ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ, NCB ତଦନ୍ତ ଦାବି କଲା CAIT

ଇ-କମର୍ସ ସାଇଟ୍ ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ। ଆମାଜନ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛି କ୍ଷୁଦ୍ର ବ୍ୟବସାୟୀ ସଂଗଠନ କନଫଡରେସନ୍ ଅଫ ଇଣ୍ଡିଆ ଟ୍ରେଡର୍ସ (CAIT)। CAIT ପକ୍ଷରୁ କୁହାଯାଇଛି ଯେ ଆମାଜନରେ ଗଞ୍ଜେଇ ବା ମ୍ୟାରିଜୁଆନା ବିକ୍ରି କରାଯାଉଛି। ଏଣୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ଯାଞ୍ଚ କରିବାକୁ ଦାବି କରିଛି CAIT।

ଏହି ଅଭିଯୋଗ ନେଇ ଆମାଜନ ପକ୍ଷରୁ କୁହାଯାଇଛି, ସେମାନେ ପ୍ରତ୍ୟକ୍ଷ ଭାବେ ଏହି ମାମଲାର ତଦନ୍ତ କରୁଛନ୍ତି। ଆମାଜନ କହିଛି, ସେମାନେ ନିଜ ପ୍ଲାଟଫର୍ମରେ କୌଣସି ନିଶାଜାତୀୟ ତଥା ପ୍ରତିବନ୍ଧିତ ଦ୍ରବ୍ୟର ବିକ୍ରି ପାଇଁ ଅନୁମତି ଦେଉନାହାନ୍ତି।

କ’ଣ ରହିଛି ପୂରା ମାମଲା :

ମଧ୍ୟ ପ୍ରଦେଶ ପୋଲିସ ଭିଣ୍ଡଠାରେ ଏକ ଡ୍ରଗ୍ସ ପେଡଲର ରାକେଟର ପର୍ଦ୍ଦାଫାସ କରିଥିଲା। ଏହା ରାକେଟ ଆମାଜନରେ ଷ୍ଟିଭିଆ ପତ୍ର ନାଁରେ ଗଞ୍ଜେଇ ବିକ୍ରି କରୁଥିବା ନେଇ କୁହାଯାଉଛି। ଅଭିଯୋଗ ହୋଇଛି ଯେ ଆମାଜନ ମାଧ୍ୟମରେ କିଛି ଲୋକ ୩୯୦ ପ୍ୟାକେଟରେ ପାଖାପାଖି ୧,୦୦୦ କିଲୋ ଗଞ୍ଜେଇ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିକ୍ରି କରିଛନ୍ତି।

ଏହି ଅଭିଯୋଗ ଆସିବା ପରେ ଆମାଜନର ଭାରତ ମୁଖ୍ୟ ନିଜେ ମାମଲାର ଯାଞ୍ଚ କରୁଥିବା କହିଛନ୍ତି। କିଏ ଓ କେଉଁ ଉଦ୍ଦେଶ୍ୟ ରଖି ଏଭଳି ବେଆଇନ କାର୍ଯ୍ୟ କରିଛି ତାହା ଜାଣିବାକୁ କମ୍ପାନୀ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି। ଖୁବଶୀଘ୍ର ଏହାର ପର୍ଦ୍ଦାଫାସ କରାଯିବ ବୋଲି କହିଛନ୍ତି କମ୍ପାନୀ ପ୍ରମୁଖ। ସୂଚନାଯୋଗ୍ୟ ଯେ ଆମାଜନ ଏବେ ଭାରତରେ ଏକ ପ୍ରମୁଖ ଅନଲାଇନ କାରବାର ସଂସ୍ଥା ଭାବେ ବ୍ୟବସାୟ କରୁଛି। ଦେଶରେ ପାଖାପାଖି ୪୦ ପ୍ରତିଶତ ଲୋକ ଏହି ସଂସ୍ଥାରୁ ଜିନିଷ କିଣାକିଣି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.