ଆସନ୍ତୁ-ଦେଖନ୍ତୁ-କିଣନ୍ତୁ, ମାତ୍ର ୪୫,୦୦୦ ଟଙ୍କାରେ ମିଳୁଛି Royal Enfield

Royal Enfield ଚଳାଇବା ସବୁ ପୁଅଙ୍କ ସ୍ୱପ୍ନ କହିଲେ ଚଳେ। ରୟାଲ ଏନ୍‌ଫିଲ୍ଡର ନାଁ ଯେମିତି ରାଜକୀୟ ତାହାକୁ ଚଳାଇବା ବେଳେ ମଧ୍ୟ ସେହିପରି ରାଜକୀୟ ଅନୁଭବ ଆସିଥାଏ। ଏଣୁ ସମସ୍ତେ ଗାଡ଼ି କିଣିବା ବେଳେ ପ୍ରଥମେ ରୟାଲ ଏନ୍‌ଫିଲ୍ଡ କଥା ଚିନ୍ତା କରିଥାନ୍ତି। ମାତ୍ର ଏହାର ମୂଲ୍ୟ ଅଧିକ ଥିବାରୁ କେହି କେହି ଇଚ୍ଛା ଥିଲେ ମଧ୍ୟ କିଣିପାରିନଥାନ୍ତି। ଆପଣ ଯଦି କମ୍‌ ମୂଲ୍ୟରେ ରୟାଲ ଏନ୍‌ଫିଲ୍ଡ କିଣିବାକୁ ଚାହୁଁଛନ୍ତି ତେବେ ଥରେ ସେକେଣ୍ଡ ହ୍ୟାଣ୍ଡ ବାଇକ୍‌ ବଜାର ଚେକ୍‌ କରନ୍ତୁ, ନିଶ୍ଚିତ କେତେକ ଭଲ ମଡେଲ ପାଇଯିବେ।

ସେକେଣ୍ଡ ହ୍ୟାଣ୍ଡ ବାଇକ୍‌ କିଣିବାକୁ ଚାହୁଁଥିଲେ ଦିଲ୍ଲୀର କରୋଲାବାଗ୍‌, ଲାଜପତ୍‌ ନଗର, ପୁଷ୍ପାଭବନ ଆଦି ଜାଗାକୁ ଯାଇ ନିଜ ପସନ୍ଦ ଅନୁସାରେ ବାଇକ୍‌ କିଣିପାରିବେ। ଏହା ଛଡ଼ା ଅନ୍‌ଲାଇନ୍‌ରେ Quikr, OLX ମଧ୍ୟ ଭିଜିଟ୍‌ କରିପାରିବେ। ଆମେ ଆପଣଙ୍କୁ ରୟାଲ ଏନ୍‌ଫିଲ୍ଡର କିଛି ବାଇକ୍‌ ସମ୍ପର୍କରେ କହିବୁ ଯାହା ମାତ୍ର ୪୫ ହଜାର ଟଙ୍କାରେ କିଣିପାରିବେ।

ମଡେଲ: ରୟାଲ ଏନ୍‌ଫିଲ୍ଡ (classic)

ବର୍ଷ: ୨୦୧୬

କଲର: ଧଳା

ରନିଂ: ୨୨,୬୯୦କିମି

ଦାମ୍‌: ୪୫,୦୦୦ଟଙ୍କା

ମଡେଲ: ରୟାଲ ଏନ୍‌ଫିଲ୍ଡ (classic)

ବର୍ଷ: ୨୦୧୭

କଲର: କଳା

ରନିଂ: ୬୦୦୦କିମି

ଦାମ୍‌: ୬୫,୦୦୦ଟଙ୍କା

ମଡେଲ: ରୟାଲ ଏନ୍‌ଫିଲ୍ଡ (classic)

ବର୍ଷ: ୨୦୧୭

କଲର: ଚେରୀ

ରନିଂ: ୨୯,୦୦୦ କିମି

ଦାମ୍‌: ୫୨,୪୦୦ ଟଙ୍କା

ମଡେଲ: ରୟାଲ ଏନ୍‌ଫିଲ୍ଡ (350std)

ବର୍ଷ: ୨୦୦୩

କଲର: କଳା

ରନିଂ: ୬୩,୪୦୦ କିମି

ଦାମ୍‌: ୫୦,୦୦୦ ଟଙ୍କା

ଏହାସହ ପଢ଼ନ୍ତୁ: ଏବେ ନୂଆଗାଡ଼ିରେ ବି ବ୍ୟବହାର କରିପାରିବେ ପୁରୁଣା ନମ୍ବର, ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା

ମଡେଲ: ରୟାଲ ଏନ୍‌ଫିଲ୍ଡ

ବର୍ଷ: ୨୦୧୪

କଲର: ରେଡ୍‌

ରନିଂ: ୨୦୧୪ କିମି

ଦାମ୍‌: ୫୦,୦୨୨ ଟଙ୍କା

ପୁରୁଣା ଗାଡ଼ି କିଣିବା ବେଳେ ସବୁବେଳେ କାଗଜପତ୍ର ଠିକ୍‌ ଅଛି କି ନାହିଁ ଯାଞ୍ଚ କରନ୍ତୁ। କେବଳ ବିଜ୍ଞାପନ ଦେଖି ଗାଡ଼ି କିଣିବା ଭୁଲ୍‌ କେବେ ବି କରନ୍ତୁ ନାହିଁ। କିଣିବା ପୂର୍ବରୁ ଗାଡ଼ିର ଟାୟାର ଠାରୁ ଆରମ୍ଭ କରି ଚେନ୍‌, ବ୍ରେକ୍‌, ଇଞ୍ଜିନ୍‌ ଆଦି ଚେକ୍‌ କରନ୍ତୁ। ଶେଷରେ ଦାମ୍‌କୁ ନେଇ ଆଉ ଥରେ ମୂଲଚାଲ ବି କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.