ଭାରତୀୟ ସେନାରେ ୩୦୬୮ ପଦବୀ ପଡିଛି ଖାଲି, ମାସକୁ ଦରମା ୬୩,୨୦୦ ଟଙ୍କା

ଭାରତୀୟ ସେନାରେ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ ରିକ୍ର୍ୟୁଟମେଣ୍ଟ ସେଲ, ପକ୍ଷରୁ ୩୦୬୮ପଦବୀ ଖାଲିପଡିଛି। ଏଠାରେ ଟ୍ରେଡସମ୍ୟାନ ମେଟ୍‌, ଫାୟାରମେନ ଏବଂ ଜୁନିଅର ଅଫିସ ଆସିଷ୍ଟାଣ୍ଟ ପଦବୀ ଖାଲିପଡିଛି। ତେବେ ଏହିସବୁ ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଆବେଦନ କରିବାର ତାରିଖ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଅପଲୋଡ କରିପାରିବେ। ପ୍ରାର୍ଥୀ ସବିଶେଷ ବିବରଣୀ ଜାଣିବା ପାଇଁ www.aocrecruitment.gov.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ : ୩୦୬୮

ଟ୍ରେଡସମ୍ୟାନ୍‌: ୨୩୧୩

ଫାୟରମ୍ୟାନ୍‌: ୬୫୬

ଜୁନିଅର ଅଫିସ ଆସିଷ୍ଟାଣ୍ଟ : ୯୯

ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଟ୍ରେଡସମ୍ୟାନ ପଦବୀରେ ଭର୍ତ୍ତି କରାଯିବ। ସାଧାରଣ ବର୍ଗ ପାଇଁ ୯୩୮ ପଦ, EWS ପଦବୀ ପାଇଁ ୨୩୧ ପଦ, ଓବିସି ୬୨୪, ଅନୁସୂଚିତ ଜାତି ୩୪୭, ଅନୁସୂଚିତ ଜନଜାତି ୧୭୩ ପଦବୀରେ ଭର୍ତ୍ତି କରାଯିବ।

ସେହିପରି ଫାୟରମ୍ୟାନ ପଦବୀ ପାଇଁ ସାଧାରଣ ବର୍ଗ ୨୩୬, EWS ପାଇଁ ୬୬ ପଦ, ଓବିସି ପାଇଁ ୧୭୭ ପଦ, ଅନୁସୂଚିତ ଜାତି ପାଇଁ ୯୮ ପଦ, ଅନୁସୂଚିତ ଜତଜାତି ପାଇଁ ୪୯ ପଦବୀରେ ଭର୍ତ୍ତି ହେବ।

ଜୁନିଅର ଅଫିସ ଆସିଷ୍ଟାଣ୍ଟ ପଦବୀ ପାଇଁ ସାଧାରଣ ବର୍ଗରେ ୪୦ଟି ପଦ, EWS ରେ ୧୦ଟି ପଦ, ଓବିସି ପାଇଁ ୨୭ , ଅନୁସୂଚିତ ଜାତି ପାଇଁ ୧୫ଟି ସିଟ୍‌ ଏବଂ ଅନୁସୂଚିତ ଜନଜାତି ପାଇଁ ୭ଟି ପଦ ଖାଲି ପଡିଛି।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ୧୦ମ ପାସ୍‌ କିମ୍ବା ଯୁକ୍ତ ୨ ପାସ୍‌ କରିଥିବା ଜରୁରୀ।

ଦରମା : ଟ୍ରେଡସମ୍ୟାନ ପଦବୀ ପାଇଁ ମାସିକ ୧୮,୦୦ ରୁ ୫୬,୯୦୦ ଟଙ୍କା ରହିଥିବା ବେଳେ ଫାୟାରମ୍ୟାନ ପଦବୀ ପାଇଁ ୧୯,୯୦୦ରୁ ୬୩,୨୦୦ ଟଙ୍କା ଏବଂ ଜୁନିଅର ଅଫିସ ଆସିଷ୍ଟାଣ୍ଟ ପାଇଁ ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ମାସିକ ଦରମା ଧାର୍ଯ୍ୟ କରାଯାଇଛି।

ବୟସ ସୀମା : ଏହିସବୁ ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ହେବା ଜରୁରୀ।

ଆବେଦନ ଶୁକ୍ଳ : ଅଣସଂରକ୍ଷିତ ବର୍ଗ/ସାଧାରଣ ବଗ/ଓବିସି ପ୍ରାର୍ଥୀ ଆବେଦନ ଶୁଳ୍କ ୧୦୦ ଟଙ୍କା ଦେବାକୁ ହେବ। ସେହିପରି ମହିଳା ଏବଂ ଅନ୍ୟ ପ୍ରାର୍ଥୀ ମାଗଣାରେ ଆବେଦନ କରିପାରିବ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ସ୍କିଲ ଟେଷ୍ଟ, ଫାଇନାଲ ମେରିଟ ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://aocrecruitment.gov.in/

Leave A Reply

Your email address will not be published.