୧୧ ଏୟାରବ୍ୟାଗ୍ ସହିତ ଆସୁଛି BYD ର ଏହି ନୂଆ ଇଲେକ୍ଟ୍ରିକ୍ କାର୍, ସିଙ୍ଗଲ ଚାର୍ଜରେ ରନ୍ କରିବ ୫୬୭ କିମି

BYD ଇଣ୍ଡିଆ ଅଟୋ ଏକ୍ସପୋ ୨୦୨୫ ରେ ଏକ ନୂଆ ଇଲେକ୍ଟ୍ରିକ୍ SUV ଉପସ୍ଥାପନ କରିଛି । ଏହି SUV ଅନ୍ୟ କେହି ନୁହେଁ ବରଂ BYD Sealion 7 ଇଲେକ୍ଟ୍ରିକ୍ SUV, ଯାହା ପରେ କମ୍ପାନୀ ବର୍ତ୍ତମାନ ଏହି କାରର ମୂଲ୍ୟ ଘୋଷଣା କରିବ । ଏହି EV ର ବୁକିଂ ୭୦ ହଜାର ଟଙ୍କାରେ ଆରମ୍ଭ ହୋଇସାରିଛି । ତେବେ ଆସନ୍ତୁ ଜାଣିବା BYD Sealion 7 ର ଫିଚର୍ସ ଏବଂ ରେଞ୍ଜ କ’ଣ ରହିଛି ।
BYD Sealion 7 SUV ର ରେଞ୍ଜ ୫୬୭ କିଲୋମିଟର, BYD ଏହି ଇଲେକ୍ଟ୍ରିକ୍ SUV ରେ କମ୍ପାନୀର ଇଣ୍ଟେଲିଜେନ୍ସି ଟର୍କ ଆଡପ୍ଟେସନ୍ କଣ୍ଟ୍ରୋଲ୍ (iTAC) ଏବଂ CTB (ସେଲ୍ ଟୁ ବଡ଼ି) ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏହି ଟେକ୍ନୋଲୋଜି BYD ର ବ୍ଲେଡ୍ ବ୍ୟାଟେରୀକୁ ଗାଡ଼ିର ଚେସିସର ଏକ ଜରୁରୀ ପାର୍ଟ କରିଥାଏ । ଏଥିରେ ସେଫ୍ଟି, ପରଫରମାନ୍ସ ଏବଂ କ୍ୟାବିନ୍ ସ୍ପେସକୁ ଉନ୍ନତ କରିଥାଏ ।
ଦୁଇଟି ଭ୍ୟାରିଆଣ୍ଟ ସହିତ ଉପସ୍ଥାପନା କରାଯାଇଛି BYD ର ଏହି କାର୍ । ଏଥି ସହିତ ଏହି କାରରେ ୮୨.୫୬ kWh ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି । ଦାବି କରାଯାଇଛି ଯେ ଏହାର ପ୍ରିମିୟମ ଭ୍ୟାରିଆଣ୍ଟରେ ୫୬୭ ମିଲୋମିଟରର ରେଞ୍ଜ ଏବଂ ପରଫରମାନ୍ସ ଭ୍ୟାରିଆଣ୍ଟରେ ୫୪୨ କିଲୋମିଟରର ହେବ । ଏହାର ପରଫରମାନ୍ସ ଭ୍ୟାରିଆଣ୍ଟ ମାତ୍ର ୪.୫ ସେକେଣ୍ଡରେ ୦-୧୦୦ କିମି/ଘଣ୍ଟା ସ୍ପିଡ୍ ବଢ଼ାଇଥାଏ, ଯେତେବେଳେ ପୟିମିୟମ ଭ୍ୟାରିଆଣ୍ଟକୁ ଏଥିରେ ୬/୭ ସେକେଣ୍ଡ ଲଗାଇଥାଏ ।
BYD Sealion 7 ର ଡିଜାଇନ୍ ୱାଲ୍ଡ ଫେମସ୍ ଡିଜାଇନର Wolfgang Egger ଦ୍ବାରା ଡିଜାଇନ୍ କରାଯାଇଛି, ଯେଉଁଥିରେ ଏୟାରୋଡାଇନାମିକ୍ ପ୍ରୋଫାଇଲ୍ ଏବଂ ଦମଦାର୍ ପରଫରମିଙ୍ଗ ଲାଇନ୍ ଅଛି ।
BYD Sealion 7 ର ଫିଚର୍ସ :
BYD ର ଏହି କାର୍ ବଡ଼ ଅଛି, ଯାହାର ଲମ୍ବ ୪.୮ ମିଟର ରହିଛି ଏବଂ ଏହାର ହୁଇଲବେସ୍ ୨୯୩୦ ମିମି ରହିଛି । ସମସ୍ତ BYD କାର୍ ପରି ଏଥିରେ ମଧ୍ୟ ଏକ ବଡ଼ ରୋଟେଟିଙ୍ଗ୍ ୧୫.୬ ଇଞ୍ଚର ଟଚସ୍କ୍ରନ୍ ଦିଆଯାଇଛି । ଏହା ସହିତ କାରରେ ପାନୋରାମିକ୍ ଫିକ୍ସଡ୍ ଗ୍ଲାସ୍ ରୁଫ୍, ଏକ ହେଡ୍ସ ଅପ ଡିସପ୍ଳେ, ପାୱାରଡ୍ ଟୋଲଗେଟ୍ ଏବଂ V2l ସହିତ ୧୧ ଏୟାରବ୍ୟାଗ୍ ଏବଂ ଏକ ବୁଟ୍ ଭଳି ଅନ୍ୟାନ୍ୟ ଫିଚର୍ସ ପ୍ରଦାନ କରାଯାଇଛି ।
ସେଫ୍ଟି ପାଇଁ ଏହି ଇଲେକ୍ଟ୍ରିକ୍ କାରରେ ADAS ସୁଟ୍ ସହିତ ଏକ ୩୬୦-ଡିଗ୍ରୀ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି EV ମାତ୍ର ୪.୫ ସେକେଣ୍ଡରେ ୦-୧୦୦ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ୍ ବଢ଼ାଇପାରିବ ।