BSNL ଲଞ୍ଚ୍‌ କଲା ୧୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌; ଫାଇଦା ଜାଣିଲେ ଅନ୍ୟ ୟୁଜରମାନଙ୍କୁ ହୋଇପାରେ ଜ୍ୱଳନ!

Reliance Jio, Airtel ଏବଂ Vodafone-Idea ନିଜ ୟୁଜରମାନଙ୍କ ପାଇଁ ଅନେକ ସୁଲଭ ପ୍ଲାନ୍‌ ଆଣିଛନ୍ତି। ଏହି ପ୍ଲାନ୍‌ଗୁଡ଼ିକ କମ୍‌ ଦାମ୍‌ରେ ଅଧିକ ବେନିଫିଟ୍ସ ଦେବା ପାଇଁ ଲୋକପ୍ରିୟ। ଗତବର୍ଷ ୩ କମ୍ପାନୀ ନିଜ ପ୍ଲାନ୍‌ଗୁଡ଼ିକର ଦାମ୍‌ ବୃଦ୍ଧି କରିଛନ୍ତି। ଏମିତିରେ ୟୁଜରମାନଙ୍କ ପାଇଁ ଶସ୍ତା ପ୍ଲାନ୍‌ଗୁଡ଼ିକ ବି ମହଙ୍ଗା ହୋଇ ଯାଇଛି।

ଏପରି ସ୍ଥିତିରେ BSNLକୁ ଫାଇଦା ହୋଇଛି। କମ୍ପାନୀ କେତେକ ଶସ୍ତା ପ୍ଲାନ୍‌ ଆଣିଛି। କିଛି ୟୁଜର ଅଛନ୍ତି, ଯେଉଁମାନେ ନିଜ ସିମ୍‌କୁ କେବଳ ଆକ୍ଟିଭ୍‌ ରଖିବା ପାଇଁ କମ୍‌ ଦାମ୍‌ ଯୁକ୍ତ ପ୍ଲାନ୍‌ ଖୋଜି ଥାଆନ୍ତି। ଏହାକୁ ଧ୍ୟାନରେ ରଖି BSNL କମ୍‌ ଦାମ୍‌ ଯୁକ୍ତ ପ୍ରିପେଡ୍‌ ପ୍ଲାନ୍‌ ଆଣିଛି। ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ…

୧୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌

BSNLର ୧୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ର ଖାସ୍‌ କଥା ହେଉଛି, ଏହା ପୂରା ମାସର ଭ୍ୟାଲିଡିଟି ସହିତ ଆସିଥାଏ। ଏଥିରେ ପୂରା ୩୦ ଦିନର ବୈଧତା ମିଳିଥାଏ। ରିଚାର୍ଜ କରାଇବା ପରେ କଲ୍‌ ରେଟ୍‌ ହ୍ରାସ ପାଇ ୨୦ ପଇସା ହୋଇ ଯାଇଥାଏ।

ଏହି ପ୍ଲାନ୍‌କୁ ନେବା ପରେ ଆପଣଙ୍କୁ ଅନ୍ୟ କୌଣସି ରିଚାର୍ଜ କରିବାର ଆବଶ୍ୟକ ପଡ଼ିବ ନାହିଁ। ପୂରା ମାସ ଆପଣ ଚିନ୍ତା ମୁକ୍ତ ହୋଇ କଲ୍‌ ଆଟେଣ୍ଡ୍‌ କରି ପାରିବେ। ଆସନ୍ତୁ ଜାଣିବା ଏହା ପରେ BSNLର କେଉଁ ପ୍ଲାନ୍‌ ଆସିଥାଏ।

BSNL ୭୫ ପ୍ରିପେଡ୍‌ ପ୍ଲାନ

BSNL ର ଏହି ପ୍ଲାନ୍‌ ବହୁତ ପପୁଲାର୍‌, ଏହା ସବୁଠୁ ଅଧିକ ବିକ୍ରି ହୋଇଥାଏ। ଏହି ପ୍ଲାନରେ ପୂରା ମାସ ପାଇଁ ୨୦୦ ମିନିଟ୍‌ ମିଳିଥାଏ। ଆପଣ ଲୋକାଲ ଏବଂ ନ୍ୟାସନାଲ କଲିଙ୍ଗ୍‌ କରି ପାରିବେ। ଏତିକି ନୁହେଁ, ଏହି ପ୍ଲାନ୍‌ ସହିତ 2GB ଡାଟା ମଧ୍ୟ ମିଳିଥାଏ। କଲିଙ୍ଗ୍‌ ଏବଂ ଡାଟା ପାଇଁ ଏହି ପ୍ଲାନ୍‌ ବେଷ୍ଟ୍‍ ପ୍ରମାଣିତ ହୋଇଥାଏ। କିନ୍ତୁ ୭୫ ଟଙ୍କିଆ ଏହି ପ୍ଲାନ୍‌ ସହିତ SMS ବେନିଫିଟ୍ସ ମିଳି ନ ଥାଏ।

BSNL ୧୪୭ ପ୍ରିପେଡ୍‌ ପ୍ଲାନ

ଏହି ପ୍ଲାନ୍‌ ବି ପୂରା ମାସ ପାଇଁ ଆସିଥାଏ। ପ୍ଲାନରେ ଅନଲିମିଟେଡ୍‌ କଲିଙ୍ଗ୍‌ ଏବଂ ଡାଟାର ସୁବିଧା ମିଳିଥାଏ। ଏହି ପ୍ଲାନର ଭ୍ୟାଲିଡିଟି ୩୦ ଦିନ ରହିଛି ଏବଂ ପୂରା 10GB ଡାଟା ମିଳିଥାଏ। ଖାସ୍‌ କଥା ହେଉଛି, ଏଥିରେ Free BSNL Tunes ମଧ୍ୟ ୟୁଜର୍ସ ପାଇ ପାରିବେ। ଏହା ସବୁଠୁ ଅଧିକ ବିକ୍ରି ହେଉଥିବା ପ୍ଲାନ୍‌ ଭିତରୁ ଅନ୍ୟତମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.