ମହିନ୍ଦ୍ରାର ଜବରଦସ୍ତ ସ୍କିମ୍‌, ନେଇଯାଆନ୍ତୁ ମହିନ୍ଦ୍ରା ଏସ୍‌ୟୁଭି ଗାଡ଼ି ଏବଂ ୩ ମାସ ପରେ ଦିଅନ୍ତୁ EMI

ନୂଆଦିଲ୍ଲୀ : କରୋନା ପୁରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ପ୍ରତିଟି ଉଦ୍ୟୋଗ ଏହାଯୋଗୁ କ୍ଷତିରେ ପଡ଼ିଛନ୍ତି । ଅଟୋମୋବାଇଲ ସେକ୍ଟର ମଧ୍ୟ ଏଥିରୁ ବାଦ ଯାଇନାହିଁ । କରୋନା ସମୟରେ କମ୍ପାନିର ମାନ୍ଦା ବିକ୍ରି ଅବସ୍ଥାକୁ ଦେଖି କମ୍ପାନି ଏବେ ଏକ ନୂତନ ସ୍କିମ ଆଣିଛି ।

ସ୍କିମ୍‌ ନାମ ରଖିଛି ‘ ଓନ୍‌ ନାଓ ପେ ଲାଟର’ । ଅର୍ଥାତ କମ୍ପାନି ବିନା କିଛି ଅର୍ଥ ନେଇ ଗ୍ରାହକଙ୍କୁ ଗାଡ଼ି ଦେବାର ସୁଯୋଗ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ ଏଥିପାଇଁ ଇଏମ୍‌ଆଇ ମଧ୍ୟ ୩ ମାସ (୯୦ ଦିନ) ପରେ ଆରମ୍ଭ ହେବ ବୋଲି କମ୍ପାନି କହିଛି ।

ଲକ୍‌ଡାଉନ୍‌ ଓ ବିଭିନ୍ନ ଅସୁବିଧାକୁ ସାମ୍ନା କରୁଥିବା ଅଟୋମୋବାଇଲ୍‌ ଉଦ୍ୟୋଗ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ବୁଧବାର ଏହି ସ୍କିମ ଘୋଷଣା କରିଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିନା ଟଙ୍କାରେ ଗାଡ଼ି ଦେବା ପାଇଁ ଅଫର ଦେଇଛି । ଆହୁରି ମଧ୍ୟ ଇଏମ୍‌ଆଇ ଆରମ୍ଭ କରିବାର ସୁବିଧା ୩ ମାସ ପରେ ଦେବାକୁ କହିଛି । ମାନ୍ଦା କାଳରେ ଅଧିକରୁ ଅଧିକ କାର ବିକ୍ରି ପାଇଁ କମ୍ପାନି ଏହି ସୁବିଧା ଆଣିଥିବା କମ୍ପାନି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.