ଆଇଆରଡିଏର ନିର୍ଦ୍ଦେଶ, ଏବେ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଓ ଦଙ୍ଗାରେ ନଷ୍ଟ କାର୍ ଓ ବାଇକ୍ର କ୍ଷତିପୂରଣ ଦେବେ

ଆଇଆରଡିଏର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଗାମୀ ସେପଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ । ଦେଶରେ ଭୂମିକମ୍ପ, ବନ୍ୟା ଓ ଦଙ୍ଗାରେ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହେଉଥିବା କାର୍ ଓ ବାଇକ୍ ବାବଦରେ କ୍ଷତିପୂରଣ ମିଳିବ । ଆଇଆରଡିଏ ଏ ନେଇ ସମସ୍ତ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ।
ପୂର୍ବରୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଦଙ୍ଗା ଭଳି ଘଟଣାରେ କାର୍ ଓ ବାଇକ୍ ନଷ୍ଟ ହେଲେ କ୍ଷତିପୂରଣ ମିଳୁ ନଥିଲା । ଏବେ ଏହି ନୂଆ ନିୟମ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ଆଣିଦେବ । ଏହାକୁ ‘ଓନ୍ ଡ୍ୟାମେଜ୍’ ପଲିସୀ ଭାବେ ନାଁ ଦିଆଯାଇଛି । ଏଥିରେ ଥାର୍ଡ଼ ପାର୍ଟି ଇନସ୍ୟୁରାନ୍ସ ମଧ୍ୟ ରହିବ । ଏହି ନୂଆ ବୀମା ପଲିସୀ ଆଗାମୀ ସେପଟେମ୍ବର ୧ ତାରିଖରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।