ଓଡିଶା ନାଲକୋରେ ଖାଲିପଡିଛି ୮୬ ମ୍ୟାନେଜର ସହିତ ଅନେକ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଅଲଗା ଅଲଗା ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଏଥିରେ ଅନେକ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆବେଦନ ପ୍ରକ୍ରିୟା ନିଶୁକ୍ଳ ରହିଛି। ଯେଉଁ ପ୍ରାର୍ଥୀ ଯୋଗ୍ୟ ରହିଛନ୍ତି କିମ୍ବା ଏହି ପଦବୀରେ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ଆବେଦନ କରିପାରିବେ। ଆସନ୍ତାକାଲି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ୭ ଡିସେମ୍ବର ୨୦୨୧ ରହିଛି। ଆବେଦନ କରିବା ପାଇଁ ନାଲକୋର ଅଫିସିଆଲ େଓ୍ଵବସାଇଟwww.nalcoindia.comକୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ:

ଡେପୁଟି ମ୍ୟାନେଜର: ୫୧

ଜନେରାଲ ମ୍ୟାନେଜର: ୧୨

ଗ୍ରୁପ ଜେନେରାଲ ମ୍ୟାନେଜର: ୩

ମ୍ୟାନେଜର: ୫

ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର: ୭

ଡେପୁଟି ଜେନେରାଲ ମ୍ୟାନେଜର: ୧

ସିନିଅର ମ୍ୟାନେଜର: ୭

ଶିକ୍ଷାଗତ ଯୋଗ୍ୟତା: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ଆବେଦନ କରିବା ପୂର୍ବରୁ ଦିଆଯାଇଥିବା ନୋଟିଫିକେସନ ଭଲ ଭାବେ ପଢିଦିଅନ୍ତୁ।।

ବୟସ ସୀମା: ସବୁ ଅଲଗା ଅଲଗା ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି। ଏହାସହିତ ସରଂକ୍ଷିତ ବୟସ ସୀମା ପାଇଁ ମଧ୍ୟ ଛୁଟ୍‌ ଦିଆଯାଇଛି।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଆବେଦନ ଫର୍ମରେ ଦିଆଯାଇଥିବା ଆଧାରକୁ ନେଇ କରାଯିବ। ଫର୍ମରେ କୌଣସି ପ୍ରକାର ଭୁଲ ହେଲେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ। ଏହାସହିତ ସମସ୍ତ ଦସ୍ତାବିଜକୁ ଭେରିଫିକେସନ କରିବା ସମୟରେ କୌଣସି ପ୍ରକାର ତ୍ରୁଟି ରହିବା ଉଚିତ ନୁହେଁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://mudira.nalcoindia.co.in/rec_portal/default.aspx

https://freeebook.jagranjosh.com/free-pdf-page?file=naclo-recruitment-2021.pdf

You might also like