ୯୯ ଟଙ୍କିଆ ଏବଂ ୩୧୯ ଟଙ୍କିଆ ପ୍ଲାନରେ ମଧ୍ୟ ବଡ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତିତ ପ୍ରିପେଡ ପ୍ଲାନ ୧ ଏପି୍ରଲରୁ ଲାଗୁ ହେବାକୁ ଯାଉଛି।

bsnl

ବିଏସ୍‌ଏନଏଲର ୧,୬୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ପୂର୍ବପରି ୧୦୦ଟି ଏସ୍‌ଏମ୍‌ଏସ୍‌, ୨ ଜିବି ଡାଟା ଏବଂ କଲିଂ କରିବାର ୨୫୦ ମିନିଟ୍‌ ମିଳିବ। ଏହାସହିତ କମ୍ପାନୀ ୬୦ ଦିନର ଲୋକଧୁନ କଣ୍ଟେଟ୍‌ ଏବଂ ଅନଲିମିଟେଡ ସଙ୍ଗ ଚେଞ୍ଚ ଏବଂ ବିଏସଏନଏଲ ଟ୍ୟୁନ୍ସର ସବସ୍କ୍ରିପସନ ମଧ୍ୟ ମିଳିବ। କିନ୍ତୁ ଏହି ପ୍ଲାନର ବୈଧତା ୩୬୫ ଦିନ ନୁହେଁ ୩୦୦ ଦିନ ରହିବ। କେବଳ ଏତିକି ନୁହେଁ, କମ୍ପାନୀ ୯୮, ୯୯, ୩୧୯ ଟଙ୍କିଆ ସ୍ପେଶାଲ ପ୍ଲାନର ଭାଉଚରର ବୈଧତା ମଧ୍ୟ କମ୍‌ କରିଦେଇଛି। ଏବେ ୟୁଜର୍ସଙ୍କୁ ୯୮ ଟଙ୍କିଆ ପ୍ଲାନ ସହିତ ୨୨ ଦିନର ସମୟ ସୀମା ଏବଂ ପ୍ରତିଦିନ ୨ ଜିବି ଡାଟା ମିଳିବ। ସେହିଭଳି ୯୯ ଟଙ୍କିଆ ପ୍ଲାନରେ ୨୨ ଦିନର ବୈଧତା ଏବଂ ୩୧୯ ଟଙ୍କିଆ ପ୍ଲାନରେ ୭୫ ଦିନର ବୈଧତା ମିଳିବ।

bb

ସେହିପରି କମ୍ପାନୀ ବଜେଟ ରେଞ୍ଜରେ ଦୁଇଟି ରିଚାର୍ଜ ପ୍ଲାନ ଅପଡେଟ୍‌ କରିଛି। ଏବେ ୟୁଜର୍ସଙ୍କୁ ଦୁଇଟି ପ୍ଲାନରେ ୩ ଜିବି ଡାଟା ବଦଳରେ ୨ ଜିବି ଡାଟା ମିଳିବ। ଏହାଛଡା କମ୍ପାନୀ ୧୮୬ ଏବଂ ୧୮୭ ଟଙ୍କିଆ ପ୍ଲାନରେ ୨୫୦ ମିନିଟ୍‌ କଲିଂର ସୁବିଧା ହେଇଛି। ଦୁଇଟି ଯାକ ରିଚାର୍ଜ ପ୍ୟାକର ବୈଧତା ୨୮ ଦିନ ରହିଛି। ୧୦୯ ଟଙ୍କିଆ ବିଏସଏନଏଲ ପ୍ଲାନରେ ୫ ଜିବି ଡାଟା ସହିତ ଅନଲିମିଡେଟ୍‌ କଲିଂର ସୁବିଧା ମିଳିବ। ଏହି ପ୍ୟାକ୍‌ର ବୈଧତା ୯୦ ଦିନ ରହିଛି।

Leave A Reply

Your email address will not be published.