ନିକଟରେ ରିଲାଏନ୍ସ ଜିଓ ଅନ୍ୟ ନେଟଓ୍ଵାର୍କକୁ କଲ୍ କଲେ ୬ ପଇସା ପ୍ରତି ମିନିଟ IUC ଚାର୍ଜ ଲାଗିବାର ଘୋଷଣା କରି ଗ୍ରାହକଙ୍କୁ ବଡ ଝଟକା ଦେଇଥିଲା। କିନ୍ତୁ ଏମିତିରେ ଭାରତୀୟ ସଞ୍ଚାର ନିଗମ ଲିମିଟେଡ(BSNL) ଗ୍ରାହକଙ୍କୁ ଆଶ୍ୱାସନା ଦେଇ ଏକ ଭିନ୍ନ ପ୍ରକାରର ଅଫର ନେଇ ଆସିଛି। ଏହି ଅଫର ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ ନେଟଓ୍ୱର୍କକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍ ପାଇବେ। BSNL ନିଜର ୟୁଜର୍ସଙ୍କୁ ପ୍ରତି ପାଞ୍ଚ ମିନିଟର ଭଏସ କଲ୍ ପାଇଁ କୌଣସି ଚାର୍ଜ ନେବନାହିଁ ବରଂ ଓଲଟି ୬ ପଇସା ରିଟର୍ଣ୍ଣ ଦେବ।
BSNL ଜଣାଇଛି ଯେ ପ୍ରତ୍ୟେକ ପାଞ୍ଚ ମିନିଟର ଭଏସ କଲ୍ କଲେ ଗ୍ରାହକଙ୍କ ଖାତାକୁ ୬ ପଇସା କ୍ରେଡିଟ୍ କରାଯିବ। କମ୍ପାନୀର ସମସ୍ତ Wireline, Broadband ଓ FTTH ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲ୍ଲବ୍ଧ ବୋଲି ଜଣାପଡ଼ିଛି। ଇଣ୍ଟରକନେକ୍ସନ ୟୁଜେସ ଚାର୍ଜ (ଆଇୟୁସି)କୁ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ ହୋଇଛି। ଠିକ୍ ଏହି ସମୟରେ ବିଏସଏନଏଲ ତା’ର ଏଭଳି ଏକ ପ୍ଲାନ୍ ଘୋଷଣା କରି ଲୋକଙ୍କୁ ଆଶ୍ୱାସନା ଦେଇଛି।