ବାଃ! ମାତ୍ର ୩୬ ହଜାର ଟଙ୍କାରେ କିଣିବେ ଇଲେକ୍ଟ୍ରିକ୍‌ ସ୍କୁଟର, ଫୁଲ୍‌ ଚାର୍ଜରେ ଦେବ ଜବରଦସ୍ତ ମାଇଲେଜ୍‌; ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

ଇଲେକ୍ଟ୍ରିକ୍‌ ଷ୍ଟାର୍ଟଅପ୍‌ ବାଉନ୍ସ ଭାରତରେ ଆଜି ନିଜର ବିଲକୁଲ ନୂଆ ଇନ୍‌ଫିନିଟି ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରି ଦେଇଛି, ଯାହାର ପ୍ରାରମ୍ଭିକ ଏକ୍ସ ଶୋ’ରୁମ୍‌ ମୂଲ୍ୟ ରହିଛି ମାତ୍ର ୩୬,୦୦୦ ଟଙ୍କା। ଏହା ହେଉଛି ବିନା ବ୍ୟାଟେରୀ ଥିବା ସ୍କୁଟରର ଦାମ୍‌। ଯଦି ବ୍ୟାଟେରୀ ସହିତ ଆପଣ ଏହି ସ୍କୁଟର କିଣିବେ, ତା’ ହେଲେ ଆପଣଙ୍କୁ ୬୮,୯୯୯ ଟଙ୍କା ପଡ଼ିବ। କମ୍ପାନୀ ଆଜିଠାରୁ ଏହି ଇଲେକ୍ଟ୍ରିକ୍‌ ସ୍କୁଟରର ବୁକିଂ ମଧ୍ୟ ଆରମ୍ଭ କରି ଦେଇଛି। ପାଖାପାଖି ୪୯୯ ଟଙ୍କା ଦେଇ ଏହି ଇଲେକ୍ଟ୍ରିକ୍‌ ସ୍କୁଟରକୁ ବୁକ୍‌ କରାଯାଇ ପାରିବ। ବାଉନ୍ସ ଡିସେମ୍ବର ମଧ୍ୟ ଭାଗରୁ ଇନ୍‌ଫିନିଟିର ଟେଷ୍ଟ ରାଇଡ୍‌ ଆରମ୍ଭ କରିବ। ସେପଟେ ମାର୍ଚ୍ଚ ୨୦୨୨ରୁ ଏହାକୁ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯିବ।

‘Battery as a service’ ବିକଳ୍ପ

ବାଉନ୍ସ ଇନ୍‌ଫିନିଟିକୁ ୫ ରଙ୍ଗରେ ଆଣିଛି। ଏହି ସ୍କୁଟରକୁ ବ୍ୟାଟେରୀ ସହିତ ଏବଂ ବିନା ବ୍ୟାଟେରୀ ବିକଳ୍ପରେ ଉପଲବ୍ଧ କରାଯିବ। ‘Battery as a service’ ବିକଳ୍ପରେ ଗ୍ରାହକ ଏହି EVକୁ ବିନା ବ୍ୟାଟେରୀରେ କିଣି ପାରିବେ। ଏହି ଦାମ୍‌ରୁ କମ୍ପାନୀ ଇଲେକ୍ଟ୍ରିକ୍‌ ଦୁଇ ଚକିଆ ସେଗ୍‌ମେଣ୍ଟରେ ଏକ ବଡ଼ ପ୍ରତିଯୋଗିତା ଆରମ୍ଭ କରି ଦେଇଛି, ଯାହାକି ଏବେ ବଜାଜ ଚେତକ ଇଲେକ୍ଟ୍ରିକ୍‌, TVS iQube, ଏଥର୍‌ 450X ସହିତ ଓଲା ଇଲେକ୍ଟ୍ରିକ୍‌ ସ୍କୁଟର୍ସ ପାଇଁ ଚିନ୍ତାଜନକ ବିଷୟ ହୋଇଛି। କାହିଁକିନା, ଏଗୁଡ଼ିକର ଦାମ୍‌ ବହୁତ ଅଧିକ ରହିଛି।

ଗୋଟିଏ ଚାର୍ଜରେ ୮୫ କିମି ରେଞ୍ଜ୍‌ ଦେଇଥାଏ

ବାଉନ୍ସ ଇନ୍‌ଫିନିଟି ସହିତ ୨ କିଲୋଓ୍ଵାଟ୍‌-ଆର୍‌ର ଲିଥିୟମ୍‌-ଆୟନ ବ୍ୟାଟେରୀ ଦିଆଯାଇଛି, ଯାହାକି ଗୋଟିଏ ଚାର୍ଜରେ ୮୫ କିମି ରେଞ୍ଜ୍‌ ଦେଇଥାଏ। ଏହି EVର ଅଧିକତମ ବେଗ ୬୫ କିଲୋମିଟର ପ୍ରତି ଘଣ୍ଟା ରହିଛି। ବାଉନ୍ସ ଇନ୍‌ଫିନିଟିରେ ଡ୍ରାଗ୍‌ ମୋଡ୍‌ ମଧ୍ୟ ଦିଆଯାଇଛି। ଏହାର ସହାୟତାରେ ସ୍କୁଟର ପଙ୍କଚର ହୋଇଗଲେ ମଧ୍ୟ ଏହାକୁ ଚଲାଯାଇ ପାରିବ। ନୂଆ EVକୁ ସ୍ମାର୍ଟ ଆପ୍‌ ସହ ମଧ୍ୟ ଯୋଡ଼ା ଯାଇପାରିବ, ଯଦ୍ଦ୍ଵାରା ଫିଚର୍ସକୁ ବ୍ୟବହାର କରିବା ବହୁତ ସହଜ ହେବ।

ରାଜସ୍ଥାନସ୍ଥିତ ଭିଓ୍ଵାଡି ପ୍ଲାଣ୍ଟରେ ଉତ୍ପାଦନ ଜାରି

କମ୍ପାନୀ ଘୋଷଣା କରିଛି କି, ୨୦୨୧ରେ 22Motorsର ୧୦୦ ପ୍ରତିଶତ ଅଧିଗ୍ରହଣ ପାଖାପାଖି ୫୨ କୋଟି ଟଙ୍କାରେ କରି ନିଆଯାଇଛି। ଏହି ଡିଲ୍‌ ଅନ୍ତର୍ଗତ ଇଲେକ୍ଟ୍ରିକ୍‌ ଯାନ ନିର୍ମାତା 22Motorsର ରାଜସ୍ଥାନସ୍ଥିତ ଭିଓ୍ଵାଡି ପ୍ଲାଣ୍ଟ ଏବଂ ସେଠାକାର ସମ୍ପତ୍ତି ଉପରେ ଅଧିକାର ଜମେଇ ନେଇଛି। ଏହି ପ୍ଲାଣ୍ଟରେ ବାର୍ଷିକ ୧,୮୦,୦୦୦ ସ୍କୁଟରର ଉତ୍ପାଦନ କରାଯାଇ ପାରିବ। ଏହା ବ୍ୟତୀତ କମ୍ପାନୀ ଦକ୍ଷିଣ ଭାରତରେ ମଧ୍ୟ ଏକ ନୂଆ ପ୍ଲାଣ୍ଟ ଆରମ୍ଭ କରିବାର ଯୋଜନା ବିଷୟରେ ଘୋଷା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.