Filpkart ର ଦମଦାର ଅଫର୍, ମାତ୍ର ୭୫୯ ଟଙ୍କାରେ ପାଇପାରିବେ Redmi Note 5 Pro

ଆସୁଛି ଦୀପାବଳି । ଏହି ଫେଷ୍ଟିଭାଲ୍ ସିଜିନକୁ ଆଖିରେ ରଖି ମନଲୋଭା ଅଫର୍ ଦେଉଛନ୍ତି ବିଭିନ୍ନ ଇ- କମର୍ସ କମ୍ପାନୀ । ଏଥରୁ ବାଦ୍ ପଡିନି ଲୋକପ୍ରିୟ ସାଇଟ୍ ଫ୍ଲିପକାର୍ଟ । ଆରମ୍ଭ କରିଛି ଦିୱାଲି ସେଲ୍ । ଯାହା ଚାଲିବ ୧ ନଭେମ୍ବରରୁ ୫ ନଭେମ୍ବର ଯାଏଁ । ଯେଉଁଥିରେ ଆପଣଙ୍କୁ ମିଳିବ ବ୍ରାଣ୍ଡେଡ୍ ମୋବାଇଲରେ ଜବରଦସ୍ତ ରିହାତି । ଏହି ସେଲରେ ମାତ୍ର ୭୪୯ ଟଙ୍କାରେ ଆପଣ ପାଇପାରିବେ ୪ ଜିବି ରାମ ବାଲା Redmi Note 5 Pro । ଯାହାର ପ୍ରକୃତ ମୂଲ୍ୟ ହେଉଛି ୧୨,୯୯୯ଟଙ୍କା ।

ଏବେ ଜାଣନ୍ତୁ କେମିତି ପାଇବେ ଏହି ଅଫରର ଲାଭ :

ଯଦି ଆପଣ ଏହି ସ୍ମାର୍ଟଫୋନ୍ ମାତ୍ର ୭୪୯ ଟଙ୍କାରେ କିଣିବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଫ୍ଲିପକାର୍ଟର ୱେବସାଇଟରେ ଯିବାକୁ ପଡିବ । ଏହା ପରେ ଫୋନ୍ ସିଲେକ୍ଟ କରନ୍ତୁ । ଏବେ ଏହା ପରେ ଏକ ଏକ୍ସଚେଞ୍ଜ ଅଫରର ବିକଳ୍ପ ଆସିବ ଯେଉଁଠି ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ । ଏହା ପରେ ଆପଣଙ୍କ ସାମ୍ନାରେ ଆଉ ଏକ ନୂଆ ପେଜ୍ ଖୋଲିବ । ଯେଉଁଥିରେ ଆପଣଙ୍କର ପୁରୁଣା ଫୋନର ମଡେଲ୍ ନମ୍ବର ଏବଂ ଆଇଏମଆଇ ନମ୍ବର ଦେବାକୁ ପଡିବ । ଏବେ ଫୋନ୍ ହିସାବରେ ଆପଣଙ୍କୁ ଏକ୍ସଚେଞ୍ଜ ଭାଲ୍ୟୁ ମିଳିବ ।

flipkart saleଏକ୍ସଚେଞ୍ଜ ଅଫର ହିସାବରେ ଆପଣଙ୍କୁ ସର୍ବାଧିକ ୧୨,୨୫୦ ଟଙ୍କାର ରିହାତି ମିଳିପାରେ । ଏହିପରି ପୁରୁଣା ଫୋନର ନୂଆ ଭାଲ୍ୟୁ ଯଦି ୧୨,୨୫୦ ଟଙ୍କା ହୁଏ ତେବେ ଆପଣ ମାତ୍ର ୭୪୯ ଟଙ୍କା ଦେଇ Redmi Note 5 Pro ପାଇପାରିବେ ।

ସେହିପରି ଅନ୍ୟ ମୋବାଇଲ୍ ମାନଙ୍କରେ ମଧ୍ୟ ମିଳୁଛି ଦମଦାର୍ ଅଫର୍ । Honor 7S ମିଳୁଛି ମାତ୍ର ୩୪୯ ଟଙ୍କାରେ । ଯେତେବେଳେ କି ଏହାର ପ୍ରକୃତ ମୂଲ୍ୟ ହେଉଛି ୫୯୯୯ଟଙ୍କା । ସେହିପରି ଏକ୍ସଚେଞ୍ଜ ଅଫରରେ ୧୪,୯୯୯ଟଙ୍କାର Nokia 6.1 Plus  କିଣିପାରିବେ ମାତ୍ର ୧୧୪୯ ଟଙ୍କାରେ । କାରଣ ଏଥିରେ ୧୩୮୫୦ ଟଙ୍କାର ଏକ୍ସଚେଞ୍ଜ ଅଫର୍ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.