ବ୍ୟାଙ୍କ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ୨୧ ଜୁଲାଇ ପର୍ଯ୍ୟନ୍ତ କରିପାରିବେ ଆବେଦନ

କରୋନା ଅନେକ ଲୋକଙ୍କ ଜୀବନ ଜୀବିକା ଏବଂ ଚାକିରି ଛଡେଇ ନେଇଥିଲା। ଏବେ ଲକଡାଉନ ଶେଷ ହେବା ମାତ୍ରେ ବ୍ୟାଙ୍କଗୁଡିକରେ ଖାଲିପଡିଥିବା ପଦବୀ ପୂରଣ ହେବାକୁ ଯାଉଛି। ଏବେ ଗ୍ରାମୀଣ ବ୍ୟାଙ୍କରେ ବମ୍ପର ଭର୍ତ୍ତି ଘୋଷଣା କରାଯାଇଛି। ଇନଷ୍ଟିଚ୍ୟୁଟ୍‌ ଅଫ ପର୍ସନାଲ ସିଲେକ୍ସନ( ଆଇବିପିଏସ୍‌) ପକ୍ଷରୁ ଉତ୍ତର ପ୍ରଦେଶ ଗ୍ରାମୀଣ ବ୍ୟାଙ୍କରେ ଅଫିସ ଆସିଷ୍ଟାଣ୍ଟ ପଦବୀ ପାଇଁ ୧୮୩୪ଟି ପଦବୀରେ ଅନଲାଇନର ଆବେଦନ କରାଯାଉଛି।

ଆଇବିପିଏସ୍‌ ପକ୍ଷରୁ ଦେଶରେ ଥିବା ଗ୍ରାମୀଣ ବ୍ୟାଙ୍କରେ ହଜାର ପଦବୀ ପାଇଁ ଆବେଦନ କରାଯାଉଛି। ଏଥିରେ ବଡୋଦା ଉତ୍ତରପ୍ରଦେଶ ବ୍ୟାଙ୍କ ପାଇଁ ୬୭୬ ୟୁପି ଗ୍ରାମୀଣ ବ୍ୟାଙ୍କର ୧୯୪ଟି ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଏହାଛଡା ଏଠାରେ ଥିବା ଆର୍ଯବର୍ତ୍ତ ବ୍ୟାଙ୍କ ପାଇଁ ୯୯୪ଟି ପଦବୀରେ ନିଯୁକ୍ତି ସୁଯୋଗ ରହିଛି। ଯେଉଁଥିରେ ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ରହିଛି।

bank

ପଦବୀ ସଂଖ୍ୟା : ୧୮୩୪

ଆବେଦନ କରିବାର ଶେଷ ତାରିଖ : ୨୧ ଜୁଲାଇ

ଆବେଦନ କରିବା ପାଇଁ ଏହାର ଅଫିସିଆଲ ସାଇଟକୁ ଯାଇ ନୋଟିଫିକେସନ ଯାଞ୍ଚ କରିବା ପରେ ଅନଲାଇନ ଆବେଦନ କରନ୍ତୁ।

ଚୟନ ପ୍ରକ୍ରିୟା : ଏହିସବୁ ପଦବୀରେ ନିଯୁକ୍ତି ପାଇଁ ତିନିଟି ପର୍ଯ୍ୟାୟରେ ପ୍ରାରମ୍ଭିକ ଏବଂ ସାକ୍ଷାତକାର ଆଧାରରେ ହେବ। କମ୍ପ୍ୟୁଟର, ସାମାନ୍ୟ ଜ୍ଞାନ, ହିନ୍ଦୀ ଏବଂ ଇଂଲିଶ ଭାଷା ଏବଂ ଗଣିତରେ ୪୦-୪୦ ପ୍ରଶ୍ନ ରହିବ। ଏହାକୁ ସମାଧାନ କରିବା ପାଇଁ ଦୁଇ ଘଣ୍ଟାର ସମୟ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.