୪୦୦ ଟଙ୍କାରୁ ବି କମ୍‌ ଦାମ୍‌ରେ କିଣନ୍ତୁ ଏହି ୪ଟି ସ୍ମାର୍ଟଫୋନ; ତୁରନ୍ତ ଉଠାନ୍ତୁ Flipkart Big Bachat Dhamaalର ଫାଇଦା

ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି, ଆଉ ତାହା ବି ଅତି ଶସ୍ତା ଦାମ୍‌ରେ? ତା’ ହେଲେ ଆଜି ଆମେ ଆପଣଙ୍କୁ କିଛି ଭଲ ଅପସନ ବିଷୟରେ କହିବୁ। ଫ୍ଲିପ୍‌କାର୍ଟରେ ଆଜିଠାରୁ ଅର୍ଥାତ୍‌ ଜୁନ୍‌ ୩ରୁ ‘ବିଗ୍‌ ବଚତ୍‌ ଧମାଲ’ ସେଲ୍‌ ଆରମ୍ଭ ହୋଇଯାଇଛି, ଯେଉଁଠି ଅନେକ ପ୍ରଡକ୍ଟକୁ ଶସ୍ତା ଦାମ୍‌ରେ ବିକ୍ରି କରାଯାଉଛି। ଜୁନ୍‌ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ଆପଣ ୪୦୦ ଟଙ୍କାରୁ ବି କମ୍‌ ଦାମ୍‌ରେ ଭଲ ଫିଚର୍ସର ସ୍ମାର୍ଟଫୋନ କିଣି ପାରିବେ। ଆସନ୍ତୁ ଜାଣିବା, ଏହି ଅଫର୍ସ ବିଷୟରେ…

ସାମ୍‌ସଙ୍ଗ ଗାଲାକ୍ସି F22: ସାମ୍‌ସଙ୍ଗର ଏହି ସ୍ମାର୍ଟଫୋନ ଦାମ୍‌ ରହିଛି ୧୪,୯୯୯ ଟଙ୍କା। କିନ୍ତୁ ଏହାକୁ ୧୧,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଫ୍ଲିପ୍‌କାର୍ଟ ଏକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରୁ ଆପଣ ୬୦୦ ଟଙ୍କା ସେଭିଂ କରି ପାରିବେ ଏବଂ ଏକ୍ସଚେଞ୍ଜ ଅଫର୍‌ରୁ ଆପଣଙ୍କୁ ୧୧,୨୫୦ ଟଙ୍କା ପର୍ଯ୍ୟନ୍ତ ଛାଡ୍‌ ମିଳି ପାରିବ। ସାମ୍‌ସଙ୍ଗ ସ୍ମାର୍ଟଫୋନକୁ ଆପଣ ୧୪୯ ଟଙ୍କାରେ ଘରକୁ ଆଣି ପାରିବେ।

Redmi 10: 4GB RAM ଏବଂ 64GB ଷ୍ଟୋରେଜ୍‌ ବାଲା Redmi 10ର ଦାମ୍‌ ରହିଛି ୧୪,୯୯୯ ଟଙ୍କା। କିନ୍ତୁ ଫ୍ଲିପ୍‌କାର୍ଟରେ ଏହାକୁ ୧୦,୪୯୯ ଟଙ୍କାରେ ବିକ୍ରି କରାଯାଉଛି। ICICI Bankର କ୍ରେଡିଟ୍‌ କାର୍ଡ ୟୁଜର୍ସଙ୍କୁ ୫୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳୁଛି। ଏକ୍ସଚେଞ୍ଜ ଅଫରର ପୂରା ଲାଭ ମିଳିଲେ ଆପଣ ୯,୭୫୦ ଟଙ୍କା ପର୍ଯ୍ୟନ୍ତ ସେଭିଂ କରି ପାରିବେ। ଏହିପରି ଭାବେ ଆପଣ Redmi 10କୁ ୨୪୯ ଟଙ୍କାରେ କିଣି ପାରିବେ।

OPPO A16: ୧୫,୯୯୦ ଟଙ୍କାର ଏହି ଓପୋ ସ୍ମାର୍ଟଫୋନକୁ ୧୨,୯୯୦ ଟଙ୍କାରେ ବିକ୍ରି କରାଯାଉଛି। ଫ୍ଲିପ୍‌କାର୍ଟ ଏକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ୟୁଜରମାନଙ୍କୁ ୬୫୦ ଟଙ୍କାର ରିହାତି ମିଳୁଛି। ଏକ୍ସଚେଞ୍ଜ ଅଫରର ପୂରା ଫାଇଦା ମିଳିଲେ ଆପଣଙ୍କୁ ୧୨ ହଜାର ଟଙ୍କା ଡିସ୍‌କାଉଣ୍ଟ ମିଳିବ। ଏହି ଅଫର୍ସ ସହିତ ଆପଣ OPPO A16କୁ ମାତ୍ର ୩୪୦ ଟଙ୍କାରେ କିଣି ପାରିବେ।

Poco C31: ପୋକୋର ଟ୍ରିପଲ କ୍ୟାମେରା ସେଟ୍‌ଅପ ବାଲା ସ୍ମାର୍ଟଫୋନର ଦାମ୍‌ ୧୧,୯୯୯ ଟଙ୍କା ରହିଛି। ଫ୍ଲିପ୍‌କାର୍ଟରେ ଏହାକୁ ୯,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଆପଣ ପୁରୁଣା ଫୋନ୍‌ ବଦଳରେ ଏହାକୁ କିଣି ୯,୨୫୦ ଟଙ୍କା ସେଭିଂ କରି ପାରିବେ। ଫ୍ଲିପ୍‌କାର୍ଟ ଏକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ୟୁଜ୍‌ କରି ଆପଣ ୫୦୦ ଟଙ୍କା ବଞ୍ଚେଇ ପାରିବେ। ଆପଣଙ୍କ ପାଇଁ ଏହି ଫୋନର ଦାମ୍‌ ୨୪୯ ଟଙ୍କା ହୋଇ ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.