Bank of India ରେ ବମ୍ପର ନିଯୁକ୍ତି, ଗ୍ରାଜୁଏଟ ଠାରୁ ଆରମ୍ଭ କରି ୮ମ୍ ପାସ୍ ମଧ୍ୟ କରିପାରିବେ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବିଭିନ୍ନ ସପୋର୍ଟ ଷ୍ଟାଫ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି କରିଛି। ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞାପନ ଅନୁସାରେ ଅଫିସ ଆସିଷ୍ଟାଣ୍ଟ, ଆଟେଣ୍ଡାଣ୍ଟ, ୱାଚମ୍ୟାନ ପଦବୀରେ ନିଯୁକ୍ତି ମିଳୁଛି। ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ହେବ।

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ bankofindia.co.in କୁ ଯାଇ ଫର୍ମ ଡାଉନଲୋଡ କରିପାରିବେ। ଏହି ଫର୍ମ ଭରିବା ସମୟରେ ମଗାଯାଇଥିବା ସମସ୍ତ ଡକ୍ୟୁମେଣ୍ଟକୁ ସଲଗ୍ନ କରି ୨୯ ଅକ୍ଟୋବର ସୁଦ୍ଧା ଏହି ଠିକଣାରେ ଜମା କରିବାକୁ ଅନୁରୋଧ।

ଠିକଣା: The Zonal Manager,
Bank of India, Indore Zonal Office,
Agriculture Finance & Financial Inclusion Department,
9 RC Scheme no 134 Near Bypass MR 10
Indore -452010.

ପଦବୀ ବିବରଣୀ: ୧୧

ଫାକଲ୍ଟି: ୩
ଅଫିସ ଆସିଷ୍ଟାଣ୍ଟ: ୨
ଆଟେଣ୍ଡାଣ୍ଟ: ୨
ୱାଚମେନ: ୪

ଶିକ୍ଷାଗତ ଯୋଗ୍ୟତା:

ଫାକଲ୍ଟି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ଗ୍ରୁଜୁଏସନ ଡିଗ୍ରୀ ହେବା ଜରୁରୀ। ଏହାଛଡା ଭୋକେସନାଲ କୋର୍ସ ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କୁ ଛୁଟ୍ ମିଳିବ। ଏହାସହିତ ମାଇକ୍ରୋସଫ୍ଟ ଅଫିସ ଏବଂ ଇଣ୍ଟରନେଟ୍ ଜାଣିଥିବା ଜରୁରୀ। ହିନ୍ଦୀ ଏବଂ ଇଂଲିଶ ଟାଇପିଂ ଆସୁଥିଲେ ଅଗ୍ରାଧିକାର ଦିଆଯିବ।

ଅଫିସ ଆସିଷ୍ଟାଣ୍ଟ ପଦବୀ ପାଇଁ ଗ୍ରାଜୁଏଟ ହେବା ସହିତ କମ୍ପ୍ୟୁଟରରେ ବେସିକ ଜ୍ଞାନ ହେବା ଜରୁରୀ। ଆକାଉଣ୍ଟିଂ ଜାଣିଥିବା ଜରୁରୀ। ସ୍ଥାନୀୟ ଭାଷା ଟାଇପିଂ ମଧ୍ୟ ଆସୁଥିବା ଦରକାର।

ଆଟେଣ୍ଡାଣ୍ଟ: ୧୦ମ୍ ପାସ୍।

ୱାଚମେନ: ୮ମ ପାସ୍।

ବୟସ ସୀମା: ଫାକଲ୍ଟି ପାଇଁ ବୟସ ସୀମା ୨୫ରୁ ୬୩ ବର୍ଷ ରହିଥିବା ବେଳେ ଅଫସି ଆସିଷ୍ଟାଣ୍ଟ ପାଇଁ ୧୮ରୁ ୪୫ ବର୍ଷ, ଆଟେଣ୍ଡାଣ୍ଟ ପାଇଁ ୧୮ରୁ ୬୩ ବର୍ଷ ଏବଂ ୱାଚମ୍ୟାନ ପାଇଁ ୧୮ ରୁ ୬୩ ବର୍ଷ ରହିଥିବା ଜରୁରୀ।

ଜରୁରୀ ତାରିଖ: ୨୯ ଅକ୍ଟୋବର ୨୦୨୧ ଆବେଦନ କରିବାର ଶେଷ ତାରିଖ।

ଦରମା: ୫,୦୦୦/୨୦,୦୦୦ ମାସିକ।

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା, ପସର୍ନାଲ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ ହେବ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ:

https://bankofindia.co.in/pdf/Advertisement_merged1610.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.