ଏବେ କ୍ୟୁଆର କୋଡ୍ ସାହାଯ୍ୟରେ କିଛି ସେକେଣ୍ଡ ମଧ୍ୟରେ ଜାଣି ପାରିବେ ଆପଣ ଖାଉଥିବା ଔଷଧ ଅସଲି ନା ନକଲି !

ସରକାର ନକଲି ଔଷଧର ଉପରେ ଅଙ୍କୁଶ ଲଗଇବା ପାଇଁ କ୍ୟୁଆର କୋଡ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଦେଶ ଦେଇଛନ୍ତି। ଏହା ଦ୍ବାରା ଅସଲି ଏବଂ ନକଲି ଔଷଧ କିଛି ସେକେଣ୍ଡ ମଧ୍ୟରେ ଜଣା ପଡିଯିବ। ଉପଭୋକ୍ତା ଟ୍ୟାବଲେଟକୁ ନେଇ କଫ୍ ସିରପ ପର୍ଯ୍ୟନ୍ତ କୌଣସି ଔଷଧ କୁ ସେଥିରେ ଥିବା କ୍ୟୁଆର କୋଡକୁ ମୋବାଇଲରେ ସ୍କାନ କରି ଔଷଧ ଅଦଲି ନା ନକଲି ସହଜରେ ଜାଣି ହେବ। ଫାର୍ମାସିଟୁକାଲ ମନ୍ତ୍ରାଳୟଙ୍କ ଅନୁଯାୟୀ ସରକାର ହସପିଟାଲ ମାନଙ୍କରେ ଜନ ଓୌଷଧି କେନ୍ଦ୍ରରେ ମିଳୁଥିବା ଔେଷଧରେ ଆଗାମୀ ୧ ଏପ୍ରିଲରୁ କ୍ୟୁଆର କୋଡ୍ ରହିବ ନାହିଁ। କିନ୍ତୁ ବଜାରରେ ଔଷଧ ଦୋକାନରେ ମିଳୁଥିବା ସମସ୍ତ ଔଷଧ ରେ ଏହି ବ୍ୟବସ୍ଥା ୧ ଏପ୍ରିଲ,୨୦୨୦ ଠାରୁ ଲାଗୁ କରିବା ପାଇଁ ଆଦେଶ କରାଯାଇଛି।

ଔଷଧ କମ୍ପାନୀ ଗୁଡିକ ମନ୍ତ୍ରାଳୟଙ୍କର ଏହି ଆଦେଶକୁ ପାଳନ କରିବା ଆରମ୍ଭ କରିଦେଲେଣି। କ୍ୟୁଆର କୋଡ୍ ଦ୍ବାରା ଉପଭୋକ୍ତାଙ୍କ ସହିତ କମ୍ପାନୀଙ୍କୁ ମଧ୍ୟ ଲାଭ ମିଳିବ। ନକଲି ଔଷଧ ଦ୍ବାରା ଦେଶରେ ବ୍ୟବସାୟ କରୁଥିବା କମ୍ପାନୀଙ୍କୁ ସବୁ ବର୍ଷ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଥିଲା। ଏହାଛଡା ନକଲି ଔଷଧ ଖାଉଥିବା ଯୋଗୁଁ ରୋଗୀ ବହୁତ ବଡ ବଡ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏହା ସହିତ କେବେକେବେ ରୋଗୀ ଏହି କାରଣରୁ ମ୍ରୁତ୍ୟୁ ମୁଖରେ ମଧ୍ୟ ପଡିଥାଏ।

medicineମନ୍ତ୍ରାଳୟ ଅନୁସାରେ କ୍ୟୁଆର କୋଡରେ ଔେଷଧର ସମସ୍ତ ବିବରଣୀ ଛପି ରହିଥାଏ। ଏଥିରେ ବ୍ୟାଚ୍ ନମ୍ବର,କମ୍ପାନୀର ନାମ,ଦାମ,ହେଲ୍ପଲାଇନ ନମ୍ବର, ଜାରି ହୋଇଥିବା ତାରିଖ ଏବଂ ଖରାପ ହେବାର ତାରିଖ ମଧ୍ୟ ରହିଥାଏ।

ଅସମ୍ଭବ ହେବ ନକଲ

ମନ୍ତ୍ରାଳୟଙ୍କ ଅନୁଯାୟୀ ନକଲି ଔଷଧ ବଜାରକୁ ଆଣିବା ପାଇଁ କ୍ୟୁଆର କୋଡର ନକଲ କରିବା ଅସମ୍ଭବ ଅଟେ। କାରଣ ସବୁ ଔଷଧର ବ୍ୟାଚ ନମ୍ବର ବଦଳିବ। ଏମିତି ହେବା ଦ୍ବାରା ଦେଶରେ ନକଲି ଔଷଧରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ମିଳିବ।

ନିଶ୍ଚୟ ପଢ଼ନ୍ତୁ : ମରିବା ପାଇଁ ଏହି ଘରକୁ ଯାଆନ୍ତି ଲୋକ, ଗୋଟିଏ ରୁମର ଦାମ୍ ମାତ୍ର ୭୫ ଟଙ୍କା

ବଜାରରେ ୪୦୦୦ କୋଟି ଟଙ୍କାର ନକଲ ଔଷଧ

ଏସୋଚ୍ୟାମ ଅନୁଯାୟୀ ଭାରତରେ ପ୍ରାୟ ୨୫ ପ୍ରତିଶତ ନକଲି ଔଷଧ ବିକ୍ରି ହେଉଛି। ଆମ ଦେଶ ଏହି ମାମଲାରେ ବିଶ୍ବର ତ୍ରୁତୀୟ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.