ରେଲୱେରେ ୧୦ମ ପାସ୍ ଙ୍କ ପାଇଁ ବମ୍ପର ଭ୍ୟାକେନ୍ସି , ଜଲଦି କରନ୍ତୁ ଆବେଦନ

ନୂଆ ଦିଲ୍ଲୀ: ସରକାରୀ ଚାକିରୀ ଖୋଜୁଥିବା ଲୋକମାନେ ରେଲୱେରେ ବାହାରିଥିବା ପଦବୀରେ ଆବେଦନ କରିପାରିବେ। ଇଣ୍ଡିଆନ ରେଲୱେର ଇଣ୍ଟିଗ୍ରଲ କୋଚ ଫ୍ଯାକ୍ଟ୍ରି ଅପ୍ରୋଟିସର ୯୯୨ଟି ପଦରେ ଆବେଦନ କରିପାରିବେ। ଏହି ପଦବୀରେ ୧୦ମ ପାସ୍ ଏବଂ ଆଇଟିଆଇ ପାସ୍ କରିଥିବା ବ୍ୟକ୍ତିମାନେ ଆବେଦନ କରିପାରିବେ। ଇଛୁକ ବ୍ୟକ୍ତିମାନେ ୨୪ ଜୁନ୍ ପର‌୍ୟ୍ୟନ୍ତ ଆବେଦନ କରିପାରିବେ। ଏହି ସମ୍ପର୍କରେ ଅଧିକ ସୂଚନା ପାଇଁ ଅଫିସିଆଲ ନୋଟିଫିକେସନ ଦେଖନ୍ତୁ।

ବୟସ ସୀମା

ଆବେଦନକାରୀ ପାର୍ଥୀମାନଙ୍କର ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବ। ବୟସ ଗଣନା ୧.୧୦.୨୦୧୯ ହିସାବରେ କରାଯିବ।

railwayଷ୍ଟାଇପେଣ୍ଡ
ପ୍ରଥମ ବର୍ଷ-୫୭୦୦
ଦ୍ବିତୀୟ ବର୍ଷ-୬୫୦୦

ଆବେଦନ ଫିସ୍

ସାମାନ୍ୟ, ଇଡବ୍ଲ୍ୟୁଏସ, ଓବିସି ବର୍ଗଙ୍କ ପାଇଁ- ୧୦୦ ଟଙ୍କା
ଏସସି, ଏସଟି, ପିଡବ୍ଲ୍ୟୁଡି ବର୍ଗଙ୍କ ପାଇଁ କୌଣସି ଶୁଳ୍କ ନାହିଁ।

ଏଥିରେ ଆଶାୟୀପାର୍ଥୀମାନଙ୍କୁ ୧୦ମ ପାସ୍ ରେ ମିଳିଥିବା ମାର୍କ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ।
ଆଶାୟୀପାର୍ଥୀମାନେ ଅଫିସିଆଲ ୱେବସାଇଡ icf. Indianrailways. Gov. in ରେ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.