୩୧ ଜାନୁଆରୀରୁ ୧୩ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ, ମାଷ୍ଟରଷ୍ଟ୍ରୋକ୍ ମାରିପାରନ୍ତି ମୋଦି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ୨୦୧୯ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଆସନ୍ତା ଫେବ୍ରୁଆରୀ ୧ ତାରିଖରେ । ତେଣୁ ଜାନୁଆରୀ ୩୧ ସୁଦ୍ଧା ସମସ୍ତ ପ୍ରସ୍ୁତି ଶେଷ କରାଯାଉଛି । ଏନେଇ ଆଜି CCPA ବୈଠକରେ ନିଷ୍ପତ୍ତି ନିଆଯାଇଛି। ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ସେପଟେ ବଜେଟ ପ୍ରସ୍ତୁତି କାମରେ ପୂରା ମନ୍ତ୍ରାଳୟ ଜୋରସୋରରେ ଲାଗିଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ଅଧୀନରେ ଥିବା ବର୍ତ୍ତମାନ ସରକାରଙ୍କର ଏହା ହେଉଛି ଶେଷ ବଜେଟ ।
୨୦୧୯ ଫେବୃଆରୀ ୧ ତାରିଖରେ ମଧ୍ୟବର୍ଷ ବଜେଟ ଆଗତ କରିବ। ଏହାକୁ ଦିନ ୧୧ଟାରେ ପଢ଼ାଯିବ। ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଗତ କରିବେ। ତେବେ ୨୦୧୭ରୁ ଏହା ପ୍ରଥମ ଥର ପାଇଁ ହୋଇଛି କି ରେଳ ଏବଂ ସାଧାରଣ ବଜେଟ ଏକା ସାଙ୍ଗରେ ଆଗତ କରାଯାଉଛି। ମୋଦି ସରକାର ରେଳ ବଜେଟ ଏବଂ ସାଧାରଣ ବଜେଟକୁ ଭିନ୍ନ ଭିନ୍ନ ଭାବେ ଆଗତ କରାଯିବାର ପୁରୁଣା ପରମ୍ପରାରେ ପୂର୍ଣ୍ଣଛେଦ ଲଗାଇଛନ୍ତି।
ହୋଇପାରେ ଏହି ଘୋଷଣା
ନିର୍ବାଚନ ପୂର୍ବରୁ ସରକାର ସମସ୍ତବର୍ଗର ବ୍ୟକ୍ତିଙ୍କୁ ଖୁସି କରାଇବା ପାଇଁ ଚେଷ୍ଟା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଜେଟ ୫୦ ପ୍ରତିଶତ ବଢ଼ାଯାଇଛି। ଏହା ଦ୍ବାରା ସରକାରଙ୍କୁ ମଧ୍ୟବିତ୍ତ ପରିବାରଙ୍କ ଭୋଟ୍ ମିଳିବାରେ ସହଜ ହେବ ବୋଲି କୁହାଯାଉଛି।