ଧନ୍ତେରସର ଶୁଭ ଅବସରରେ ଘରକୁ ନେଇ ଆସନ୍ତୁ ଏହିସବୁ ଗାଡି, ଜାଣନ୍ତୁ କଣ ରହିଛି ଆକର୍ଷକ ଅଫର

ପର୍ବପର୍ବାଣୀର ଦେଶ ଭାରତରେ ଗତକାଲି ଓ ଆଜି ଧନ୍ତେରସର ଉତ୍ସବ ଚାଲିଛି। ଦୀପାବଳିର ଦୁଇ ଦିନ ପୂର୍ବରୁ ଏହି ପର୍ବ ପଡିଥାଏ ଓ ଲୋକମାନେ ଏହି ପର୍ବରେ ଘରକୁ କିଛି ନୂତନ ଧାତୁ ବା ଗାଡି ଆଣିଥାନ୍ତି।ତେବେ ଚଳିତ ବର୍ଷ କରୋନା କାଳରେ ଅନେକ ଗାଡି କମ୍ପାନୀ ଆକର୍ଷକ ଅଫର ଆଣିଛନ୍ତି।ଏହି ଅଫରରେ ଏକ୍ସଚେଞ୍ଜ ବୋନସ,କୋର୍ପରେଟଡିସକାଉଣ୍ଡ ସହିତ ଅନେକ ବେନିଫିଟ୍‌ସ ମଧ୍ୟ ମିଳୁଛି।ଦଶହରା ଏବଂ ଦିପାବଳୀ ଉପଲକ୍ଷେ କାର କମ୍ପାନୀ ନିଜ କାରର ବିକ୍ରିକୁ ବଢାଇବାରେ ଲାଗିଛନ୍ତି।ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଅଫର ଦେବା ସହିତ ଏକସେଚଞ୍ଜ ଉପରେ ମଧ୍ୟ ଡିସକାଉଣ୍ଟ ମିଳୁଛି।

Maruti Suzuki, Hyundai, Mahindra, Honda, Toyota, Renault ଏବଂ TATA Motors କମ୍ପାନୀ ଦୀପାବଳିରେ ନିଜର ଅର୍ଫସର ଘୋଷଣା କରିଛନ୍ତି।ଏସମସ୍ତ କମ୍ପାନୀ ନିଜ ଗାଡି ଉପରେ ଭିନ୍ନ ଭିନ୍ନ ଅଫରର ଘୋଷଣା କରିଛନ୍ତି।

TATA କମ୍ପାନୀ Tata Tiago ରେ ୨୫ ହଜାର, Tata Tigor ଉପରେ ୩୦ ହଜାର, Tata Nexon Diesel ଉପରେ ୧୫ ହଜାର ଟଙ୍କା, Tata Harrier ଉପରେ ୨୫ ହଜାର ଟଙ୍କାର କ୍ୟାସ ଏବଂ ୪୦ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ଦିଆଯାଉଛି।

car2

ସେହିପରି ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ Maruti Suzuki india Limited ନିଜର S Cross ଉପରେ ୬୮ ହଜାର ଟଙ୍କାର ଡିସକାଉଣ୍ଟ ଦେଉଛି।ସେହିପରି Baleno ଉପରେ ୩୧ ହଜାର ଟଙ୍କା, Maruti Ciaz ଉପରେ ୫୧,୦୦୦ ଟଙ୍କା ଏବଂ Dzire ଉପରେ ୪୧,୦୦୦ ଟଙ୍କାର ରିହାତି ମଧ୍ୟ ଦେଉଛି।ସେହିପରି ହେଚବ୍ୟାକ କ୍ୟାଟେଗୋରିରେ କମ୍ପାନୀ Alto ଗାଡିର ବିକ୍ରି ଉପରେ ଗ୍ରାହକଙ୍କୁ ୪୮,୮୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ।WagonR ଉପରେ ୪୦,୯୨୫ ଟଙ୍କା, Celerio ଉପରେ ୫୧,୦୦୦ ଟଙ୍କା, Swift ଊପରେ ୪୫,୮୫୦ ଟଙ୍କା ଏବଂ Eeco ଉପରେ ୪୦,୯୨୫ ଟଙ୍କା ଉପରେ ଡିସକାଉଣ୍ଟ ଦିଆଯାଉଛି।

Hyundai କମ୍ପାନୀ ମଧ୍ୟ ନିଜ ଗାଡି ଉପରେ ରିହାତି ଦେଉଛି। Santro Magna ଉପରେ ୩୫ ହଜାର ଟଙ୍କା, Santro Magna, Sportz ଏବଂ Asta ଉପରେ ୪୫,୦୦୦ ଟଙ୍କା, Grand i1o ଉପରେ ୬୦,୦୦୦ ଟଙ୍କା,Grand i10 Nios ଉପରେ ୨୫,୦୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି।ସେହିପରି କମ୍ପାନୀ Elite i20 ଉପରେ ଗ୍ରାହକଙ୍କୁ ୭୫ ହଜାର ଟଙ୍କାର ରିହାତି ମିଳୁଛି।

car3

Honda Motors କମ୍ପାନୀ ଗ୍ରାହକଙ୍କୁ Honda Amaze ଉପରେ ୪୭,୦୦୦ ଟଙ୍କା, Honda jazz ଉପରେ ୪୦ ହଜାର ଟଙ୍କା, Honda WRV ଉପରେ ୪୦ ହଜାର ଟଙ୍କା, Honda City 5th Generation ଉପରେ ୩୦ ହଜାର ଟଙ୍କା ଏବଂ Honda Civic ଉପରେ ୨.୫ ଲକ୍ଷ ଟଙ୍କାର ରିହାତି ଯୋଗାଇ ଦେଉଛି।

Mahindra କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ଆକର୍ଷକ ଅଫର ଦେଉଛି। XUV300 Petrol ଉପରେ ୩୦ ହଜାର ଟଙ୍କା ଏବଂ XUV300 Diesel ଉପରେ ୪୦ ହଜାର ଟଙ୍କା, Bolero ଉପରେ ୨୦,୫୦୦ ଟଙ୍କା, Marazzo M2 ଉପରେ ୪୧ ହଜାର ଟଙ୍କା, Scorpio ଉପରେ ୩୦ ହଜାର ଟଙ୍କା ଠାରୁ ଆରମ୍ଭ କରି ୬୦ ହଜାର ଟଙ୍କା ପର୍ଯ୍ୟନ୍ତ, XUV500 ଉପରେ ୫୦ ହଜାର ଟଙ୍କା ଠାରୁ ଆରମ୍ଭ କର ୫୭ ହଜାର ଟଙ୍କା ଏବଂ Mahindra Alturas ଉପରେ ଗ୍ରାହକଙ୍କୁ ୩.୦୬ ଲକ୍ଷ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.