ଖୁସି ଖବର ! କେବଳ ୫୦ ଟଙ୍କାରେ ଘରେ ବସି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ

ଯଦି ଆପଣ ମଧ୍ୟ ଏବେ ଯାଏଁ ଡ୍ରାଇଭିଂ ଲାଇସେନ୍ସ କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଖୁସି ଖବର ଆଣିଛୁ। ଏଥିପାଇଁ ଆପଣଙ୍କୁ କେବଳ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ଆରଟିଓ ଅଫିସ ମଧ୍ୟ ଯିବାକୁ ପଡ଼ିବନାହିଁ ।ଏହି ସେବାକୁ ପ୍ରଥମ ସ୍ତରରେ ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ କରାଯାଉଛି। ଏହି ବ୍ୟବସ୍ଥା ଦ୍ବାରା ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ରେଜିଷ୍ଟ୍ରେସନ୍ କରିବା ପାଇଁ ବାରମ୍ବାର ଆରଟିଓ ଅଫିସକୁ ଦୈଡ଼ିବାକୁ ପଡ଼ିବ ନାହିଁ। ଏହା ଅର୍ଥ ଆପଣ ଘରେ ବସି ଆରାମରେ ପାଇ ପାରିବେ ଡ୍ରାଇଭିଂ ଲାଇସେନ୍ସ। ତେବେ ଆସନ୍ତୁ ଜାଣିବା ଏଥିପାଇଁ କଣ କରିବାକୁ ପଡ଼ିବ।

ଏହି ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏକ ହେଲ୍ପଲାଇନ ନମ୍ବରକୁ ଫୋନ କରି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡ଼ିବ। ଯାହାପରେ ଗ୍ରାହକ ସେବା ଅଧିକାରୀ ଆପଣଙ୍କୁ ଘରେ ପହଞ୍ଚି ଏହି ସେବା ଯୋଗାଇଦେବେ। ଅଧିକାରୀ ଆପଣଙ୍କ ସମସ୍ତ ଡ଼କ୍ୟୁମେଣ୍ଟ ସ୍କାନ୍ କରିବା ସହ ତାହାକୁ ଭର୍ତ୍ତି କରିନେବେ।

driving-license

ତେବେ ଏଥିରେ କିନ୍ତୁ ଡ୍ରାଇଭିଂ ଟେଷ୍ଟ ଦେବା ପାଇଁ ଆପଣଙ୍କୁ ଆରଟିଓ କାର୍ୟ୍ୟଳୟକୁ ଯିବାକୁ ପଡ଼ିବ। ଟେଷ୍ଟ ପାଇଁ ତାରିଖ ଏବଂ ସମୟ ଆପଣ ସ୍ବୟଂ ସ୍ଥିର କରିପାରିବେ। ରାଷ୍ଟୀୟ ଅବକାଶକୁ ଛାଡ଼ି ଟେଷ୍ଟ ଦେବା ପାଇଁ ଦୈନିକ ସକାଳ ୮ଟାରୁ ଦିନ ୨ଟ ପର୍ୟ୍ୟନ୍ତ ସମୟ ରହିଛି। ଟେଷ୍ଟକୁ ସଫଳତାର ସହ ପାସ କରିବାର ୧୫ ଦିନ ମଧ୍ୟରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଯିବ। ଦିଲ୍ଲୀରେ ଏହାକୁ ସଫଳତାର ସହ ଲାଗୁ କରାଯିବା ପରେ ସମଗ୍ର ଦେଶରେ ଏହାକୁ ଲାଗୁ କରାଯିବ।

Leave A Reply

Your email address will not be published.