ବିଏସ୍‌ଏନ୍‌ଏଲ୍‌ STV-49 ଅଫର ଆଣିଛି ଫ୍ରି ଭଏସ୍‌ କଲିଂ ସହ 2GB ଡାଟା, ଜାଣନ୍ତୁ କ’ଣ ରହିଛି ଏଥିରେ

ବିଏସ୍‌ଏନ୍‌ଏଲ୍‌ ତା’ର ଗ୍ରାହକଙ୍କୁ ଖୁସି କରିବା ପାଇଁ ଆଣିଛି କିଛି ନୂଆ ଅଫର୍‌ । ବିଏସ୍‌ଏନ୍‌ଏଲ୍‌ ଏପର୍ଯ୍ୟନ୍ତ 4G ସେବା ଆରମ୍ଭ କରି ନଥିବାରୁ ଗ୍ରାହକଙ୍କୁ ଖୁସି କରିବା ପାଇଁ ଏପରି କିଛି ନୂଆ ପ୍ଲାନ୍‌ ଆଣିଛି । ଏହି STV-49 ଅଫର ୨୦୨୦ ମସିହା ସେପ୍ଟେମ୍ବର ୧ ତାରିଖ ଠାରୁ ଲାଗୁ ହୋଇଛି । ଏହି ଅଫର ୯୦ ଦିନ ପାଇଁ ରହିଛି ।

ଏଥିରେ 2GB ଡାଟା ରହିଛି । ଡାଟା ସହିତ ୟୁଜରର୍ସ ୧୦୦ ମିନିଟ୍‌ର ଫ୍ରି କଲ୍‌ ପାଇପାରିବେ । ୧୦୦ ମିନିଟ୍‌ ପରେ ମିନିଟ୍‌ ପିଛା କଲ୍‌ ଦାମ୍‌ ରହିଛି ୪୫ ପଇସା । ଏହି ପ୍ଲାନ୍‌ରେ ଡାଟା ଓ ଭଏସ୍‌ କଲିଙ୍ଗ୍‌ ସହ ୧୦୦ ଏସ୍‌ଏମ୍‌ଏସ୍‌ ଫ୍ରି ମଧ୍ୟ ରହିଛି । ଏହାର ଭାଲିଡିଟି ପିରିୟଡ୍‌ ରହିଛି ୨୮ ଦିନ ।

ଯେଉଁମାନେ ସର୍ଟ ଟର୍ମ ପ୍ଲାନ୍‌ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ୍‌ ସର୍ବୋତ୍କଷ୍ଟ । ଏହାକୁ ‘STV COMBO 49’ ମଧ୍ୟ କୁହାଯାଇ ପାରିବ । ଯେଉଁମାନେ ଖାଲି ତାଙ୍କର ସିମ୍‌ କାର୍ଡ ଆକ୍ଟିଭ୍‌ ରଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ୍‌ ଉପଯୋଗୀ ହେବ ।

ଏହାଛଡା ବିଏସ୍‌ଏନ୍‌ଏଲ୍‌ ଗତ ଜୁଲାଇ ମାସରେ ଆଉ ଦୁଇଟି ପ୍ଲାନ ୯୪ ଟଙ୍କା ଓ ପ୍ଲାନ୍‌ ୯୫ ଟଙ୍କା ଲଞ୍ଚ୍‌ କରିଛି । ଯାହାର ଭାଲିଡିଟି ରହିଛି ୯୦ ଦିନ ଓ ଏହାକୁ ପ୍ରିପେଡ୍‌ ଭାଉଚର୍‌ ପକାଇ ଏହାର ଭାଲିଡିଟି ବଢ଼ା ଯାଇପାରିବ ।

Leave A Reply

Your email address will not be published.