ଓଡିଶା ପୋଲିସ କନେଷ୍ଟବଳ ପଦବୀରେ ବମ୍ପର ନିଯୁକ୍ତି, +୨ ପାସ୍ କରିପାରିବେ ଆବେଦନ

ଓଡିଶା ସରକାରରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡିଶା ପୋଲିସ ପକ୍ଷରୁ କନେଷ୍ଟବଳ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଧିକାରକ ୱେବସାଇଟ odishapolice.gov.inକୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ଚୟନ ଲଖିତ ପରୀକ୍ଷା ଏବଂ ଫିଜିକାଲ ଏଫିସିଏନ୍ସି ଟେଷ୍ଟ (PET) ଆଧାରରେ କରାଯିବ।

ଏହି ପରୀକ୍ଷାରେ ଦୁଇଟି ଅବଜେକ୍ଟିଭ ଟାଇପ ପେପର ରହିବ। ପ୍ରଥମ ପେପରରେ ଅଭ୍ଯାର୍ଥୀ ଓଡିଆ ଭାଷା, ଇଂଲିଶ, ଗଣିତ, ଆପ୍ଟିଟ୍ଯୁଡ ଟେଷ୍ଟ ଏବଂ ଲଜିକାଲ ରିଜନିଂ ଇତ୍ଯାଦି ପ୍ରଶ୍ନ ପଚରାଯିବ। ସେହିପରି ଦ୍ବିତୀୟ ପେପରରେ ୧୨ଶ ରେ ଫିଜିକ୍ସ ଏବଂ କମ୍ପ୍ଯୁଟର ସାଇନ୍ସର ପ୍ରଶ୍ନ ରହିବ। ଏହି ପରୀକ୍ଷା ୧୦୦ ମାର୍କ ରହିବ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର ୨୦୨୧ ରହିଛି।

ପଦବୀ ବିବରଣୀ: ୨୪୪ (କନେଷ୍ଟବଳ)

ବୟସସୀମା: ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୩ ବର୍ଷ ହୋଇଥିବା ଜରୁରୀ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ ଓବିସି ବର୍ଗର ପ୍ରାର୍ଥୀ ୨୮୫ ଟଙ୍କା ଦେବାକୁ ପଡିବ। ଆଉ ଏସସି/ଏସଟି/ଏକ୍ସ ସର୍ଭିସମ୍ଯାନଙକୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ଯୋଗ୍ଯତା: ପ୍ରାର୍ଥୀ କୌଣସି ମାନ୍ଯତା ପ୍ରାପ୍ତ ବୋର୍ଡରୁ ସାଇନ୍ସ ବିଷୟରେ ୧୨ଶ ପାସ୍ କରିଥିବା ସହିତ ଇଂଜିନିୟରିଂ ବିଷୟରେ ତିନି ବର୍ଷର ଡିପ୍ଲୋମା କୋର୍ସ କରିଥିବା ଜରୁରୀ।

ପରୀକ୍ଷା ତାରିଖ: କନେଷ୍ଟବଳ ପଦବୀ ପାଇଁ କମ୍ପ୍ଯୁଟର ଆଧାରିତ ପରୀକ୍ଷା ୧୫ ନଭେମ୍ବର ରୁ ୨୦ ନଭେମ୍ବର ୨୦୨୧ ପର୍ଯ୍ଯନ୍ତ ଆୟୋଜି କରାଯିବା ସମ୍ଭାବନା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

http://odishapolice.azurewebsites.net/#no-back-button

https://odishapolice.gov.in/sites/default/files/PDF/Detailed%20Advertisement%20for%20Constable%20Communication..pdf