ଟିକା ନାହିଁ ତ ଇନ୍‌ସ୍ୟୁରାନ୍ସ ନାହିଁ, କମ୍ପାନି କଡ଼ା କଲା ପଲିସି ନିୟମ

ନୂଆଦିଲ୍ଲୀ : କରୋନା ଦ୍ୱତୀୟ ଲହରରେ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କମ୍ପାନିମାନଙ୍କର କ୍ଲେମ ସଂଖ୍ୟା ବଢ଼ିଛି । କରୋନାରେ ଯେଉଁଭଳି ଭାବେ ଲୋକେ ମୃତ୍ୟୁବରଣ କରୁଛନ୍ତି । ଲାଇଫ ଇନ୍‌ସ୍ୟୁରାନ୍ସ କମ୍ପାନିମାନେ କ୍ଲେମ ଦେଇ ଦେଇ ବଡ଼ କଠିନ ସମୟ ଦେଇ ଗତି କରୁଛନ୍ତି । ଏଥିପାଇଁ ଏବେ କମ୍ପାନିମାନେ କ୍ଲେମରୁ ରକ୍ଷା ପାଇବା ପାଇଁ ରିସ୍କ ମ୍ୟାନେଜମେଣ୍ଟ ନିୟମକୁ କଡ଼ାକଡ଼ି କରିଛନ୍ତି ।

ଯଦି କେହି ହୋମ୍‌ ଆଇସୋଲେସନ୍‌ ରହି କୋଭିଡ ନେଗେଟିଭ୍‌ ହୋଇଥାନ୍ତି । ତେବେ ତାଙ୍କୁ ୩ ମାସ ଯାଏ କୌଣସି ବି ଇନ୍‌ସ୍ୟୁରାନ୍ସ ପ୍ଲାନ ଦିଆଯିବ ନାହିଁ । ଏହାଛଡ଼ା ଏବେ ଟର୍ମ ଇନସ୍ୟୁରାନ୍ସ ପାଇଁ କମ୍ପାନି ଟେଲିମେଡିକାଲ ବଦଳରେ ମେଡିକାଲ ଟେଷ୍ଟ ଉପରେ ବେଶୀ ଗୁରୁତ୍ୱ ଦେଉଛି ।
ପୂର୍ବରୁ କମ୍ପାନି ଇନ୍‌ସ୍ୟୁରାନ୍ସ କିଣିବା ବେଳେ ଫୋନ୍‌ ଦ୍ୱାରା ବ୍ୟକ୍ତିର ମେଡିକାଲ ଟେଷ୍ଟ ସମ୍ପର୍କିତ ତଥ୍ୟ ନେଉଥିଲା । ଏ ସମୟରେ କିଛି ଲୋକ ନିଜର ମେଡିକାଲ ହିଷ୍ଟ୍ରି ଲୁଚାଇ ଦେଉଥିଲେ । ପଲିସି ନେବାର କିଛି ଦିନ ପରେ କିଛି ହୋଇଗଲା ପରେ କମ୍ପାନିକୁ କ୍ଲେମ ଦେବାକୁ ପଡ଼ୁଥିଲା । ତେଣୁ ଇନ୍‌ସ୍ୟୁରାନ୍ସ କମ୍ପାନି ଏବେ ପଲିସି ନିୟମକୁ କଡ଼ା କରିଦେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.