ନିକଟରେ ସିଓଲରେ SNE ବ୍ୟାଟେରୀ ଡେ’ରେ ସାମସଙ୍ଗ ଇଲେକ୍ଟ୍ରୋନିକ୍ ଗାଡ଼ିପାଇଁ ଏକ ଖାସ୍ ସଲିଡ୍ ଷ୍ଟେଟ୍ ଅକ୍ସାଇଡ୍ ବ୍ୟାଟେରୀ ସୋକେସ୍ କରିଥିଲା । ଏହି ବ୍ୟାଟେରୀ ବିଷୟରେ କୁହାଯାଉଛି ଯେ ଏହା ୯ ମିନିଟରେ ଇଲେକ୍ଟ୍ରିକ୍ କାର୍ ଚାର୍ଜ କରିପାରିବ ଏବଂ ଗୋଟିଏ ଚାର୍ଜରେ ଏହି ବ୍ୟାଟେରୀ ଇଲେକ୍ଟ୍ରିକ୍ କାରକୁ ୯୬୫ କିଲୋମିଟରର ରେଞ୍ଜ ଦେଇପାରିବ ।
ଇଲେକ୍ଟ୍ରିକ୍ କାରଗୁଡିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ପେଟ୍ରୋଲ, ଡିଜେଲ କିମ୍ବା ସିଏନଜି ବଦଳରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଆଗ୍ରହ ଦେଖାଉଛନ୍ତି । ଏନେଇ କମ୍ପାନୀଗୁଡିକ ମଧ୍ୟ ଇଭି ସେଗମେଣ୍ଟରେ ଏଣ୍ଟ୍ରି କରୁଛନ୍ତି । ଏହି ସମୟରେ ସାମସଙ୍ଗ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ଏକ ଖାସ୍ ବ୍ୟାଟେରୀ ଆଣିବାକୁ ଯାଉଛି ।
ସାମସଙ୍ଗର ଏହି ବ୍ୟାଟେରୀ ବିଷୟରେ ଦାବି କରାଯାଇଛି ଯେ ଏହା ଗୋଟିଏ ଚାର୍ଜରେ ୬୦୦ ମାଇଲ୍ ଅର୍ଥାତ ୯୬୫ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେଇପାରିବ ଏବଂ ଏହା ୯ ମିନିଟରେ ଚାର୍ଜ ହୋଇପାରିବ । ଏହା ସହିତ ବ୍ୟାଟେରୀର ଲାଇଫ୍ ପ୍ରାୟ ୨୦ ବର୍ଷ ରହିବ । ଏହି ସାମସଙ୍ଗ ବ୍ୟାଟେରୀ ଚାର୍ଜ କରିବା ପାଇଁ ୪୮୦ kW ରୁ ୬୦୦kW ପର୍ଯ୍ୟନ୍ତ ଏକ ଚାର୍ଜରର ଆବଶ୍ୟକ କରିବ । ରିପୋର୍ଟ ଅନୁଯାୟୀ ଏହି ବ୍ୟାଟେରୀ ଟେକ୍ନୋଲୋଜି ଭବିଷ୍ୟତରେ ଇଲେକ୍ଟ୍ରିକ୍ କାରରେ ବ୍ୟବହାର ହୋଇପାରିବ ।
ଏହା ଏକ ପ୍ରକାର ଲିଥିୟମ୍ ଆୟନ ବ୍ୟାଟେରୀ ପରି ଯେଉଁଥିରେ କୌଣସି ଲିକ୍ୱିଡ୍ କମ୍ପୋନେଣ୍ଟ ରହିବ ନାହିଁ । ଆଜିର ଇଲେକ୍ଟ୍ରିକ୍ ଗାଡ଼ିରେ ଲିଥିୟମ୍ ଆୟନ ବ୍ୟାଟେରୀ କ୍ୟାଥୋଡ୍ ଏବଂ ଏନୋଡ ମଧ୍ୟରେ ଏକ ଲିକ୍ୱିଡ୍ ଇଲେକ୍ଟ୍ରୋଲାଇଟ୍ ମିଶ୍ରଣ ବ୍ୟବହାର କରେ । ଅନ୍ୟପଟେ ସଲିଡ୍ ଷ୍ଟେଟ୍ ବ୍ୟାଟେରୀ ଏଥିରେ ଇଲେକ୍ଟ୍ରୋଲାଇଟ୍ ବ୍ୟବହାର କରେ ।