SBI ରେ ୧୪୨୨ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଇଚ୍ଛୁକ ପ୍ରାର୍ଥୀ ବମ୍ପର ଭର୍ତ୍ତି ପାଇଁ ଆବେଦନ କରିପାରିବେ। ଏସବିଆଇରେ ସର୍କଲ ବେସଡ ଅଫିସର(CBO) ପଦବୀ ପାଇଁ ୧୪୨୨ ପଦବୀ ଖାଲିପଡିଛି। ଏଥିମଧ୍ୟରୁ ୧୪୦୦ ପଦବୀ ରେଗୁରାଲ ରହିଛି। ୨୨ଟି ପଦବୀ ପଛୁଆବର୍ଗଙ୍କ ପାଇଁ ରହିଛି।

ପଦବୀ ବିବରଣୀ : ୧୪୨୨

ଜରୁରୀ ତାରିଖ : ଅନଲାଇନ ରେଜିଷ୍ଟ୍ରେସନ ହେବାରୁ ତାରିଖ ୧୮ ଅକ୍ଟୋବର ୨୦୨୨ ରହିଥିବା ବେଳେ ଶେଷ ତାରିଖ ୭ ନଭେମ୍ବର ୨୦୨୨ ରହିଛି। ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ନଭେମ୍ବର କିମ୍ବା ଡିସେମ୍ବର ମିଳିବ। ଏହି ପଦବୀ ପାଇଁ ଡିସେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା ହୋଇପାରେ।

ଶିକ୍ଷାଗତ ଯୋଗ୍ୟତା :

ଏସବିଆଇ ସିବିଓ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୦ ବର୍ଷ ହେବା ଜରୁରୀ। ଅର୍ଥାତ୍‌ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଜନ୍ମ ୨୦୦୧ ପରେ କିମ୍ବା ୧୯୯୨ ପୂର୍ବରୁ ହୋଇନଥିବା ଜରୁରୀ। ଏହାଛଡା ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ବୟସ ସୀମାରେ ୫ ବର୍ଷ ଏବଂ ଓବିସି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଛୁଟ୍‌ ମିଳିବ।

ଦରମା : ଯେଉଁ ପ୍ରାର୍ଥୀଙ୍କ ଚୟନ ଏହି ପଦବୀରେ ହେବ ସେମାନଙ୍କୁ ମାସକୁ ୩୬,୦୦୦ ଦରମା ମାସକୁ ମିଳିବ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କୁ ଚୟନ ଅନଲାଇନ ଲିଖିତ ପରୀକ୍ଷା, ସ୍କ୍ରିନିଂ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

ପରୀକ୍ଷା : ଅନଲାଇନ ଲିଖିତ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ସବଜେକ୍ଟିଭ, ଅବଜେକ୍ଟିଭ। ୨ ଘଣ୍ଟାର ଅବଜେକ୍ଟିଭ ପେପର ସହିତ ୧୨୦ ମାର୍କରେ ୧୨୦ ପ୍ରଶ୍ନ ରହିବ। ଇଂଲିଶ, ବ୍ୟାଙ୍କିଂ, ସାଧାରଣ ଜ୍ଞାନ, କମ୍ପ୍ୟୁଟର ବିଷୟରେ ପ୍ରଶ୍ନ ପଡିବ। ସେହିପରି ଅନ୍ୟ ପରୀକ୍ଷା ପାଇଁ ଇଂଲିଶରେ ଲେଖିବାକୁ ପଡିବ। ଏଥିରେ ୫୦ ମାର୍କ ରହିବ। ଯେଉଁଥିପାଇଁ ୩୦ ମିନିଟ୍‌ ସମୟ ଦିଆଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://ibpsonline.ibps.in/sbicbosep22/

https://sbi.co.in/documents/77530/25386736/17102022_Final+Advertisement.pdf/0399e3a4-4e16-af69-c270-f61c385d01a6?t=1666017092279

Also Read  : NALCO ରେ ଚାକିରି ସୁଯୋଗ, ଦରମା ମାସକୁ ୧ ଲକ୍ଷ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.