NTPC ରେ ଖାଲିପଡିଛି ଆସିଷ୍ଟାଣ୍ଟ ଟ୍ରେନି ପଦବୀ, ମିଳିବ ଭଲ ଦରମା

Ntpc ରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଏନଟିପିସି ଅଧିନରେ ଆସିଷ୍ଟାଣ୍ଟ ଟ୍ରେନି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଷ୍ଟାଟସ ୱେବସାଇଟ @ntpc.co.in କୁ ଯାଇ ମଧ୍ୟ ଦେଖିପାରିବେ। ଆବେଦନ କରିବାର ଶେଷ ତାରିଖ ୨୧ ସେପ୍ଟେମ୍ବର ରହିଛି।

ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆବେଦନ କରିନ୍ତୁ। ଅଧିକ ଜାଣିବା ପାଇଁ https://www.ntpc.co.in/en କ୍ଲିକ କରି ଆବେଦନ କରିପାରିବେ। ଏହାସହିତ ଅଧିକାରକ ନୋଟିଫିକେସନ ପଢିବା ପାଇଁ NTPC Recruitment 2021 ଏଠାରେ କ୍ଲିକ କରିପାରିବେ।

ପଦବୀ ବିବରଣୀ: ୫୩

ଆସିଷ୍ଟାଣ୍ଟ ଟ୍ରେନି(ଫିଟର): ୨୬
ଆସିଷ୍ଟାଣ୍ଟ ଟ୍ରେନି(ଇଲେକ୍ଟ୍ରିସିଆନ): ୬
ଆସିଷ୍ଟାଣ୍ଟ ଟ୍ରେନି ଇଷ୍ଟ୍ରୁମେଣ୍ଟ ମେକାନିକ୍ସ: ୨୧

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀଙ୍କୁ ଆଇଟିଆଇ ପାସ୍ କରିଥିବା ଜରୁରୀ।

ବୟସ ସୀମା: ପ୍ରର୍ଥୀଙ୍କ ବୟସ ସୀମା ନି୪୨ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ଯ ଅଭ୍ଯାର୍ଥୀ ବିଭାଗର ଅଫିସିଆଲ ୱେବସାଇଟ @ntpc.co.inକୁ ଯାଇ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କୁ ଦୁଇଘଣ୍ଟାର ପରୀକ୍ଷା ଦେବାକୁ ପଡିବ। ଲିଖିତ ପରୀକ୍ଷା ଆଧାରରେ ସ୍କିଲ ଟେଷ୍ଟରେ ସାମିଲ ହେବା ପାଇଁ ଯୋଗ୍ଯତା ତାଲିକା ପ୍ରସ୍ତୁତ କରାଯିବ। ତା’ ପରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ସ୍କିଲ ଟେଷ୍ଟ ଦେବାକୁ ପଡିବ।