ଶସ୍ତାରେ କିଣନ୍ତୁ ମିନି ଫ୍ରିଜ୍‌, ଦାମ୍‌ ୨,୫୦୦ ଟଙ୍କାରୁ ବି କମ୍‌! ମିଳିବ ଅନେକ ଭଲ ଫିଚର

ଏବେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଟାଣ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ଏମିତି ସ୍ଥିତିରେ କେବଳ ଥଣ୍ଡା ପାନୀୟ ହିଁ ଆରାମ ଦେଇ ପାରିବ। ଏଥିପାଇଁ ଆପଣଙ୍କୁ ଦରକାର ପଡ଼ିବ ଏକ ରେଫ୍ରିଜେରେଟର। ଯେହେତୁ ଆଗକୁ ମୌସୁମୀ ଆସିବାର ଅଛି, ତେଣୁ ଆପଣ ଏହାକୁ କମ୍‌ ବ୍ୟବହାର କରି ପାରନ୍ତି। ସେହି ଦୃଷ୍ଟିରୁ ଆପଣଙ୍କ ପାଇଁ ମିନି ଫ୍ରିଜ୍‌ କିମ୍ବା ରେଫ୍ରିଜେରେଟର ହିଁ ବେଷ୍ଟ୍‍ ରହିବ। ଏହାର ଦାମ୍‌ ବି ବହୁତ କମ୍‌ ରହିଥାଏ, ଯାହାକି ସୁବିଧା ଆଣି ପାରିବ। ଏଭଳି ଫ୍ରିଜ୍‌ ପୋର୍ଟେବଲ ହୋଇଥିବା କାରଣରୁ ଆପଣ ସହଜରେ ଏହାକୁ ନିଜ ସାଥୀରେ କେଉଁଠିକୁ ବି ନେଇଯାଇ ପାରିବେ। ତେବେ ଆସନ୍ତୁ ଜାଣିବା, ଏହି ମିନି ଫ୍ରିଜ୍‌ରେ କ’ଣ ସବୁ ସୁବିଧା ରହିଛି।

ମିନି ଫ୍ରିଜ୍‌ କିମ୍ବା ରେଫ୍ରିଜେରେଟର କୋଲ୍ଡ ଡ୍ରିଙ୍କ୍‌ସକୁ ଥଣ୍ଡା ରଖିବା ପାଇଁ ବ୍ୟବହାର କରାଯାଇ ପାରିବ। ଆପଣ ଏହାକୁ କାର୍‌ ବ୍ୟତୀତ ଅଫିସ୍‌ରେ ମଧ୍ୟ ଖୁବ୍‌ ସହଜରେ ବ୍ୟବହାର କରି ପାରିବେ। ଜିନିଷଗୁଡ଼ିକୁ ଉଭୟ ଥଣ୍ଡା ଏବଂ ଗରମ କରିବାରେ ଏହା ଉପଯୋଗୀ ହୋଇ ପାରିବ।

ଏହି ପ୍ରକାରର ଏକ ମିନି ଫ୍ରିଜ୍‌ ଇ-କମର୍ସ ସାଇଟ୍‌ ‘ଆମାଜନ’ରେ ଉପଲବ୍ଧ ରହିଛି। MIRU କମ୍ପାନୀର ଏହି ପୋର୍ଟେବଲ ଫ୍ରିଜ୍‌କୁ ମାତ୍ର ୨,୩୪୯ ଟଙ୍କାରେ ତାଲିକା କରାଯାଇଛି। ଏଥି ସହିତ କମ୍ପାନୀ ଗ୍ରାହକମାନଙ୍କୁ ବ୍ୟାଙ୍କ୍‌ ଅଫର ମଧ୍ୟ ଦେଉଛି। କମ୍ପାନୀ କହିଛି ଯେ ଏହି ଫ୍ରିଜ୍‌ ପାଓ୍ଵାର ସେଭିଙ୍ଗ୍‌ କରିବା ସହିତ ଇକୋ-ଫ୍ରେଣ୍ଡଲି ହୋଇଥାଏ।

ମିନି ଫ୍ରିଜ୍‌ର କ୍ଷମତା ୭ ଲିଟର ପର୍ଯ୍ୟନ୍ତ ରହିଛି। ଅର୍ଥାତ୍‌ ଏହା ବହୁତ ଛୋଟ। ଏହାକୁ ଅପରେଟ୍‌ କରିବା ପାଇଁ ଆପଣଙ୍କୁ 12V ପାଓ୍ଵାରର ଆବଶ୍ୟକ ପଡ଼ିବ। ଏହାକୁ କାର୍‌ରେ ସହଜରେ ସେଟ୍‌ କରାଯାଇ ପାରିବ। କହିବାକୁ ଗଲେ, ଆପଣ କୌଣସି ବି ଲମ୍ବା ଯାତ୍ରାରେ ଗଲେ, ଏହା ବହୁତ କାମରେ ଆସି ପାରିବ।

ତେବେ ଏହି ମିନି ଫ୍ରିଜ୍‌ରେ ଫ୍ରିଜରର ଅପସନ ଦିଆଯାଇ ନାହିଁ। ଆପଣଙ୍କୁ କହି ରଖୁଛୁ କି, ଏହି ଫ୍ରିଜ୍‌କୁ ରେଗୁଲାର ଫ୍ରିଜ୍‌ ଭଳି ବ୍ୟବହାର କରାଯାଇ ପାରିବ ନାହିଁ। ଆପଣ ଏହାକୁ ପୋର୍ଟେବଲ ଫ୍ରିଜ୍‌ ଭଳି ବ୍ୟବହାର କରି ପାରିବେ। ଆପଣ ଏଥିରେ କେବଳ କୋଲ୍ଡ ଡ୍ରିଙ୍କ୍‌ସକୁ ଥଣ୍ଡା ନୁହେଁ, ବରଂ ସ୍ନାକ୍ସକୁ ମଧ୍ୟ ଗରମ କରି ପାରିବେ। କମ୍ପାନୀର କହିବା ହେଲା, ଏହି ଫ୍ରିଜ୍‌ ବ୍ୟବହାର କରି ଆପଣ ବିଦ୍ୟୁତ୍‌ ସଂରକ୍ଷଣ କରି ପାରିବେ, ଯାହାକି ଆଜିକା ସମୟରେ ଅତ୍ୟନ୍ତ ଜରୁରୀ। ଏହାକୁ ପରିବେଶ ଅନୁକୂଳ ମଧ୍ୟ ତିଆରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.