ଆଇଟିଆଇ କରିଥିଲେ SAIL ରେ ତୁରନ୍ତ କରନ୍ତୁ ଆବେଦନ, ମେରିଟ ଆଧାରରେ ହେବ ଚୟନ

ଆଇଟିଆଇ ପାସ୍‌ କରିଥିଲେ ଆପଣଙ୍କ ପାଇଁ ଖୁସି ଖବର। ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ଆଇଟିଆଇ ପାସ୍‌, ଡିପ୍ଲୋମା କିମ୍ବା ସ୍ନାତକ କରିଥିଲେ ଆପଣ ଚାକିରି ପାଇପାରିବେ। ଇଚ୍ଛୁକ ପ୍ରାର୍ଥୀ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆପଣ ଅଫିସିଆଲ େଓ୍ଵବ ସାଇଟ୍‌sail.ucanapply.com କୁ ଯାଇ ଦେଖିପାରିବେ।

ଆବେଦନ କରିବା ପୂର୍ବରୁ ନୋଟିଫିକେସନ ପଢିନିଅନ୍ତୁ। ତା’ ପରେ ଆବେଦନ କରନ୍ତୁ।

ପଦବୀ ବିବରଣୀ : ୪୦୦

ଟ୍ରେଡ ଆପରଣ୍ଟିସ: ୧୭୨
ଟେକ୍ନିସିଆନ: ୧୬୪
ଗ୍ରାଜୁଏଟ ଆପରଣ୍ଟିସ: ୬୪

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୩୦ ଅଗଷ୍ଟରୁ ଆରମ୍ଭ ହୋଇଥିବା ପରେ ଶେଷ ୩୦ ସେପ୍ଟେମ୍ବର ୨୦୨୨ ରେ ହେବ।

ଆବେଦନ ଶୁଳ୍କ :ସାଧାରଣ ବର୍ଗ ଆବେଦନ କରିବା ପାଇଁ ଶୁଳ୍କ ୨୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି, ଦିବ୍ୟାଙ୍ଗ ଏବଂ ପୂର୍ବତନ କର୍ମଚାରୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ମାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ଜରୁରୀ। ଡିପ୍ଲୋମା ସହିତ ଆଇଟିଆଇ ପାସ୍‌ କରିଥିବା ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୮ ବର୍ଷ ହେବା ଜରୁରୀ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷାରେ ରଖିଥିବା ନମ୍ବର ଆଧାରରରେ କରାଯିବ। ମେରିଟ ଲିଷ୍ଟରେ ଥିବା ପ୍ରାର୍ଥୀଙ୍କ ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://img.freejobalert.com/uploads/2022/08/Notification-Sail-Apprentice-Vacancy.jpg

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.