ଚାକିରିଆଙ୍କ ପାଇଁ ବଡ଼ ଖବର । ଯଦି ଆପଣ କେଉଁଠି ଚାକିରି କରିଛନ୍ତି ତେବେ ଆପଣଙ୍କ ପାଇଁ ଏହି ସୂଚନା ନିହାତି ଜରୁରୀ । ଏବେ ଚାକିରିଆଙ୍କ ପିଏଫ ଆକାଉଣ୍ଟକୁ ନେଇ ଆସିଲା ଜରୁରୀ ଖବର । ଖୁବ ଶୀଘ୍ର ଆପଣଙ୍କ ଇପିଏଫ ଆକାଉଣ୍ଟରେ ସୁଧ ଆଡ ହେବାକୁ ଯାଉଛି । ଏହାପୂର୍ବରୁ ଆପଣଙ୍କ ବାଲାନ୍ସ ଚେକ କରିନିଅନ୍ତୁ ।
ପ୍ରତ୍ୟେକ ଚାକିରିଆଙ୍କର ପିଏଫ ଆକାଉଣ୍ଟ ରହିଛି । ରିପୋର୍ଟ ମୁତାବିକ ଏବେ ଖୁବ ଶୀଘ୍ର ସମସ୍ତ ପିଏଫ ଆକାଉଣ୍ଟକୁ ସୁଧ ଆସିବ । କର୍ମଚାରୀ ଭବିଷ୍ୟନିଧି ସଂଗଠନ ବିତ୍ତ ବର୍ଷ ୨୦୨୧-୨୨ ପାଇଁ ପିଏଫରେ ସୁଧ ଦର ୦.୪୦% ରୁ ୮.୧୦% କରାଯାଇଥିଲା । ଏବେ ସୂଚନା ମୁତାବକ ଆସନ୍ତା ଜୁଲାଇ ମାସ ମଧ୍ୟରେ ସମସ୍ତ ପିଏଫ ଆକାଉଣ୍ଟରେ ସୁଧ ଟଙ୍କା ଆଡ୍ ହୋଇଯିବ । ଏହାପୂର୍ବରୁ ନିଜ ପିଏଫ ଆକାଉଣ୍ଟର ଷ୍ଟାଟସ୍ କୁ ଚେକ କରିନିଅନ୍ତୁ । ଏହାକୁ ଚେକ କରିବା ପାଇଁ ଆମେ ଆପଣଙ୍କୁ ସହଜ ତରିକା ସମ୍ପର୍କରେ କହିବୁ ।
-ପ୍ରଥମେ ନିଜ ପିଏଫ ଆକାଉଣ୍ଟରେ ଯେଉଁ ନମ୍ବର ଲିଙ୍କ ରହିଛି ସେହି ରେଜିଷ୍ଟ୍ରର୍ଡ ନମ୍ବରକୁ ୦୧୧-୨୨୯୦୧୪୦୬ରେ ମିସଡକଲ ଦିଅନ୍ତୁ । ଏହାପରେ ତୁରନ୍ତ ଆପଣଙ୍କ ରେଜିଷ୍ଟ୍ରଡ ମୋବାଇଲ ନମ୍ବରକୁ ଏକ ମେସେଜ ଆସିବ । ଯେଉଁଥିରେ ପିଏଫ ବାଲାନ୍ସ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିପାରିବେ ।ପିଏଫ ଆକାଉଣ୍ଟକୁ ଚେକ କରିବା ପାଇଁ ଏହା ହେଉଛି ସବୁଠୁ ସହଜ ତରିକା ।
-ଏହାପରେ ଆପଣ ମେସେଜ କରି ମଧ୍ୟ ଏହାସମ୍ପର୍କରେ ଜାଣିପାରିବେ । ଇପିଏଫଓ ପାଖରେ ଥିବା ରେଜିଷ୍ଟର୍ଡ ମୋବାଇଲ ନମ୍ବର ରୁ ୭୭୩୮୨୯୯୮୯୯ କୁ EPFO UAN LAN ପଠାଇବାକୁ ହେବ । LAN ମାନେ ଭାଷା । ଯଦି ଆପଣ ଇଂରାଜୀରେ ସୂଚନା ଜାଣିବାକୁ ଚାହୁଁଛନ୍ତି ତେବେ ଏଠାରେ ENG ଲେଖନ୍ତୁ । ସେହିପରି ନିଜ ନିଜ ଭାଷା ପାଇଁ ପ୍ରଥମ ୩ଟି ଅକ୍ଷର ଆପଣ ଲେଖିପାରିବେ ।
– ଏହାବ୍ୟତିତ ଅପାଣ ଉମଙ୍ଗ ଆପରେ ନିଜର ପିଏଫ ବାଲାନ୍ସକୁ ଚେକ କରିପାରିବେ । ଏଥିପାଇଁ ଉମଙ୍ଗ ଆପରେ ଇପିଏଫଓ ରେ କ୍ଳିକ କରନ୍ତୁ ।
– ଏହାପରେ Employee Centric Services କୁ ସିଲେକ୍ଟ କରନ୍ତୁ ।
– ଏହାପରେ View Passbook ରେ କ୍ଳିକ କରି UAN ଓ ପାସୱାର୍ଡ ଦିଅନ୍ତୁ ।
– ରେଜିଷ୍ଟ୍ରର୍ଡ ମୋବାଇଲ ନମ୍ବରରେ ଓଟିପି ଆସିବ । ଏହାକୁ ଏଣ୍ଟର କରାଇବା ପରେ ଆପଣ ବାଲାନ୍ସ ଚେକ କରିପାରିବେ ।
-ଶେଷରେ ଆପଣ ଅଫିସିଆଲ ୱେବସାଇଟକୁ ଯାଇ ପାରିବେ । ଏହାର ନାମ ରହିଛି ଇପିଏଫ ପାସବୁକ ପୋର୍ଟାଲ । ଏଥିରେ UAN ଓ ପାସୱାର୍ଡ ଦେବା ପରେ ଆପଣ ନିଜ ପାସବୁକ ଦେଖିପାରିବେ ।