IDBI ବ୍ଯାଙ୍କରେ ଖାଲିପଡିଛି ୯୨୦ ପଦବୀ: ଆବେଦନ ପ୍ରକ୍ରିୟା ଆରମ୍ଭ, ଦରମା ମାସକୁ ୩୪ ହଜାର ଟଙ୍କା

IDBI ବ୍ଯାଙ୍କରେ ଚାକିରି କରିବାକୁ ମନ ବଳାଇଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଠାରେ ଏକ୍ଜକ୍ଯୁଟିଭ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଧିକାରକ ୱେବସାଇଟ idbibank.in କୁ ଯାଇ ଆପ୍ଲାଏ କରିପାରିବେ। ଏହି ପଦବୀରେ ଆବେଦନ କରିବାର ତାରିଖ ୪ ଅଗଷ୍ଟରୁ ଆରମ୍ଭ ହୋଇଛି।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://ibpsonline.ibps.in/idbirecaug21/ ରେ କ୍ଲିକ କରି ଆବେଦନ କରିପାରିବେ। ଏହା ସହିତ ଲିଙ୍କ https://idbibank.in/pdf/careers/Executive03082021.pdf ଜରିଆରେ ଅଧିକାରକ ନୋଟିଫିକେସନ ଦେଖିପାରିବେ। ଏହି ଭର୍ତ୍ତି ପ୍ରକ୍ରିୟାରେ ୯୨୦ ପଦବୀ ପାଇଁ ଭର୍ତ୍ତି କରାଯାଉଛି।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୪ ଅଗଷ୍ଟରୁ ଆରମ୍ଭ ହୋଇ ୧୮ ଅଗଷ୍ଟରେ ଶେଷ ହେବ।

ପଦବୀ ବିବରଣୀ: ୯୨୦

ଅଣ ସଂରକ୍ଷିତ: ୩୭୩
ଅନୁସୂଚିତ ଜାତି: ୧୩୮
ଅନୁସୂଚିତ ଜନଜାତି: ୬୯
ଓବିସି: ୨୪୮
EWC: ୯୨

ଶିକ୍ଷାଗତ ଯୋଗ୍ଯତା: କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟରୁ ସର୍ବନିମ୍ନ ୫୫% ମାର୍କ ସହିତ ଗ୍ରାଜୁଏଟ (ଏସସି/ଏସଟି/PWD ପାଇଁ ୫୦%) ମାର୍କ ରହିଛି।

ବୟସ ସୀମା: ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୦ ଏବଂ ସର୍ବାଧିକ ୨୫ ବର୍ଷ ହୋଇଥିବା ଜରୁରୀ।

ଆବେଦନ ଶୁଳ୍କ: SC/ST/PWD ଙ୍କ ପାଇଁ ୨୦୦ ଟଙ୍କା ଅନ୍ଯ ସମସ୍ତଙ୍କ ପାଇଁ ୧୦୦୦ ଟଙ୍କା ରହିଛି।

ଦରମା: ପ୍ରଥମ ବର୍ଷ ପ୍ରତି ମାସକୁ ୨୯,୦୦୦ ଟଙ୍କା ରହିଥିବା ବେଳେ ଦ୍ବିତୀୟ ବର୍ଷ ମାସକୁ ୩୧ ହଜାର ଟଙ୍କା ଏବଂ ୩ୟ ବର୍ଷ ଠାରୁ ପ୍ରତି ମାସକୁ ୩୪ ହଜାର ଟଙ୍କା ରହିଛି।

ଚୟନ ପ୍ରକ୍ରିୟା: ଚୟନ ଅନଲାଇନ ଟେଷ୍ଟ ଆଧାରରେ କରାଯିବ।

Leave A Reply

Your email address will not be published.